ଏକାଧିକ ବିବାହ କରି ୧.୨୫ କୋଟି ଠକେଇ
ଜୟପୁର, ୨୪।୧୨: ରାଜସ୍ଥାନର ଜୟପୁର ପୋଲିସ ସୀମା ଅଗ୍ରୱାଲ ଓରଫ ନିକ୍କି ନାମ୍ନୀ ଜଣେ ଯୁବତୀଙ୍କୁ ରବିବାର ଉତ୍ତରାଖଣ୍ଡର ଡେରାଡୁନ୍ରୁ ଗିରଫ କରିଛି। ଲୁଟେରା କନ୍ୟା ଭାବେ ପରିଚିତ ସୀମାଙ୍କୁ ବହୁ ସହରର ପୋଲିସ ଦୀର୍ଘ ବର୍ଷ ଧରି ଖୋଜି ଆସୁଥିଲେ। ସୀମା ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍ କରି ପ୍ରଥମେ ସେମାନଙ୍କ ନିକଟତର ହେଉଥିଲେ ଏବଂ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲେ। ପରେ ସେ ନିଜ ସ୍ବାମୀମାନଙ୍କୁ ଧମକ ଦେଇ ବିଭିନ୍ନ ମାମଲା ରୁଜୁ କରୁଥିଲେ […] The post ଏକାଧିକ ବିବାହ କରି ୧.୨୫ କୋଟି ଠକେଇ appeared first on Dharitri Odia News.
ଜୟପୁର, ୨୪।୧୨: ରାଜସ୍ଥାନର ଜୟପୁର ପୋଲିସ ସୀମା ଅଗ୍ରୱାଲ ଓରଫ ନିକ୍କି ନାମ୍ନୀ ଜଣେ ଯୁବତୀଙ୍କୁ ରବିବାର ଉତ୍ତରାଖଣ୍ଡର ଡେରାଡୁନ୍ରୁ ଗିରଫ କରିଛି। ଲୁଟେରା କନ୍ୟା ଭାବେ ପରିଚିତ ସୀମାଙ୍କୁ ବହୁ ସହରର ପୋଲିସ ଦୀର୍ଘ ବର୍ଷ ଧରି ଖୋଜି ଆସୁଥିଲେ। ସୀମା ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍ କରି ପ୍ରଥମେ ସେମାନଙ୍କ ନିକଟତର ହେଉଥିଲେ ଏବଂ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲେ। ପରେ ସେ ନିଜ ସ୍ବାମୀମାନଙ୍କୁ ଧମକ ଦେଇ ବିଭିନ୍ନ ମାମଲା ରୁଜୁ କରୁଥିଲେ ଏବଂ ବୁଝାମଣା ନାଁରେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିଲେ।
୨୦୧୩ଠାରୁ ବର୍ତ୍ତମାନ ସୁଦ୍ଧା ସୀମା ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ ସେମାନଙ୍କଠାରୁ ୧.୨୫ କୋଟିରୁ ଅଧିକ ଟଙ୍କା ହଡ଼ପ କରଥିବା ପୋଲିସ କହିଛି। ଉତ୍ତରାଖଣ୍ଡର ସୀମା ୨୦୧୩ରେ ପ୍ରଥମେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। କିଛି ମାସ ପରେ ସେ ଉକ୍ତ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲେ। ସେମାନଙ୍କୁ ବଦନାମ କରିବାକୁ ଧମକ ଦେଇ ସୀମା ୭୫ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକେ ବାଧ୍ୟ ହୋଇ ସେମାନଙ୍କ ଆତ୍ମସମ୍ମାନ ପାଇଁ ମାମଲାକୁ ରଫାଦଫା କରିବା ଉଦ୍ଦେଶ୍ୟରେ ସୀମାଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। ସେହିପରି ୨୦୧୭ରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କୁ ମଧ୍ୟ ସୀମା ମିଥ୍ୟା ମାମଲାର ଧମକ ଦେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ ସେ ସଫ୍ଟୱେର ଇଞ୍ଜିନିୟରଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ତାଙ୍କଠାରୁ ଅଲଗା ହୋଇଥିଲେ।
୨୦୨୩ରେ ସେ ଜୟପୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସୀମା ବ୍ୟବସାୟୀଙ୍କ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ଅଳଙ୍କାର ସମେତ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଓ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଉତ୍ତରାଖଣ୍ଡ ପୋଲିସ ସହଯୋଗରେ ଜୟପୁର ପୋଲିସ ରବିବାର ସୀମାଙ୍କୁ ଡେରାଡୁନରୁ ଗିରଫ କରି ଜୟପୁର ଆଣିଛି। ସୋମବାର ଜୟପୁର କୋର୍ଟ ସୀମାଙ୍କୁ ୧୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ସୀମା ନିଜ ଶିକାର ପାଇଁ ବିଭିନ୍ନ ମାଟ୍ରିମୋନିଆଲ ସାଇଟ୍କୁ ବ୍ୟବହାର କରୁଥିବା ପୋଲିସ କହିଛି। ଛାଡ଼ପତ୍ର ହୋଇଥିବା କିମ୍ବା ସ୍ତ୍ରୀଙ୍କୁ ହରାଇଥିବା ସଫ୍ଟୱେର ଇଞ୍ଜିନିୟର, ବ୍ୟବସାୟୀମାନଙ୍କୁ ସେ ଟାର୍ଗେଟ୍ କରି ନିଜ ଜାଲରେ ଫସାଉଥିଲେ। ସେହିପରି ପ୍ରତ୍ୟେକ ଥର ବିବାହ ପରେ ସୀମା ଯୌତୁକ ଏବଂ ଶାରୀରିକ ନିର୍ଯାତନା ଆଦି ମିଥ୍ୟା ମାମଲା ରୁଜୁ କରିବା ନେଇ ଧମକ ଶ୍ୱଶୁର ଘର ଲୋକଙ୍କୁ ଦେଉଥିଲେ ବୋଲି ପୋଲିସ କହିଛି।
The post ଏକାଧିକ ବିବାହ କରି ୧.୨୫ କୋଟି ଠକେଇ appeared first on Dharitri Odia News.