ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ

କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ ଅନୁଯାୟୀ, ସିଲିକନ ଭ୍ୟାଲି କାର୍ଲିଫର୍ନିଆର ଏକ ଅଞ୍ଚଳ ସ୍ୟାନ ମ୍ୟାଟିଓରେ ଏହାକୁ ଲାଗୁ କରାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଦ୍ୱାରା ମାସେ ତଳେ ଏହାକୁ ବୈଶିକ ସ୍ବାସ୍ଥ୍ୟ ସମସ୍ୟା […] The post ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ appeared first on Dharitri Odia News.

ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ

କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ।

ଫକ୍ସ ନ୍ୟୁଜ ଅନୁଯାୟୀ, ସିଲିକନ ଭ୍ୟାଲି କାର୍ଲିଫର୍ନିଆର ଏକ ଅଞ୍ଚଳ ସ୍ୟାନ ମ୍ୟାଟିଓରେ ଏହାକୁ ଲାଗୁ କରାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଦ୍ୱାରା ମାସେ ତଳେ ଏହାକୁ ବୈଶିକ ସ୍ବାସ୍ଥ୍ୟ ସମସ୍ୟା ଭାବେ ଅଭିହିତ କରିବା ପରେ ଏହି ଅଞ୍ଚଳରେ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରାଯାଇଛି। ହୁ ଏହାକୁ ହୃଦରୋଗ, ଡେମନ୍ସିଆ ଷ୍ଟ୍ରୋକ୍‌, ଡିପ୍ରେସନ, ଆନଜାଇଟି ଠାରୁ ମାରାତ୍ମକ ବୋଲି ଦର୍ଶାଇଛି।

ସ୍ୟାନ ମ୍ୟାଟିଓର ବୋର୍ଡ ଅଫ୍‌ ସୁପରଭାଇଜର ଡ୍ୟାଭିଡ କ୍ୟାନେପା ଏନେଇ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଏକଲାପଣ ଦିନକୁ ଗୋଟିଏ ପ୍ୟାକେଟ ସିଗାରେଟ ପିଇବା ସହ ସମାନ’।

The post ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ appeared first on Dharitri Odia News.