ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ

ବ୍ରହ୍ମପୁର,୪।୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ ଅକ୍ଟୋବର ମାସରେ ଟାଉନ ଥାନା ଅନ୍ତର୍ଗତ ବିଜିପୁର ପୋଖରୀରେ ପକାଇ ନିଜର ଏକମାତ୍ରା ଶିଶୁପୁତ୍ର ଏସ.ରୋହିତ କୁମାର(୮)ଙ୍କୁ ହତ୍ୟା କରିଥିଲେ। ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ମଙ୍ଗଳବାର ଉକ୍ତ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ଜଜ ଅଭିଯୁକ୍ତା ମା’ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତା ଜଣଙ୍କ ମୃତ ଶିଶୁଙ୍କ ମା’ ଏସ. ଗାଙ୍ଗାମ୍ମା(୩୫) । ଜଜ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ […] The post ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ appeared first on Dharitri Odia News.

ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ

ବ୍ରହ୍ମପୁର,୪।୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୩ ଅକ୍ଟୋବର ମାସରେ ଟାଉନ ଥାନା ଅନ୍ତର୍ଗତ ବିଜିପୁର ପୋଖରୀରେ ପକାଇ ନିଜର ଏକମାତ୍ରା ଶିଶୁପୁତ୍ର ଏସ.ରୋହିତ କୁମାର(୮)ଙ୍କୁ ହତ୍ୟା କରିଥିଲେ। ଗଞ୍ଜାମ ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ମଙ୍ଗଳବାର ଉକ୍ତ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ଜଜ ଅଭିଯୁକ୍ତା ମା’ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତା ଜଣଙ୍କ ମୃତ ଶିଶୁଙ୍କ ମା’ ଏସ. ଗାଙ୍ଗାମ୍ମା(୩୫) । ଜଜ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଗିରଫ ପରଠାରୁ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ରାୟ ପ୍ରକାଶ ବେଳେ କୋର୍ଟରେ ତାଙ୍କୁ ହାଜର କରଯାଇଥିଲା। ୧୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ତ୍ରିଲୋଚନ ପରିଡା ମକଦ୍ଦମା ପରିଚାଳନା କରୁଥିଲେ।

The post ଏକମାତ୍ର ୮ ବର୍ଷର ପୁଅକୁ ପୋଖରୀରେ ପକାଇ ମାରିଥିଲେ ମା’: ଏହି ରାୟ ଶୁୁଣାଇଦେଲେ କୋର୍ଟ appeared first on Dharitri Odia News.