ଏକୁଟିଆ ଥିବା ବେଳେ ନାବାଳିକାଙ୍କୁ ଅପହରଣ
ଗୋପାଳପୁର,୫ା୪(ନବୀନ ରାଜ ଆଚାରୀ) ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ନାବାଳିକା ଜଣଙ୍କ ଘରେ ଥିବା ବେଳେ ପୁରଣାପାଟଣା ଗ୍ରାମର ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅପହରଣ କରି ନେଇ ଯାଇଥିଲେ। ପରିବାର ଲୋକ ଜାଣିବା ପରେ ଆଖ ପାଖ ଅଞ୍ଚଳ ରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି […] The post ଏକୁଟିଆ ଥିବା ବେଳେ ନାବାଳିକାଙ୍କୁ ଅପହରଣ appeared first on Dharitri Odia News.
ଗୋପାଳପୁର,୫ା୪(ନବୀନ ରାଜ ଆଚାରୀ) ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ନାବାଳିକା ଜଣଙ୍କ ଘରେ ଥିବା ବେଳେ ପୁରଣାପାଟଣା ଗ୍ରାମର ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅପହରଣ କରି ନେଇ ଯାଇଥିଲେ।
ପରିବାର ଲୋକ ଜାଣିବା ପରେ ଆଖ ପାଖ ଅଞ୍ଚଳ ରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ। ଏ ନେଇ ନାବାଳିକାଙ୍କ ମା’ ଗୋଳନ୍ଥରା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ନଂ.୧୫୪/୨୪ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଖୁବଶୀଘ୍ର ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
The post ଏକୁଟିଆ ଥିବା ବେଳେ ନାବାଳିକାଙ୍କୁ ଅପହରଣ appeared first on Dharitri Odia News.