‘ଏଠାରେ ଆଉ କେବେ ବି ଖେଳିବୁନି’, ଗ୍ରେଟର ନୋଏଡା ଷ୍ଟାଡିୟମକୁ ନେଇ ଦୁଃଖିତ ଆଫଗନିସ୍ତାନ ଟିମ୍

ଗ୍ରେଟର ନୋଏଡ଼ା: ଆଫଗାନିସ୍ତାନ କ୍ରିକେଟ୍ ଦଳ ସଂପ୍ରତି ଭାରତରେ ରହିଛି। ଦଳ ଏଠାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଛି। ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୯ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଗ୍ରେଟର ନୋଏଡ଼ାର ସହୀଦ ବିଜୟ ସିଂ ପଥିକ ଷ୍ଟାଡିୟମରେ ଖେଳା ଯାଉଛି। ମାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଅଦା ଆଉଟଫିଲ୍ଡ କାରଣରୁ ଖେଳ ଆରମ୍ଭ ହୋଇ ପାରିନି। ମ୍ୟାଚ୍‌ର ପ୍ରଥମ ଦିନର ଖେଳ ବିନା ବଲ୍‌ରେ ଧୋଇ ହୋଇ ଯାଇଛି। ତେବେ ଷ୍ଟାଡିୟମରେ ରହିଥିବା ଅସୁବିଧାକୁ ନେଇ କ୍ଷୋଭ ପ୍ରକାଶ   କରିଛି ଆଫଗାନିସ୍ତାନ କ୍ରିକେଟ୍ ପ୍ରବନ୍ଧକ। Play has been called off for Day 1 of the one-off Test between Afghanistan and New Zealand.???? @ACBofficials#AFGvNZ pic.twitter.com/1VmLcCBCO0— ICC (@ICC) September 9, 2024ଉଲ୍ଲେଖନୀୟ ଆଫଗାନିସ୍ତାନ ଦଳ ନିଜର ଘରୋଇ ମୁକାବିଲା ଭାରତ ଓ ୟୁଏଇ ମାଟିରେ ଖେଳିଥାଏ। ଦଳ ଭାରତର ଗ୍ରେଟର ନୋଏଡା, ଲକ୍ଷ୍ନୌ ଓ ଡେରାଡୁନ ଏହି ତିନି ଗ୍ରାଉଣ୍ଡକୁ ନିଜର ଘରୋଇ ପଡ଼ିଆ ଭାବେ ବ୍ୟବହାର କରି ଆସିଛି।  ଅଧିକାରୀ କହିଛନ୍ତି, ତାଙ୍କ ଦଳ ଏହି ଷ୍ଟାଡିୟମର ବ୍ୟବସ୍ଥାକୁ ନେଇ ଆଦୌ ଖୁସି ନାହାନ୍ତି। ସେମାନେ ଆଉ କେବେ ବି ଏହି ଷ୍ଟାଡିୟମକୁ ଆସିବେ ନାହିଁ। ଏଠା

‘ଏଠାରେ ଆଉ କେବେ ବି ଖେଳିବୁନି’, ଗ୍ରେଟର ନୋଏଡା ଷ୍ଟାଡିୟମକୁ ନେଇ ଦୁଃଖିତ ଆଫଗନିସ୍ତାନ ଟିମ୍

ଗ୍ରେଟର ନୋଏଡ଼ା: ଆଫଗାନିସ୍ତାନ କ୍ରିକେଟ୍ ଦଳ ସଂପ୍ରତି ଭାରତରେ ରହିଛି। ଦଳ ଏଠାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଛି। ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୯ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଗ୍ରେଟର ନୋଏଡ଼ାର ସହୀଦ ବିଜୟ ସିଂ ପଥିକ ଷ୍ଟାଡିୟମରେ ଖେଳା ଯାଉଛି। 

ମାତ୍ର ମ୍ୟାଚ୍‌ର ପ୍ରଥମ ଦିନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଅଦା ଆଉଟଫିଲ୍ଡ କାରଣରୁ ଖେଳ ଆରମ୍ଭ ହୋଇ ପାରିନି। ମ୍ୟାଚ୍‌ର ପ୍ରଥମ ଦିନର ଖେଳ ବିନା ବଲ୍‌ରେ ଧୋଇ ହୋଇ ଯାଇଛି। ତେବେ ଷ୍ଟାଡିୟମରେ ରହିଥିବା ଅସୁବିଧାକୁ ନେଇ କ୍ଷୋଭ ପ୍ରକାଶ   କରିଛି ଆଫଗାନିସ୍ତାନ କ୍ରିକେଟ୍ ପ୍ରବନ୍ଧକ। 




ଉଲ୍ଲେଖନୀୟ ଆଫଗାନିସ୍ତାନ ଦଳ ନିଜର ଘରୋଇ ମୁକାବିଲା ଭାରତ ଓ ୟୁଏଇ ମାଟିରେ ଖେଳିଥାଏ। ଦଳ ଭାରତର ଗ୍ରେଟର ନୋଏଡା, ଲକ୍ଷ୍ନୌ ଓ ଡେରାଡୁନ ଏହି ତିନି ଗ୍ରାଉଣ୍ଡକୁ ନିଜର ଘରୋଇ ପଡ଼ିଆ ଭାବେ ବ୍ୟବହାର କରି ଆସିଛି।  ଅଧିକାରୀ କହିଛନ୍ତି, ତାଙ୍କ ଦଳ ଏହି ଷ୍ଟାଡିୟମର ବ୍ୟବସ୍ଥାକୁ ନେଇ ଆଦୌ ଖୁସି ନାହାନ୍ତି। ସେମାନେ ଆଉ କେବେ ବି ଏହି ଷ୍ଟାଡିୟମକୁ ଆସିବେ ନାହିଁ। ଏଠାକାର ଭୋଜନଠୁ ନେଇ ଟ୍ରେନିଂ ସୁବିଧା ପର୍ଯ୍ୟନ୍ତ ସବୁଥିରେ ଅବ୍ୟବସ୍ଥା ରହିଛି। ଏହାକୁ ନେଇ ଦଳର ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ଏସିବିର ଅଧିକାରୀ କହିଛନ୍ତି, ଏହି ଷ୍ଟାଡିୟମକୁ କେବେ  ଆଉ ଆସିବୁ ନାହିଁ। ଏଠାରେ ଆନୁସଙ୍ଗିକ ସୁବିଧା ବି ନାହିଁ। ଏହା ସଂପୂର୍ଣ୍ଣ ଭାବେ ଅବ୍ୟବସ୍ଥିତ ଜାଗା। ତେଣୁ ଏବେ ଲକ୍ଷ୍ନୌ ଆମର ପ୍ରାଥମିକତା ରହିବ।

ଆଫଗାନିସ୍ତାନ ଦଳର ଅଧିନାୟକ ହସମତୁଲ୍ଲା ସାହିଦି ମଧ୍ୟ ଉନ୍ନତ ଭେନ୍ୟୁ ମିଳିବା ନେଇ  ଆଶା ପ୍ରକାଶ କରିଛନ୍ତି। ଥରେ ଭଲ ଭେନ୍ୟୁ ମିଳିଗଲେ ସେଠି ନିୟମିତ କ୍ରିକେଟ୍ ଖେଳିବୁ। ଭାରତ ହେଉଛି ଆମର ଘର। ଆଶା କରୁଛି ଭାରତରେ ଆମକୁ ଭଲ ଷ୍ଟାଡିୟମ ମିଳିବ।