ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି

ନୂଆଦିଲ୍ଲୀ,୧୮।୭: ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍ ୨୦୨୪-୨୫ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏଫସି ଇଥିଆଡ କ୍ଲବ୍(ଜୋର୍ଡାନ) ଏବଂ ଲାୟନ ସିଟି ସେଲର୍ସ ଏଫସି(ସିଙ୍ଗାପୁର) ସହିତ ଗ୍ରୁପ-ବି ରେ ସ୍ଥାନ ପାଇଛି। ଗୁରୁବାର ମାଲେସିଆର କୁଆଲ ଲାମପୁରରେ ଅନୁଷ୍ଠିତ ଡ୍ର’ରେ ଏହା ଘୋଷଣା କରାଯାଇଛି। ଇଣ୍ଡିଆନ ୱମେନ୍ସ ଲିଗ୍ ଚାମ୍ପିୟନ ଓଡ଼ିଶା ଏଫସି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଜୋର୍ଡାନ ଗସ୍ତ କରିବ। ଯାହା ଅଗଷ୍ଟ ୨୫ରୁ ୩୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଲିଗର ପ୍ରାଥମିକ ପର୍ଯ୍ୟାୟରେ […] The post ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି appeared first on Dharitri Odia News.

ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି

ନୂଆଦିଲ୍ଲୀ,୧୮।୭: ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍ ୨୦୨୪-୨୫ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏଫସି ଇଥିଆଡ କ୍ଲବ୍(ଜୋର୍ଡାନ) ଏବଂ ଲାୟନ ସିଟି ସେଲର୍ସ ଏଫସି(ସିଙ୍ଗାପୁର) ସହିତ ଗ୍ରୁପ-ବି ରେ ସ୍ଥାନ ପାଇଛି। ଗୁରୁବାର ମାଲେସିଆର କୁଆଲ ଲାମପୁରରେ ଅନୁଷ୍ଠିତ ଡ୍ର’ରେ ଏହା ଘୋଷଣା କରାଯାଇଛି।

ଇଣ୍ଡିଆନ ୱମେନ୍ସ ଲିଗ୍ ଚାମ୍ପିୟନ ଓଡ଼ିଶା ଏଫସି ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ଜୋର୍ଡାନ ଗସ୍ତ କରିବ। ଯାହା ଅଗଷ୍ଟ ୨୫ରୁ ୩୧ ପର୍ଯ୍ୟନ୍ତ ଖେଳାଯିବ। ଏହି ଲିଗର ପ୍ରାଥମିକ ପର୍ଯ୍ୟାୟରେ ୧୩ ଦଳ ଅଂଶଗ୍ରହଣ କରିବେ। ଯାହାଙ୍କୁ ଚାରୋଟି ଗ୍ରୁପରେ ଭାଗ କରାଯାଇଛି। ଗୋଟିଏ ଗ୍ରୁପରେ ଚାରୋଟି ଟିମ୍ ରହିଥିଲା ବେଳେ ତିନୋଟି ଟିମରେ ତିନ୍ତି ଲେଖାଏ ଦଳ ରହିବେ। ଏହି ଚାରୋଟି ଗ୍ରୁପ୍ ବିଜୟୀ ଦଳ ଆଗାମୀ ୧୨ ଟିମ୍ ରାଉଣ୍ଡକୁ ଉନ୍ନୀତ ହେବେ, ଯେଉଁଠି ପୂର୍ବରୁ ୮ ଟିମ୍ ସିଧାସଳଖ ଯୋଗ୍ୟତା ପ୍ରାପ୍ତ କରିଛନ୍ତି।

The post ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି appeared first on Dharitri Odia News.