ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍‌ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍‌ଆର୍‌ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ୨୦୨୪ ଅବସରରେ ଫାଉଣ୍ଡେଶନ ପକ୍ଷରୁ ଏକ ବ୍ୟାପକ, ସମୁଦାୟ-ପରିଚାଳିତ ଉପକୂଳ ସ୍ବଚ୍ଛତା କ୍ୟାମ୍ପେନିଂ ପରିଚାଳନା କରାଯାଇଛି। ଏହି ଅଭିଯାନ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ କର୍ନାଟକ ଭଳି ରାଜ୍ୟରେ ଆରମ୍ଭ […] The post ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ appeared first on Dharitri Odia News.

ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍‌ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍‌ଆର୍‌ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏପରିକି ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ୨୦୨୪ ଅବସରରେ ଫାଉଣ୍ଡେଶନ ପକ୍ଷରୁ ଏକ ବ୍ୟାପକ, ସମୁଦାୟ-ପରିଚାଳିତ ଉପକୂଳ ସ୍ବଚ୍ଛତା କ୍ୟାମ୍ପେନିଂ ପରିଚାଳନା କରାଯାଇଛି। ଏହି ଅଭିଯାନ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ କର୍ନାଟକ ଭଳି ରାଜ୍ୟରେ ଆରମ୍ଭ ହୋଇଛି। ଭାରତର ଉପକୂଳ ଓ ସାମୁଦ୍ରିକ ପରିବେଶକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ଏକ ସାମଗ୍ରିକ ପ୍ରୟାସରେ ଅଂଶଗ୍ରହଣ କରିବା ଲାଗି ପ୍ରତିଷ୍ଠାନ ୨୪୨୬ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ପ୍ରୋତ୍ସାହିତ କରିଛି। ଏହି ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରୁ ୧୮୪୮୫ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି।
ବିଶ୍ୱବ୍ୟାପୀ ସେପ୍ଟେମ୍ବର ମାସର ୩ୟ ଶନିବାରକୁ ଅନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଇଥାଏ। ଯାହା ସାମୁଦ୍ରିକ ଇକୋସିଷ୍ଟମକୁ ପ୍ରଦୂଷଣ ଓ ଆବର୍ଜନାରୁ ସୁରକ୍ଷିତ ରଖିବା ପାଇଁ ସମୁଦାୟଗୁଡିକୁ ଏକତ୍ରିତ କରୁଛି।
ଏ ସମ୍ପର୍କରେ ଏଚ୍‌ସିଏଲ୍‌ ଫାଉଣ୍ଡେଶନର ଗ୍ଲୋବାଲ ସିଏସ୍‌ଆର୍‌ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଡ. ନିଧି ପୁନ୍‌ଧୀର କହିଛନ୍ତି, ଆମର ଉପକୂଳଗୁଡିକୁ ସଂରକ୍ଷିତ ରଖିବା କେବଳ ଏକ ଦାୟିତ୍ୱ ନୁହେଁ ବରଂ ଏକ ମିଳିତ ପ୍ରତିବଦ୍ଧତା ହୋଇଥିଲାବେଳେ ଏହି ଅଭିଯାନ ମାଧ୍ୟମରେ ଏଚ୍‌ସିଏଲ୍‌ ଫାଉଣ୍ଡେଶନ ସାମୁଦ୍ରିକ ଓ ଉପକୂଳ ସଂରକ୍ଷଣ ପାଇଁ ଏକ ଦୀର୍ଘସ୍ଥାୟୀ ଆନ୍ଦୋଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

The post ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ appeared first on Dharitri Odia News.