ଏକଜିଟ୍‌ ପୋଲ୍‌ ରିପୋର୍ଟ ପରେ ବଢ଼ିଲା ରାଜନୀତି

ଭୁବନେଶ୍ୱର, ୭।୧୦(ସୁନିତ୍‌ ମିଶ୍ର): ହରିୟାଣା ଏବଂ ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ ମଧ୍ୟ ଅନେକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଏହି ଦୁଇ ରାଜ୍ୟରେ ଇଣ୍ଡି ମେଣ୍ଟ ସରକାର କରିବ ବୋଲି ଦର୍ଶାଇଛନ୍ତି। ଏହାପରେ ଓଡ଼ିଶା ରାଜନୀତିରେ ଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି ଏବେ ଇଣ୍ଡି ମେଣ୍ଟ ସପକ୍ଷରେ ରହୁଥିବା ଚର୍ଚ୍ଚା ମଧ୍ୟ ଜୋର୍‌ […] The post ଏକଜିଟ୍‌ ପୋଲ୍‌ ରିପୋର୍ଟ ପରେ ବଢ଼ିଲା ରାଜନୀତି appeared first on Dharitri Odia News.

ଏକଜିଟ୍‌ ପୋଲ୍‌ ରିପୋର୍ଟ ପରେ ବଢ଼ିଲା ରାଜନୀତି

ଭୁବନେଶ୍ୱର, ୭।୧୦(ସୁନିତ୍‌ ମିଶ୍ର): ହରିୟାଣା ଏବଂ ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ ମଧ୍ୟ ଅନେକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଏହି ଦୁଇ ରାଜ୍ୟରେ ଇଣ୍ଡି ମେଣ୍ଟ ସରକାର କରିବ ବୋଲି ଦର୍ଶାଇଛନ୍ତି। ଏହାପରେ ଓଡ଼ିଶା ରାଜନୀତିରେ ଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି ଏବେ ଇଣ୍ଡି ମେଣ୍ଟ ସପକ୍ଷରେ ରହୁଥିବା ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଛି। ଏକଜିଟ୍‌ ପୋଲ୍‌ ରିପୋର୍ଟ ଆସିବା ପରେ ବିଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ କହିଛନ୍ତି, ସମୀକରଣ ଯାହା କହୁଛି ଇଣ୍ଡି ମେଣ୍ଟ ଶକ୍ତିଶାଳୀ ହେଉଛି। ଏହା ହେଉଛି ଆଗାମୀ ଦିନ ଲାଗି ଇଣ୍ଡିକେଟର। ସାମାଜିକ ଗଣମାଧ୍ୟମରେ ଆମେ ଯାହା ଦେଖୁଛେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ଆଗକୁ ଇଣ୍ଡି ମେଣ୍ଟ ସହିତ ବିଜେଡି ଯିବ କି ନାହିଁ ସେହି ନିଷ୍ପତ୍ତି ଦଳ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଇଣ୍ଡିଆ ମେଣ୍ଟ ସମ୍ପର୍କରେ କିଛି ମତ ଦେବାର ନାହିଁ କିନ୍ତୁ ଆମ ଦେଶ ଆଗକୁ ଯାଉ ବୋଲି ଚାହୁଁଛୁ। କଶ୍ମୀର ଏବଂ ହରିୟାଣାରେ ଯେଉଁ ନିର୍ବାଚନ ସରିଲା ଆଗକୁ ଯେଉଁ ୨ଟା ରାଜ୍ୟରେ ନିର୍ବାଚନ ହେବ ଅପେକ୍ଷା କରନ୍ତୁ କିଏ କେଉଁ ଦିଗକୁ ଯାଉଛି, କାହାକୁ ଉପର ଗତି ହେଉଛି କାହାର ତଳ ଗତି ହେଉଛି ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଦେଶରେ କଂଗ୍ରେସ ଯେଉଁଭଳି ଆଗକୁ ଯାଉଛି, ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିସାରିଲାଣି। ଯିଏ ଏହି ମହାନ ସ୍ରୋତରେ ନ ଯିବ ସିଏ ପଛରେ ପଡ଼ିଯିବ। ସବୁଆଡେ କଂଗ୍ରେସର ଲହର ହେବା ଆରମ୍ଭ ହେଲାଣି, ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାରେ ଯେତେବେଳେ ଭାଜପା ଲୋକପ୍ରିୟ ହେଉଛି ବିଜେଡିର ଆଚରଣ ଏଭଳି ହେବା ସ୍ବାଭାବିକ। ସେମାନେ କେଉଁଆଡେ ଯିବେ ନ ଯିବେ ସେ ନିଷ୍ପତ୍ତି ସେମାନେ କରିବେ। ରାଜ୍ୟ ରାଜନୀତିରେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ। ଭାଜପାର ଓଡ଼ିଶାରେ କିଛି ଅସୁବିଧା ନାହିଁ ବୋଲି ଗୋଲକ କହିଛନ୍ତି।

The post ଏକଜିଟ୍‌ ପୋଲ୍‌ ରିପୋର୍ଟ ପରେ ବଢ଼ିଲା ରାଜନୀତି appeared first on Dharitri Odia News.