ଏକାଥରକେ ୪୫ ସ୍ବେଟର୍ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ
ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍ ହେଡେନ୍। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସ୍ବେଟର୍ ପିନ୍ଧିବା ପରେ ତାଙ୍କୁ ଦେଖିଲେ ହସ ରୋକିବା ସମ୍ଭବ ହେବନି। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ବ୍ୟବହାରକାରୀ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଏମିତିରେ ଜଣେ ୟୁଜର ଲେଖିଛନ୍ତି ସେ ପାକିସ୍ତାନର ଖାନ୍ ବାବାଙ୍କ ଭଉଣୀଙ୍କ […] The post ଏକାଥରକେ ୪୫ ସ୍ବେଟର୍ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ appeared first on Dharitri Odia News.
ଶୀତବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କରିଛନ୍ତି ଜଣେ କଲେଜ ଛାତ୍ରୀ। ସେ ଏକାଥରକେ ୪୫ ସ୍ବେଟର୍ ପିନ୍ଧି ଏହି କାରନାମା କରିଛନ୍ତି। ସେ ହେଲେ ଆମେରିକାର ସୋଫିଆ ଏଫ୍ ହେଡେନ୍। ସୋସିଆଲ ମିଡିଆରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସ୍ବେଟର୍ ପିନ୍ଧିବା ପରେ ତାଙ୍କୁ ଦେଖିଲେ ହସ ରୋକିବା ସମ୍ଭବ ହେବନି।
ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଭିଡିଓରେ ବ୍ୟବହାରକାରୀ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଏମିତିରେ ଜଣେ ୟୁଜର ଲେଖିଛନ୍ତି ସେ ପାକିସ୍ତାନର ଖାନ୍ ବାବାଙ୍କ ଭଉଣୀଙ୍କ ଭଳି ଦେଖାଯାଉଛନ୍ତି। ସେହିଭଳି ଅନ୍ୟଜଣେ କହିଛନ୍ତି ରେକର୍ଡ ତାଙ୍କୁ ସ୍ବେଟର୍ ପିନ୍ଧାଉଥିବା ମହିଳାଙ୍କୁ ମିଳିବା ଉଚିତ। ଏଯାବତ ଏହାକୁ ୧.୨୬ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।
ଆପଣ ବି ଦେଖନ୍ତୁ ଭିଡିଓ…
The post ଏକାଥରକେ ୪୫ ସ୍ବେଟର୍ ପିନ୍ଧି ବିଶ୍ୱ ରେକର୍ଡ କଲେ କଲେଜ ଛାତ୍ରୀ appeared first on Dharitri Odia News.