ଏକାଠି କ୍ରିତି, କବୀର

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନୋନ୍‌ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କୋଟିପତି ବ୍ୟବସାୟୀ କବୀର ବାହିଆଙ୍କୁ କ୍ରିତି ଡେଟ୍‌ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଲୋଚନା କରୁଛନ୍ତି। ଗତ କିଛି ଦିନ ହେବ କ୍ରିତି ଓ କବୀରଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କୁ ବିଭିନ୍ନ ଇଭେଣ୍ଟ ସହ ବିଦେଶରେ ଏକାଠି ଛୁଟି କଟାଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଦୁହେଁ ସେମାନଙ୍କ ସମ୍ପର୍କକୁ […] The post ଏକାଠି କ୍ରିତି, କବୀର appeared first on Dharitri Odia News.

ଏକାଠି କ୍ରିତି, କବୀର

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନୋନ୍‌ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କୋଟିପତି ବ୍ୟବସାୟୀ କବୀର ବାହିଆଙ୍କୁ କ୍ରିତି ଡେଟ୍‌ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଲୋଚନା କରୁଛନ୍ତି। ଗତ କିଛି ଦିନ ହେବ କ୍ରିତି ଓ କବୀରଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳିଥିଲା। ଉଭୟଙ୍କୁ ବିଭିନ୍ନ ଇଭେଣ୍ଟ ସହ ବିଦେଶରେ ଏକାଠି ଛୁଟି କଟାଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଦୁହେଁ ସେମାନଙ୍କ ସମ୍ପର୍କକୁ ନେଇ ସର୍ବସାଧାରଣରେ କୌଣସି ଘୋଷଣା କରି ନାହାନ୍ତି।
ପୁଣି ଉଭୟଙ୍କର କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋଗୁଡ଼ିକରେ କ୍ରିତି ଓ କବୀର ପରସ୍ପରର ଖୁବ୍‌ ନିକଟତର ଥିବା ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ଉଭୟ ଅନ୍ତରଙ୍ଗତାର ସହ ସେଲ୍‌ଫି ନେଉଛନ୍ତି। ସେହିପରି ଅନ୍ୟ ଏକ ଫଟୋରେ ଉଭୟ ସୁଇମିଂପୁଲ ମଧ୍ୟରେ ପରସ୍ପର ସହ ଉପଭୋଗ କରୁଥିବାର ନଜରକୁ ଆସିଛନ୍ତି। ତେବେ ଉକ୍ତ ଫଟୋଗୁଡ଼ିକୁ କ୍ରିତି ଓ କବୀରଙ୍କ ଆଧିକାରିକ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇ ନାହିଁ। କିଛିଦିନ ତଳେ କ୍ରିତି ଏବଂ କବୀରଙ୍କୁ ଏକାଠି ଏକ ହାଇ ପ୍ରୋଫାଇଲ୍‌ ଇଭେଣ୍ଟରେ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ଅଭିନେତା ବରୁଣ ଶର୍ମା ମଧ୍ୟ ନଜରକୁ ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ୍‌ ଗୀତ ଗାଉଥିବାର ନଜରକୁ ଆସିଥିଲେ।

The post ଏକାଠି କ୍ରିତି, କବୀର appeared first on Dharitri Odia News.