ଏକଲବ୍ୟ ପୁରସ୍କାର-୨୦୨୫ ନିମନ୍ତେ ଦରଖାସ୍ତ ଆହ୍ବାନ, ୩୧ ମେ ସୁଦ୍ଧା କରିପାରିବେ ଆବେଦନ
ଭୁବନେଶ୍ବର: ଇମ୍ଫାଗ୍ରୁପ୍ ଦ୍ବାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍' (IMPaCT) ତରଫରୁ ସମ୍ମାନଜନକ ୩୩ତମ ‘ଏକଲବ୍ୟ ପୁରସ୍କାର ୨୦୨୫’ ନିମନ୍ତେ ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ‘ଏକଲବ୍ୟ ପୁରସ୍କାର’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର। ଯାହାର ନଗଦ ରାଶି ପରିମାଣ ୭, ୦୦, ୦୦୦/- ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ବାଦ୍ ଦୁଇ ଉପବିଜେତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଏ। ଉପବିଜେତାଙ୍କ ପୁରସ୍କାର ରାଶି ପରିମାଣ ୧, ୫୦, ୦୦୦/- ଟଙ୍କା ରହିଛି।ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ବୋର୍ଡ/ସଂଘ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇପାରିବେ। ଆବେଦନ ପାଇଁ ପ୍ରାର୍ଥୀମାନଙ୍କର ବୟସ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।ପ୍ରାର୍ଥୀମାନେ ନିର୍ଭୁଲ ଭାବରେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇ ବର୍ଷ (୨୦୨୩ ଏପ୍ରିଲ ୧ରୁ ୨୦୨୫ ମାର୍ଚ୍ଚ ୩୧) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ବର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ।ପ୍ରାର୍ଥୀ ପତ୍ରଗୁଡ଼ିକ ୨୦୨୫ ମେ ୩୧ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫାବିଲ୍ଡିଂ, ଭୁବନ
ଭୁବନେଶ୍ବର: ଇମ୍ଫାଗ୍ରୁପ୍ ଦ୍ବାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍' (IMPaCT) ତରଫରୁ ସମ୍ମାନଜନକ ୩୩ତମ ‘ଏକଲବ୍ୟ ପୁରସ୍କାର ୨୦୨୫’ ନିମନ୍ତେ ନାମାଙ୍କନ ପତ୍ର ଆହ୍ବାନ କରାଯାଇଛି। ‘ଏକଲବ୍ୟ ପୁରସ୍କାର’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର। ଯାହାର ନଗଦ ରାଶି ପରିମାଣ ୭, ୦୦, ୦୦୦/- ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ବାଦ୍ ଦୁଇ ଉପବିଜେତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଏ। ଉପବିଜେତାଙ୍କ ପୁରସ୍କାର ରାଶି ପରିମାଣ ୧, ୫୦, ୦୦୦/- ଟଙ୍କା ରହିଛି।
ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ବୋର୍ଡ/ସଂଘ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇପାରିବେ। ଆବେଦନ ପାଇଁ ପ୍ରାର୍ଥୀମାନଙ୍କର ବୟସ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।
ପ୍ରାର୍ଥୀମାନେ ନିର୍ଭୁଲ ଭାବରେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇ ବର୍ଷ (୨୦୨୩ ଏପ୍ରିଲ ୧ରୁ ୨୦୨୫ ମାର୍ଚ୍ଚ ୩୧) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ବର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ।
ପ୍ରାର୍ଥୀ ପତ୍ରଗୁଡ଼ିକ ୨୦୨୫ ମେ ୩୧ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫାବିଲ୍ଡିଂ, ଭୁବନେଶ୍ୱର - ୭୫୧୦୧୦ ଠିକଣାରେ ପହଞ୍ଚିବା ଆବଶ୍ୟକ । ଏହାବ୍ୟତୀତ ପ୍ରାର୍ଥୀପତ୍ର ekalabya@imfa.in କୁ ଇମେଲ୍ ମଧ୍ୟ କରିପାରିବେ ଏବଂ ସହାୟକ ପ୍ରମାଣପତ୍ରଗୁଡ଼ିକୁ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ମଧ୍ୟ ପଠାଇବାକୁ ହେବ ।