'ଏକ ଦେଶ, ଏକ ନିର୍ବାଚନ' ବିଲ୍; ସପକ୍ଷରେ ୨୬୯ ଏବଂ ବିପକ୍ଷରେ ପଡ଼ିଲା ୧୯୮ ଭୋଟ୍

ନୂଆଦିଲ୍ଲୀ: ଲୋକସଭାରେ ଏକ ଦେଶ, ଏକ ନିର୍ବାଚନ ବିଲ୍ ଆଗତ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ବିଧେୟକକୁ ଗୃହରେ ପାରିତ କରିଥିଲେ । ସମ୍ବିଧାନର ୧୨୯ ତମ ସଂଶୋଧନ-୨୦୨୪ ଆଧାରରେ ବିଲ୍ ଆଗତ ହୋଇଥିବା ବେଳେ ବାଚସ୍ପତି ଓମ୍ ବିର୍ଲା ତୁରନ୍ତ ଭୋଟିଂ କରିଥିଲେ । ବିଧେୟକ ସପକ୍ଷରେ ୨୬୯ ଏବଂ ବିପକ୍ଷରେ ୧୯୮ ଭୋଟ୍ ପଡ଼ିଥିଲା । ଲୋକସଭାରେ ପ୍ରଥମ ଥର ପାଇଁ ଇଭିଏମରେ ଭୋଟିଂ ହୋଇଥିଲା । ଅନ୍ୟପଟେ ଓ୍ବାନ ନେସନ ଓ୍ବାନ ଇଲେକ୍ସନ ବିଲକୁ ମୁଖ୍ୟ ବିରୋଧୀ କଂଗ୍ରେସ ସମେତ ୧୫ଟି ରାଜନୈତିକ ବିରୋଧ କରିଛନ୍ତି । କଂଗ୍ରେସ, ଟିଏମସି ଏବଂ ସମାଜବାଦୀ ପାର୍ଟି ଏହାକୁ ଅସାମ୍ବିଧାନିକ କହିଛନ୍ତି । ସେପଟେ ବିଲକୁ ଜେପିସି ନିକଟକୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ଦେଇଛନ୍ତି । ଗୃହ ଅପରାହ୍ଣ ୩ଟା ଯାଏ ମୁଲବତୀ ହୋଇଛି ।   