ଏକଦା ଦେଶରେ ଉପସ୍ଥାପିତ ହୋଇଥିଲା ‘ବ୍ଲାକ୍ ବଜେଟ୍’
ନୂଆଦିଲ୍ଲୀ ୨୪।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫ରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟକୁ ସାରା ଦେଶ ଆଶାର ସହ ଅନାଇ ବସିଛି, କାରଣ ବଜେଟରୁ ଦେଶବାସୀ ଆର୍ଥିକ ଉନ୍ନତିର ଅନେକ ଆଶା ବାନ୍ଧିଛନ୍ତି। ହେଲେ ଆପଣ ଜାଣନ୍ତିକି ଆମଦେଶରେ ଏମିତି ବି ଏକ ବଜେଟ୍ ଉପସ୍ଥାପନ ହୋଇଥିଲା ଯାହାକୁ ସାରା ଦୁନିଆରେ ‘ବ୍ଲାକ୍ ବଜେଟ୍’ ଭାବେ ଜଣାଯାଏ। ଏହି ବଜେଟ୍ ୧୯୭୩-୭୪ରେ ଉପସ୍ଥାପିତ ହୋଇଥିଲା, ଯେତେବେଳେ ଦେଶର ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିଲା। ଏହାକୁ ଏଥି ପାଇଁ ବ୍ଲାକ୍ ବଜେଟ୍ କୁହାଯାଏ ଯେ ଏହା ଡେଫିସିଟ ବଜେଟ ଥିଲା। ୧୯୭୩-୭୪ ବଜେଟ୍ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱାଧୀନ ସରକାରରେ ଉପସ୍ଥାପନ କରାଯାଇଥିଲା। ସେତେବେଳେ ଦେଶର ଅର୍ଥମନ୍ତ୍ରୀ ଥିଲେ ୟଶବନ୍ତ ରାଓ ଚୌହାନ ଓ ଦେଶର ଅର୍ଥବ୍ୟବସ୍ଥା ଅତ୍ୟନ୍ତ ସଂକଟ ଦେଇ ଗତି କରୁଥିଲା। ୧୯୭୧ ଭାରତ-ପାକ୍ ଯୁଦ୍ଧ ପରେ ଭାରତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡିଥିଲା। ଏହା ଛଡା ୧୯୭୩ ମସିହାରେ ମୌସୁମିରେ ଭଲ ବର୍ଷା ହୋଇନଥିଲା, ଫଳରେ ଦେଶରେ ମରୁଡି ପଡିଥିଲା। ଏହି ସବୁ କାରଣରୁ ସରକାରଙ୍କୁ ଆୟରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ଫଳରେ ଦେଶକୁ ବଜେଟ ଘାଟାର ସମ୍ମୁଖୀନ ହେବାକୁ ପଡିଥିଲା। ଅର୍ଥମନ୍ତ୍ରୀ ୟଶବନ୍ତ ରାଓ ଚୌହାନ ସଂସଦରେ ବଜେଟ ଉପସ୍ଥାପନ କରି କହିଥିଲେ ଦେଶର ଆର୍ଥିକ ସ୍ଥିତି ଏତେମାତ୍ରାରେ ଗୁରୁତର ଯେ ବ୍ଲାକ୍ ବଜେଟର ଆବଶ୍ୟକତା ଅନୁଭବ କରାଯାଉ
ନୂଆଦିଲ୍ଲୀ ୨୪।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୫ରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟକୁ ସାରା ଦେଶ ଆଶାର ସହ ଅନାଇ ବସିଛି, କାରଣ ବଜେଟରୁ ଦେଶବାସୀ ଆର୍ଥିକ ଉନ୍ନତିର ଅନେକ ଆଶା ବାନ୍ଧିଛନ୍ତି। ହେଲେ ଆପଣ ଜାଣନ୍ତିକି ଆମଦେଶରେ ଏମିତି ବି ଏକ ବଜେଟ୍ ଉପସ୍ଥାପନ ହୋଇଥିଲା ଯାହାକୁ ସାରା ଦୁନିଆରେ ‘ବ୍ଲାକ୍ ବଜେଟ୍’ ଭାବେ ଜଣାଯାଏ। ଏହି ବଜେଟ୍ ୧୯୭୩-୭୪ରେ ଉପସ୍ଥାପିତ ହୋଇଥିଲା, ଯେତେବେଳେ ଦେଶର ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିଲା। ଏହାକୁ ଏଥି ପାଇଁ ବ୍ଲାକ୍ ବଜେଟ୍ କୁହାଯାଏ ଯେ ଏହା ଡେଫିସିଟ ବଜେଟ ଥିଲା।
୧୯୭୩-୭୪ ବଜେଟ୍ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱାଧୀନ ସରକାରରେ ଉପସ୍ଥାପନ କରାଯାଇଥିଲା। ସେତେବେଳେ ଦେଶର ଅର୍ଥମନ୍ତ୍ରୀ ଥିଲେ ୟଶବନ୍ତ ରାଓ ଚୌହାନ ଓ ଦେଶର ଅର୍ଥବ୍ୟବସ୍ଥା ଅତ୍ୟନ୍ତ ସଂକଟ ଦେଇ ଗତି କରୁଥିଲା। ୧୯୭୧ ଭାରତ-ପାକ୍ ଯୁଦ୍ଧ ପରେ ଭାରତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇପଡିଥିଲା। ଏହା ଛଡା ୧୯୭୩ ମସିହାରେ ମୌସୁମିରେ ଭଲ ବର୍ଷା ହୋଇନଥିଲା, ଫଳରେ ଦେଶରେ ମରୁଡି ପଡିଥିଲା। ଏହି ସବୁ କାରଣରୁ ସରକାରଙ୍କୁ ଆୟରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ଫଳରେ ଦେଶକୁ ବଜେଟ ଘାଟାର ସମ୍ମୁଖୀନ ହେବାକୁ ପଡିଥିଲା।
ଅର୍ଥମନ୍ତ୍ରୀ ୟଶବନ୍ତ ରାଓ ଚୌହାନ ସଂସଦରେ ବଜେଟ ଉପସ୍ଥାପନ କରି କହିଥିଲେ ଦେଶର ଆର୍ଥିକ ସ୍ଥିତି ଏତେମାତ୍ରାରେ ଗୁରୁତର ଯେ ବ୍ଲାକ୍ ବଜେଟର ଆବଶ୍ୟକତା ଅନୁଭବ କରାଯାଉଛି। ଏହାର ଉଦ୍ଦେଶ୍ୟ ଥିଲା ସରକାରଙ୍କ ରାଜକୋଷ ଅର୍ଥାଭାବର ସମ୍ମୁଖୀନ ହୋଇଥିଲା ଓ ଏଥି ପାଇଁ ଅଲଗା ଅଲଗା ସରକାରୀ ଯୋଜନାଗୁଡିକୁ ବନ୍ଦ କରିବାକୁ ପଡିଥିଲା। ଏହି ବଜେଟ୍ ୫୫୦ କୋଟିର ଡେଫିସିଟ ବଜେଟ୍ ଥିଲା। ଏହାକୁ ଏଥି ପାଇଁ ବ୍ଲାକ୍ ବଜେଟ୍ ନାମକରଣ କରାଯାଇଥିଲା ଯେହେତୁ ସରକାରଙ୍କ ଲାଗି ଏହା ଏକ କ୍ଷତିର ବଜେଟ୍ ଥିଲା।
ଯେତେବେଳେ ସରକାରଙ୍କ ଆୟ କମ ଓ ଖର୍ଚ୍ଚ ଅଧିକ ହୋଇଥାଏ ଏପରି ପରିସ୍ଥିତିରେ ଡେଫିସିଟ ବଜେଟ୍ ଆସିବା ସ୍ୱଭାବିକ କଥା। ଏହାକୁ ଉପସ୍ଥାପନ କରି ଚୌହାନ କହିଥିଲେ ଯେ ଦେଶରେ ମରୁଡି ଓ ଖାଦ୍ୟ ଶସ୍ୟ ଅଭାବ ଯୋଗୁ ପରିସ୍ଥିତି ବିଗିଡି ଯାଇଛି ଓ ଏହି କାରଣରୁ ଡେଫିସିଟ୍ ବଜେଟ୍ ଅଣାଯାଇଛି।