ଏକକ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଓଡ଼ିଶା ଉପରେ କେମିତି ପଡିବ ପ୍ରଭାବ?
କନକ ବ୍ୟୁରୋ: ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ ହେବା ପରେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏକକ ନିର୍ବାଚନ ହେଲେ, ଏହାର ପ୍ରଭାବ କେମିତି ପଡିବ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ଓଡିଶାରେ ବିଧାନସବା ନିର୍ବାଚନ, ସାଧାରଣ ନିର୍ବାଚନ ସହ ହେଉଥିଲେ ବି ଏକକ ନିର୍ବାଚନର ପ୍ରଭାବକୁ ନେଇ ରାଜନୈତିକ ବୟାନବାଜି ତେଜିଛି। ଏକକ ନିର୍ବାଚନକୁ ନେଇ ସରଗରମ ରାଜନୀତି ଓଡ଼ିଶା ଉପରେ କେମିତି ପଡିବ ପ୍ରଭାବ? ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ହେବା ପରେ, ଓଡିଶା ଭଳି ଆଞ୍ଚଳିକ ଦଳ ସକ୍ରିୟ ଥିବା ରାଜ୍ୟ ଗୁଡିକରେ ସରଗରମ ହୋଇଛି ରାଜନୀତି। ଏକକ ନିର୍ବାଚନ ହେଲେ, ରାଜ୍ୟ ପାଇଁ ଲାଭ ଦାୟକ ହେବ କି କ୍ଷତିକାରକ ହେବ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ରାଜନୈତିକ ଦଳ ମାନେ ନିଜ ନିଜ ହିସାବରେ ଅଙ୍କ କଷିବା ସହ ମତ ରଖିଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଲୋକସଭାରେ କୌଣସି ସାଂସଦ ନଥିବାରୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସିଧାସଳଖ ବିରୋଧ ନକରି ଜେପିସି କମିଟି ଓ ଦଳ ସୁପ୍ରିମୋଙ୍କ ନିଷ୍ପତି ଉପରେ ଛାଡି ଦେଇଛନ୍ତି। ବିଜେଡି କାର୍ଡ ଖୋଲିନଥିଲେ ବି ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ବିଲକୁ ନେଇ ତୀବ୍ର ବିରୋଧ କରାଯାଇଛି। ଏହା ଦ୍ବାରା ରାଜ୍ୟର ସ୍ବାର୍ଥ ବଳି ପଡିବ ବୋଲି କହିଛନ୍ତି। ଏଭଳି ନିର୍ବାଚନ ଦ୍ବାରା ଆଞ୍ଚଳିକ ଦଳ ମାନେ କ୍ଷତି

କନକ ବ୍ୟୁରୋ: ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ ହେବା ପରେ ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏକକ ନିର୍ବାଚନ ହେଲେ, ଏହାର ପ୍ରଭାବ କେମିତି ପଡିବ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଅନ୍ୟପଟେ ଓଡିଶାରେ ବିଧାନସବା ନିର୍ବାଚନ, ସାଧାରଣ ନିର୍ବାଚନ ସହ ହେଉଥିଲେ ବି ଏକକ ନିର୍ବାଚନର ପ୍ରଭାବକୁ ନେଇ ରାଜନୈତିକ ବୟାନବାଜି ତେଜିଛି।
- ଏକକ ନିର୍ବାଚନକୁ ନେଇ ସରଗରମ ରାଜନୀତି
- ଓଡ଼ିଶା ଉପରେ କେମିତି ପଡିବ ପ୍ରଭାବ?
ସଂସଦରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ହେବା ପରେ, ଓଡିଶା ଭଳି ଆଞ୍ଚଳିକ ଦଳ ସକ୍ରିୟ ଥିବା ରାଜ୍ୟ ଗୁଡିକରେ ସରଗରମ ହୋଇଛି ରାଜନୀତି। ଏକକ ନିର୍ବାଚନ ହେଲେ, ରାଜ୍ୟ ପାଇଁ ଲାଭ ଦାୟକ ହେବ କି କ୍ଷତିକାରକ ହେବ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ରାଜନୈତିକ ଦଳ ମାନେ ନିଜ ନିଜ ହିସାବରେ ଅଙ୍କ କଷିବା ସହ ମତ ରଖିଛନ୍ତି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ଲୋକସଭାରେ କୌଣସି ସାଂସଦ ନଥିବାରୁ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସିଧାସଳଖ ବିରୋଧ ନକରି ଜେପିସି କମିଟି ଓ ଦଳ ସୁପ୍ରିମୋଙ୍କ ନିଷ୍ପତି ଉପରେ ଛାଡି ଦେଇଛନ୍ତି।
ବିଜେଡି କାର୍ଡ ଖୋଲିନଥିଲେ ବି ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ବିଲକୁ ନେଇ ତୀବ୍ର ବିରୋଧ କରାଯାଇଛି। ଏହା ଦ୍ବାରା ରାଜ୍ୟର ସ୍ବାର୍ଥ ବଳି ପଡିବ ବୋଲି କହିଛନ୍ତି। ଏଭଳି ନିର୍ବାଚନ ଦ୍ବାରା ଆଞ୍ଚଳିକ ଦଳ ମାନେ କ୍ଷତି ସହିବେ ବୋଲି ରାଜନୀତି ସମୀକ୍ଷକ ମତ ରଖିଛନ୍ତି। ତେବେ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି ଆଇନମନ୍ତ୍ରୀ।
ବିଜେଡି ଭଳି ସକ୍ରିୟ ଥିବା ବହୁ ଆଞ୍ଚଳିକ ରାଜନୈତିକ ଦଳ ଏହି ବିଲକୁ ବିରୋଧ କରୁଛନ୍ତି। ଲୋକଙ୍କ ସ୍ବରକୁ ଚାପି ଦେବା ପାଇଁ ଏହା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ବିଶେଷକରି ଟିଏମସି, ଆରଜେଡି, ଏଆଇଏଡିଏମକେ ଭଳି ବଡ ଦଳ ଏହି ବିଲକୁ ବିରୋଧ କରି ସଂସଦରେ ଗର୍ଜିଛନ୍ତି।