‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍‌ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ […] The post ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’ appeared first on Dharitri Odia News.

‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’

ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’। ଯୋଗ ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତେବେ ଯୋଗ ଆମ ଶରୀର ପାଇଁ କେତେ ଉପକାରୀ ତାହା ଯଦି ଜଣେ ଠିକ୍‌ ଭାବରେ ହୃଦୟଙ୍ଗମ କରନ୍ତି, ତାହେଲେ ଏହି ଦିବସ ପାଳନ ସଫଳ ହୋଇପାରିବ। ଯୋଗ କରିବା ପୂର୍ବରୁ ଯଦି ଜଣେ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅବଗତ ନୁହନ୍ତି, ତେବେ ଯୋଗ ଏକ୍ସପର୍ଟଙ୍କ ସହ ଏ ନେଇ ବିଶଦ ଭାବରେ ଆଲୋଚନା କରନ୍ତୁ। ଶାନ୍ତ ମନ ଏବଂ ଶାନ୍ତ ପରିବେଶରେ ଯୋଗ କଲେ ତାହାର ସୁଫଳ ଅଧିକ ମିଳିଥାଏ।

ଇତିହାସରୁ…
ସାମ୍ପ୍ରତିକ ସମୟରେ ମଣିଷର ଜୀବନଶୈଳୀ ଶାରୀରିକ ଓ ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ହୋଇପାରୁନାହିଁ। ଫଳରେ ମାନସିକ ଚାପ, ଉତ୍କଣ୍ଠା, ଉଦ୍‌ବେଗ ତଥା ଦୀର୍ଘକାଳୀନ ରୋଗଗୁଡ଼ିକ ବଢ଼ି ଚାଲିଛି। ଏଭଳି ସ୍ଥିତିରୁ ସୁରକ୍ଷିତ ରହିବା ନିମନ୍ତେ ଏକ ସରଳ ତଥା ସହଜ ଉପାୟ ରହିଛି। ତାହା ହେଲା ‘ଯୋଗ’। ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କଳା। ନିୟମିତ ଯୋଗକରି ଚାଲିଲେ ଧୀରେ ଧୀରେ ବିକାଶ ଲାଭ କରେ ମାନସିକ ସ୍ଥିରତା, ସନ୍ତୁଳନ, ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି। ବର୍ତ୍ତମାନ ଯୋଗ ଲୋକଙ୍କ ଦ୍ୱାରା କେତେ ଆଦୃତ ହୋଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଅନେକେ ଏହାର ମହତ୍ତ୍ୱ ଉପଲବ୍ଧି କରିସାରିଲେଣି। ତେବେ ଏହାକୁ ଆହୁରି ପ୍ରସାର କରିବା ପାଇଁ ପ୍ରତିବର୍ଷ ଜୁନ୍‌ ୨୧ରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୧୪ରେ ଏ ନେଇ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ନିଜର ଅଭିଭାଷଣ ଅବସରରେ ଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜୁନ୍‌ ୨୧କୁ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ସେହି ସମୟରେ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା।

ଏବେ ସବୁ ବର୍ଗର ପିଲା ଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି
ମାନସିକ ସ୍ବାସ୍ଥ୍ୟ ଏବଂ ଉତ୍ତମ ଶରୀର ପାଇଁ ସମସ୍ତଙ୍କୁ ଯୋଗ କରିବା ଦରକାର। ଯୋଗ ଦ୍ୱାରା ମଣିଷର ମନକୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ଦୀର୍ଘ ୧୩ ବର୍ଷ ହେଲା ଯୋଗ ଶିଖେଇବା ଆରମ୍ଭ କରିଛି। ଯୋଗ ମାଧ୍ୟମରେ ଅଟିଜିମ ପିଲାଙ୍କ ମନକୁ ନିୟନ୍ତ୍ରଣ କରାଯାଇପାରୁଛି। ଆଗ ଆପେକ୍ଷା ଏବେ ସବୁ ବର୍ଗର ପିଲାମାନେ ଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି।
– ରଞ୍ଜନ କୁମାର ପାତ୍ର, ଯୋଗ ଶିକ୍ଷକ , ସିଆଳିଆ ଓଡ଼ିଶା ଆର୍ଦଶ ବିଦ୍ୟାଳୟ

ଯୋଗାଭ୍ୟାସ ଦ୍ୱାରା ମନ ପ୍ରଫୁଲ୍ଲ ରହୁଛି
ଦୈନନ୍ଦିନ ଯୋଗାଭ୍ୟାସ ଦ୍ୱାରା ମାନସିକ ଶାନ୍ତ ମିଳୁଛି। ଏଇଠି ଦୁଇବର୍ଷ ହେଲା ପ୍ରତିଦିନ ଯୋଗାଭ୍ୟାସ କରିବା ଦ୍ୱାରା ମୋ ମନ ପ୍ରଫୁଲ୍ଲ ରହୁଛି। ଆଉ ଦିନସାରା ଆନନ୍ଦ ଲାଗୁଛି। ମୋର କ୍ରୋଧ ସହ ମାନସିକ ଅସ୍ଥିରତା କମିବାରେ ଲାଗିଛି। ସମସ୍ତେ ଯୋଗ କରି ନିଜକୁ ସୁସ୍ଥ ରଖିବାକୁ ଅନୁରୋଧ କରୁଛି।
– ସାଇ ଶ୍ରୁତିକା, ଯୋଗ ଛାତ୍ରୀ

ଯୋଗ ଶିବିରକୁ ଗୁରୁତ୍ୱ ଦେବା ଜରୁରୀ
ବର୍ତ୍ତମାନର ମଣିଷର ଜୀବନ ଶୈଳୀ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ସୁସ୍ଥ ଜୀବନ ବିତାଇବା ପାଇଁ ଯୋଗର ଆଶ୍ୟକତା ରହିଛି। ଯୋଗ ଦ୍ୱାରା ଶରୀର, ମନ ସୁସ୍ଥ ରହିଥାଏ। ଯୋଗ ମାଧ୍ୟମରେ ନିଜ ଶରୀର ଓ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ। ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଯୋଗ କରିବା ଦରକାର। ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଯୋଗ ଶିବିରକୁ ଗୁରୁତ୍ୱ ଦେବା ଜରୁରୀ।
– ଯୋଗ ଗୁରୁ ମାଧବୀ ପାଲାକୀ

The post ‘ଏକକ ବିଶ୍ୱ, ଏକକ ସ୍ବାସ୍ଥ୍ୟ ପାଇଁ ଯୋଗ’ appeared first on Dharitri Odia News.