ଏକାଠି ହେବେ ଋଷିଆ ଭାରତ ଓ ଚାଇନା! ବିଶ୍ୱରେ ଚହଳ

ମସ୍କୋ, ୩୦।୫: ଋଷିଆର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ ଋଷିଆ-ଭାରତ-ଚାଇନା (RIC) ତ୍ରିପାକ୍ଷିକ ସହଯୋଗକୁ ଏକାଠି କରିବା ପାଇଁ ମସ୍କୋର ଗଭୀର ଆଗ୍ରହ ଥିବା କଥା ପ୍ରକାଶ କରିଛନ୍ତି। ଉରାଲ ପର୍ବତମାଳାର ପର୍ମ ସହରରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତ ଓ ଚାଇନା ମଧ୍ୟରେ ସୀମା ଉତ୍ତେଜନା ହ୍ରାସ ପାଇଁ ଏକ ବୁଝାମଣା ହୋଇଛି, ଯାହା ଏହି ତ୍ରିପାକ୍ଷିକ ଢାଞ୍ଚାକୁ ପୁନଃସକ୍ରିୟ କରିବାର ସମୟ ଆସିଛି। ଲାଭ୍ରୋଭ କହିଛନ୍ତି, ଆମେ ଋଷିଆ, […] The post ଏକାଠି ହେବେ ଋଷିଆ ଭାରତ ଓ ଚାଇନା! ବିଶ୍ୱରେ ଚହଳ appeared first on Dharitri Odia News.

ଏକାଠି ହେବେ ଋଷିଆ ଭାରତ ଓ ଚାଇନା! ବିଶ୍ୱରେ ଚହଳ

ମସ୍କୋ, ୩୦।୫: ଋଷିଆର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ ଋଷିଆ-ଭାରତ-ଚାଇନା (RIC) ତ୍ରିପାକ୍ଷିକ ସହଯୋଗକୁ ଏକାଠି କରିବା ପାଇଁ ମସ୍କୋର ଗଭୀର ଆଗ୍ରହ ଥିବା କଥା ପ୍ରକାଶ କରିଛନ୍ତି। ଉରାଲ ପର୍ବତମାଳାର ପର୍ମ ସହରରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତ ଓ ଚାଇନା ମଧ୍ୟରେ ସୀମା ଉତ୍ତେଜନା ହ୍ରାସ ପାଇଁ ଏକ ବୁଝାମଣା ହୋଇଛି, ଯାହା ଏହି ତ୍ରିପାକ୍ଷିକ ଢାଞ୍ଚାକୁ ପୁନଃସକ୍ରିୟ କରିବାର ସମୟ ଆସିଛି।

ଲାଭ୍ରୋଭ କହିଛନ୍ତି, ଆମେ ଋଷିଆ, ଭାରତ ଓ ଚୀନ ତ୍ରିପାକ୍ଷିକ ଢାଞ୍ଚାକୁ ଶୀଘ୍ର ପୁନଃସକ୍ରିୟ କରିବାକୁ ଚାହୁଁଛୁ, ଯାହା ପୂର୍ବତନ ଋଷିଆର ପ୍ରଧାନମନ୍ତ୍ରୀ ୟେଭ୍ଜେନି ପ୍ରିମାକୋଭଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହା ୨୦ରୁ ଅଧିକ ଥର ମନ୍ତ୍ରୀ ସ୍ତରୀୟ ବୈଠକ ଆୟୋଜନ କରିଛି। ୨୦୨୦ ଜୁନରେ ଗାଲୱାନ ସଂଘର୍ଷ ପରେ ଏହି ତ୍ରିପାକ୍ଷିକ ଢାଞ୍ଚା ନିଷ୍କ୍ରିୟ ହେବ। ତେବେ, ୨୦୨୪ ଅକ୍ଟୋବରରେ ଋଷିଆର କାଜାନ୍ରେ ବ୍ରିକ୍ସ ଶିଖର ବୈଠକ ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାକୁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଇଛି।

ଲାଭ୍ରୋଭ ଆହୁରି ଅଭିଯୋଗ କରିଛନ୍ତି ଯେ, ନାଟୋ ଭାରତକୁ ଚୀନ ବିରୋଧୀ କୂଟନୀତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ମୋର ଭାରତୀୟ ବନ୍ଧୁମାନଙ୍କ ସହ ଗୁପ୍ତ ଆଲୋଚନା ଆଧାରରେ ମୁଁ ନିଶ୍ଚିତ ଯେ ସେମାନେ ଏହି ଷଡଯନ୍ତ୍ର ସ୍ପଷ୍ଟ ଭାବେ ଦେଖୁଛନ୍ତି, ଯାହା ଏକ ବଡ଼ ପ୍ରରୋଚନା ଅଟେ। ଏହି ସମ୍ମିଳନୀ ଏସିଆ ଓ ୟୁରୋପର ସୀମାବର୍ତ୍ତୀ ଅଞ୍ଚଳରେ ଏକ ସମାନ ଓ ନ୍ୟାୟପୂର୍ଣ୍ଣ ସୁରକ୍ଷା ଓ ସହଯୋଗ ବ୍ୟବସ୍ଥା ଉପରେ କେନ୍ଦ୍ରିତ ଥିଲା। ଲାଭ୍ରୋଭ ଆଗାମୀ ଜୁନରେ ଭାରତ ଗସ୍ତ କରିବେ, ଯେଉଁଠାରେ ସେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି କରିବେ।

The post ଏକାଠି ହେବେ ଋଷିଆ ଭାରତ ଓ ଚାଇନା! ବିଶ୍ୱରେ ଚହଳ appeared first on Dharitri Odia News.