ଏକାଠି ସୁଟିଂ ହେବ 'ପଞ୍ଚାୟତ'ର ୨ଟି ସିଜିନ୍, ଆରମ୍ଭ ହେଲା ପ୍ରି-ପ୍ରଡକ୍ସନ୍ କାମ
ମୁମ୍ଵାଇ ୩୦।୦୮: ଗତ ମେ ମାସରେ ମୁକ୍ତିଲାଭ କରିଥିଲା ୱେବ୍ ସିରିଜ୍ ‘ପଞ୍ଚାୟତ’ର ସିଜନ୍-୩ । ଏହାକୁ ମିଳିଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ଦୁଇଟି ସିଜନ୍ ଏକସଙ୍ଗେ ସୁଟିଂ କରିବେ । ଆସନ୍ତା ଅକ୍ଟୋବରରୁ ଶୋ’ର ୪ର୍ଥ ସିଜନ୍ର ସୁଟିଂ ମଧ୍ୟପ୍ରଦେଶର ସିହୋରଠାରେ ଆରମ୍ଭ ହେବ । ଏହି ସିଜନ୍ରେ ଦୁଇଜଣ ନୂଆ ଚରିତ୍ର ଶୋ’ରେ ଯୋଗଦେବେ । ନିର୍ମାତା ସୁଟିଂ ଆରମ୍ଭ କରିବା ଲାଗି ମଧ୍ୟପ୍ରଦେଶରେ ବର୍ଷା ଋତୁ ଶେଷ ହେବାକୁ ଅପେକ୍ଷା କରିଛନ୍ତି। ମୁମ୍ବାଇରେ ଏହାର ପ୍ରି-ପ୍ରଡକ୍ସନ୍ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ସିଜନ୍-୪ ମଧ୍ୟ ନିର୍ବାଚନ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ । ଏଥିରେ ମୁଖ୍ୟତ ୩ ଟ୍ରାକ୍ ଯଥା- ନିର୍ବାଚନ ଲଢ଼େଇ, ପଞ୍ଚାୟତ ସଚିବଙ୍କ ରୋମାନ୍ସ ଓ କ୍ୟାଟ୍ ପରୀକ୍ଷା ଫଳ ଏବଂ ୩ୟଟି ହେଉଛି ପ୍ରହ୍ଲାଦଙ୍କ ନିର୍ବାଚନକୁ ନେଇ ଅନ୍ତର୍ବିରୋଧ ରହିବ । ନିର୍ମାତା ପ୍ରତି ଥର ଶୋ’ରେ ନୂଆ ଚରିତ୍ରଙ୍କୁ ସାମିଲ କରିଛନ୍ତି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ପୂର୍ବ ସିଜନ୍ରେ ଜଣେ ନୂଆ ସାଂସଦ ଶୋ’ରେ ସାମିଲ ହୋଇଥିଲେ । ସେ ମଧ୍ୟ ଏଥର ଶୋ’ରେ ରହିବେ । ପୂର୍ବ ଥର ଭଳି ସିଜନ୍-୪ରେ ବି ଲୋକଗୀତ ରହିବ । ପୁଣି ଥରେ କୌଣସି ପୁରୁଣା ଗୀତକୁ ନୂଆକରି ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି । ସିଜନ୍-୪ରେ ସଚିବଙ୍କ ପ୍ରେମ କାହାଣୀ ଉପରେ ଅଧିକ ଫୋକସ୍ କରାଯିବ।
ମୁମ୍ଵାଇ ୩୦।୦୮: ଗତ ମେ ମାସରେ ମୁକ୍ତିଲାଭ କରିଥିଲା ୱେବ୍ ସିରିଜ୍ ‘ପଞ୍ଚାୟତ’ର ସିଜନ୍-୩ । ଏହାକୁ ମିଳିଥିବା ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ନିର୍ମାତା ଏହାର ଦୁଇଟି ସିଜନ୍ ଏକସଙ୍ଗେ ସୁଟିଂ କରିବେ । ଆସନ୍ତା ଅକ୍ଟୋବରରୁ ଶୋ’ର ୪ର୍ଥ ସିଜନ୍ର ସୁଟିଂ ମଧ୍ୟପ୍ରଦେଶର ସିହୋରଠାରେ ଆରମ୍ଭ ହେବ । ଏହି ସିଜନ୍ରେ ଦୁଇଜଣ ନୂଆ ଚରିତ୍ର ଶୋ’ରେ ଯୋଗଦେବେ । ନିର୍ମାତା ସୁଟିଂ ଆରମ୍ଭ କରିବା ଲାଗି ମଧ୍ୟପ୍ରଦେଶରେ ବର୍ଷା ଋତୁ ଶେଷ ହେବାକୁ ଅପେକ୍ଷା କରିଛନ୍ତି। ମୁମ୍ବାଇରେ ଏହାର ପ୍ରି-ପ୍ରଡକ୍ସନ୍ ଆରମ୍ଭ ହୋଇଛି ।
ରିପୋର୍ଟ ଅନୁସାରେ, ସିଜନ୍-୪ ମଧ୍ୟ ନିର୍ବାଚନ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ । ଏଥିରେ ମୁଖ୍ୟତ ୩ ଟ୍ରାକ୍ ଯଥା- ନିର୍ବାଚନ ଲଢ଼େଇ, ପଞ୍ଚାୟତ ସଚିବଙ୍କ ରୋମାନ୍ସ ଓ କ୍ୟାଟ୍ ପରୀକ୍ଷା ଫଳ ଏବଂ ୩ୟଟି ହେଉଛି ପ୍ରହ୍ଲାଦଙ୍କ ନିର୍ବାଚନକୁ ନେଇ ଅନ୍ତର୍ବିରୋଧ ରହିବ । ନିର୍ମାତା ପ୍ରତି ଥର ଶୋ’ରେ ନୂଆ ଚରିତ୍ରଙ୍କୁ ସାମିଲ କରିଛନ୍ତି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ପୂର୍ବ ସିଜନ୍ରେ ଜଣେ ନୂଆ ସାଂସଦ ଶୋ’ରେ ସାମିଲ ହୋଇଥିଲେ । ସେ ମଧ୍ୟ ଏଥର ଶୋ’ରେ ରହିବେ । ପୂର୍ବ ଥର ଭଳି ସିଜନ୍-୪ରେ ବି ଲୋକଗୀତ ରହିବ । ପୁଣି ଥରେ କୌଣସି ପୁରୁଣା ଗୀତକୁ ନୂଆକରି ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି । ସିଜନ୍-୪ରେ ସଚିବଙ୍କ ପ୍ରେମ କାହାଣୀ ଉପରେ ଅଧିକ ଫୋକସ୍ କରାଯିବ।