ଏଣିକି Blinkitରୁ ଇଏମଆଇରେ ମଗାଇପାରିବେ ସାମଗ୍ରୀ, କମ୍ପାନି ଆରମ୍ଭ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: କ୍ବିକ୍‌ ଇ-କମର୍ସ କମ୍ପାନି ବ୍ଲିଙ୍କଇଟ୍‌ ଆରମ୍ଭ କରିଛି ନୂଆ ସେବା । ଏଣିକି ଗ୍ରାହକ କମ୍ପାନି ପ୍ଲାଟଫର୍ମରୁ ଇଏମଆଇରେ ଜିନିଷ ଅର୍ଡର କରିପାରିବେ। ଏହି ଇଏମଆଇ ୨,୯୯୯ ଟଙ୍କାରୁ ଅଧିକ ଟଙ୍କାର ଅର୍ଡର ପାଇଁ ଇଏମଆଇ ଅପ୍ସନ ଆରମ୍ଭ କରିଛି।ବ୍ଲିଙ୍କଇଟ୍‌ର ଏହି ପଦକ୍ଷେପର ଉଦ୍ଦେଶ୍ୟ ଗ୍ରାହକଙ୍କୁ କିଣାକିଣି କ୍ଷମତାକୁ ବଢ଼ାଇବା ଏବଂ ସେମାନଙ୍କ ଫାଇନାନ୍ସିଆଲ ପ୍ଲାନିଂରେ ସହଯୋଗ କରିବା। ବ୍ଲିଙ୍କଇଟର ସଂସ୍ଥାପକ ଅଲବିନ୍ଦର ଢ଼ିଡସା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ନୂଆ ଇଏମଆଇ ସର୍ଭିସ ୨,୯୯୯ ଟଙ୍କାରୁ ଉପରର ସବୁ ଅର୍ଡରରେ ଲାଗୁ ହେବ। ଅବଶ୍ୟ ଏଥିରେ ସୁନା, ଚାନ୍ଦି ଏବଂ କଏନ ଅର୍ଡର ସାମିଲ ନାହିଁ। ଏହି ଇଏମଆଇ ଅପ୍ସନ ୨,୯୯୯ ଟଙ୍କାରୁ ଅଧିକର ସବୁ ଅର୍ଡର ଉପରେ ଲାଗୁ ହେବ। ଏଥିପାଇଁ ଗ୍ରାହକଙ୍କ ପାଖରେ କ୍ରେଡିଟ କାର୍ଡ ରହଥିବା ଆବଶ୍ୟକ। ଯେଉଁ ଗ୍ରାହକଙ୍କ ପାଖରେ HDFC ବ୍ୟାଙ୍କର କ୍ରେଡିଟ କାର୍ଡ ରହିଛି ସେମାନେ ୧୬% ବାର୍ଷିକ ସୁଧ ହାରରେ ସାମଗ୍ରୀ ଅର୍ଡର କରିପାରିବେ। ସେହିଭଳି ଏସବିଆଇ କ୍ରେଡିଟ କାର୍ଡଧାରୀ ୧୫% ବାର୍ଷିକ ସୁଧ ହାରରେ ଇଏମଆଇରେ ଜିନିଷ ମଗାଇପାରିବେ। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ୍‌ ୧୫.୯୯ %, କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌ ୧୬%, ଆକ୍ସିସ ବ୍ୟାଙ୍କ ୧୬%, ଆରବିଏଲ ବ୍ୟାଙ୍କ ୧୩%, ସିଟି ବ୍ୟାଙ୍କ ୧୬% ବାର୍ଷିକ ସୁଧ ହାରରେ ଜିନିଷ ଅର୍ଡର କରିପାରିବେ। ତେବେ

ଏଣିକି Blinkitରୁ ଇଏମଆଇରେ ମଗାଇପାରିବେ ସାମଗ୍ରୀ, କମ୍ପାନି ଆରମ୍ଭ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: କ୍ବିକ୍‌ ଇ-କମର୍ସ କମ୍ପାନି ବ୍ଲିଙ୍କଇଟ୍‌ ଆରମ୍ଭ କରିଛି ନୂଆ ସେବା । ଏଣିକି ଗ୍ରାହକ କମ୍ପାନି ପ୍ଲାଟଫର୍ମରୁ ଇଏମଆଇରେ ଜିନିଷ ଅର୍ଡର କରିପାରିବେ। ଏହି ଇଏମଆଇ ୨,୯୯୯ ଟଙ୍କାରୁ ଅଧିକ ଟଙ୍କାର ଅର୍ଡର ପାଇଁ ଇଏମଆଇ ଅପ୍ସନ ଆରମ୍ଭ କରିଛି।

ବ୍ଲିଙ୍କଇଟ୍‌ର ଏହି ପଦକ୍ଷେପର ଉଦ୍ଦେଶ୍ୟ ଗ୍ରାହକଙ୍କୁ କିଣାକିଣି କ୍ଷମତାକୁ ବଢ଼ାଇବା ଏବଂ ସେମାନଙ୍କ ଫାଇନାନ୍ସିଆଲ ପ୍ଲାନିଂରେ ସହଯୋଗ କରିବା। ବ୍ଲିଙ୍କଇଟର ସଂସ୍ଥାପକ ଅଲବିନ୍ଦର ଢ଼ିଡସା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ନୂଆ ଇଏମଆଇ ସର୍ଭିସ ୨,୯୯୯ ଟଙ୍କାରୁ ଉପରର ସବୁ ଅର୍ଡରରେ ଲାଗୁ ହେବ। ଅବଶ୍ୟ ଏଥିରେ ସୁନା, ଚାନ୍ଦି ଏବଂ କଏନ ଅର୍ଡର ସାମିଲ ନାହିଁ। 

ଏହି ଇଏମଆଇ ଅପ୍ସନ ୨,୯୯୯ ଟଙ୍କାରୁ ଅଧିକର ସବୁ ଅର୍ଡର ଉପରେ ଲାଗୁ ହେବ। ଏଥିପାଇଁ ଗ୍ରାହକଙ୍କ ପାଖରେ କ୍ରେଡିଟ କାର୍ଡ ରହଥିବା ଆବଶ୍ୟକ। ଯେଉଁ ଗ୍ରାହକଙ୍କ ପାଖରେ HDFC ବ୍ୟାଙ୍କର କ୍ରେଡିଟ କାର୍ଡ ରହିଛି ସେମାନେ ୧୬% ବାର୍ଷିକ ସୁଧ ହାରରେ ସାମଗ୍ରୀ ଅର୍ଡର କରିପାରିବେ। ସେହିଭଳି ଏସବିଆଇ କ୍ରେଡିଟ କାର୍ଡଧାରୀ ୧୫% ବାର୍ଷିକ ସୁଧ ହାରରେ ଇଏମଆଇରେ ଜିନିଷ ମଗାଇପାରିବେ। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ୍‌ ୧୫.୯୯ %, କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌ ୧୬%, ଆକ୍ସିସ ବ୍ୟାଙ୍କ ୧୬%, ଆରବିଏଲ ବ୍ୟାଙ୍କ ୧୩%, ସିଟି ବ୍ୟାଙ୍କ ୧୬% ବାର୍ଷିକ ସୁଧ ହାରରେ ଜିନିଷ ଅର୍ଡର କରିପାରିବେ। ତେବେ ଇଏମଆଇ ଅର୍ଡରରେ ଗ୍ରାହକଙ୍କୁ ପ୍ରୋସେସିଂ ଚାର୍ଜ ଦେବାକୁ ପଡ଼ିବ।