ଏଚଏମ୍ପିଭି ପାଇଁ ଖୁବଶୀଘ୍ର ଆସିପାରେ ମାର୍ଗଦର୍ଶିକା; ଭୟଭୀତ ନହେବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
କନକ ବ୍ୟୁରୋ : ରାଜ୍ୟରୁ ରାଜ୍ୟ ଡେଉଁଛି ଏଚଏମପିଭି ଭୂତାଣୁ । ବଢୁଛି ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା । ଜାନୁଆରୀ ୩ରେ ବେଙ୍ଗାଲୁରରୁ ଦେଶର ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସପ୍ତାହକ ଭିତରେ ଭାରତରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଚିଛି । ଯଦିଓ ଏହି ଭୂତାଣୁ ଅଧିକ ମାରତ୍ମକ ନୁହେଁ ବୋଲି କୁହାଯାଉଛି, ତଥାପି ସଂକ୍ରମଣ ବଢ଼ି ଚାଲିଚି । ଯାହାକୁ ନଜରରେ ରଖି ସଜାଗ ହୋଇଛି ସ୍ବାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ବସ୍ଥ୍ୟମନ୍ତାଳୟ ବୈଠକ କରିଛି। ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟଙ୍କ ସହ ଭୂତାଣୁ ସମ୍ପର୍କରେ ଆଲୋଚନା ହୋଇଛି। ଦେଶରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଓଡ଼ିଶା ସରକାର ମଧ୍ୟ ସତର୍କ ରହିଛନ୍ତି । ସମସ୍ତ ଜିଲ୍ଲାକୁ ସର୍ଭେଲାନ୍ସରେ ରଖାଯାଇଛି । ଔଷଧ ଓ ଅକ୍ସିଜେନ, ଷ୍ଟେରଏଡ୍ ମହଜୁଦ୍ ରଖିବାକୁ ହସ୍ପିଟାଲ ଗୁଡିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେନ୍ଦ୍ର ପକ୍ଷରୁ ଏଚଏମପିଭି ଗାଇଡଲାଇନ ଆସିଲେ, ତାକୁ ପାଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ବିଜୟ ମହାପାତ୍ର । ସରକାର ସଜାଗ ହୋଇଥିବାବେଳେ ଘରେ ଘରେ ଥଣ୍ଡା, ଜ୍ବର ଓ କାଶ ଦେଖିବାକୁ ମିଳୁଛି । ଜର, ଥଣ୍ଡା ଛାଡିଗଲେ ବି କାଶ ଦୀର୍ଘଦିନ ଧରି ଲାଗି ରହୁଛି । ବଡ କଥା ହେଉଛି, ଅଧିକାଂଶ ଥଣ୍ଡା, ଜ୍ବର ଆକ୍ରାନ୍ତଙ୍କ ନିକଟରେ ଏଚଏମପିଭିର ଲକ୍ଷଣ ଦେଖାଯାଉଛି । କାରଣ

କନକ ବ୍ୟୁରୋ : ରାଜ୍ୟରୁ ରାଜ୍ୟ ଡେଉଁଛି ଏଚଏମପିଭି ଭୂତାଣୁ । ବଢୁଛି ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା । ଜାନୁଆରୀ ୩ରେ ବେଙ୍ଗାଲୁରରୁ ଦେଶର ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସପ୍ତାହକ ଭିତରେ ଭାରତରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଚିଛି । ଯଦିଓ ଏହି ଭୂତାଣୁ ଅଧିକ ମାରତ୍ମକ ନୁହେଁ ବୋଲି କୁହାଯାଉଛି, ତଥାପି ସଂକ୍ରମଣ ବଢ଼ି ଚାଲିଚି । ଯାହାକୁ ନଜରରେ ରଖି ସଜାଗ ହୋଇଛି ସ୍ବାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ବସ୍ଥ୍ୟମନ୍ତାଳୟ ବୈଠକ କରିଛି। ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟଙ୍କ ସହ ଭୂତାଣୁ ସମ୍ପର୍କରେ ଆଲୋଚନା ହୋଇଛି।
ଦେଶରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଓଡ଼ିଶା ସରକାର ମଧ୍ୟ ସତର୍କ ରହିଛନ୍ତି । ସମସ୍ତ ଜିଲ୍ଲାକୁ ସର୍ଭେଲାନ୍ସରେ ରଖାଯାଇଛି । ଔଷଧ ଓ ଅକ୍ସିଜେନ, ଷ୍ଟେରଏଡ୍ ମହଜୁଦ୍ ରଖିବାକୁ ହସ୍ପିଟାଲ ଗୁଡିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେନ୍ଦ୍ର ପକ୍ଷରୁ ଏଚଏମପିଭି ଗାଇଡଲାଇନ ଆସିଲେ, ତାକୁ ପାଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ବିଜୟ ମହାପାତ୍ର । ସରକାର ସଜାଗ ହୋଇଥିବାବେଳେ ଘରେ ଘରେ ଥଣ୍ଡା, ଜ୍ବର ଓ କାଶ ଦେଖିବାକୁ ମିଳୁଛି । ଜର, ଥଣ୍ଡା ଛାଡିଗଲେ ବି କାଶ ଦୀର୍ଘଦିନ ଧରି ଲାଗି ରହୁଛି । ବଡ କଥା ହେଉଛି, ଅଧିକାଂଶ ଥଣ୍ଡା, ଜ୍ବର ଆକ୍ରାନ୍ତଙ୍କ ନିକଟରେ ଏଚଏମପିଭିର ଲକ୍ଷଣ ଦେଖାଯାଉଛି । କାରଣ ସାମାନ୍ୟ ଜ୍ବର, ଥଣ୍ଡାର ଲକ୍ଷଣ, ଏଚଏମପିଭି ଭାଇରସ ସହ ପ୍ରାୟ ସମାନ । ତେବେ ସମସ୍ତେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କହିବା ଠିକ୍ ନୁହେଁ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ । ତେବେ ସତର୍କ ରହିବା ସହ ଗହଳି ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ପରମର୍ଶ ଦେଇଛନ୍ତି । ଏଚଏମପିଭିର ଲକ୍ଷଣ ହେଉଛି ଥଣ୍ଡା, ଜ୍ୱର, କାଶ । ତାପରେ ନିମୋନିଆ ହୋଇପାରେ । ତେବେ ଏହି ରୋଗର କୌଣସି ସ୍ଵତନ୍ତ୍ର ଚିକିତ୍ସା ନାହିଁ । ନିମୋନିଆ ହେଲେ ଯେଉଁ ଚିକିତ୍ସା ଚାଲେ ଏଚ୍ଏମ୍ପିଭିରେ ମଧ୍ୟ ସମାନ ଚିକିତ୍ସା ।