ଏଣିକି SIM କାର୍ଡ ପୋର୍ଟେବଲ୍ ପାଇଁ ଲାଗିବନି ୧୦ ଦିନ, TRAI ଆଣୁଛି ନୂଆ ନିୟମ

ଆସନ୍ତା ଜୁଲାଇ ୧, ୨୦୨୪ରୁ ଲାଗୁ ହେବ ନୂଆ ନିୟମ । 

ଏଣିକି SIM କାର୍ଡ ପୋର୍ଟେବଲ୍ ପାଇଁ ଲାଗିବନି ୧୦ ଦିନ, TRAI ଆଣୁଛି ନୂଆ ନିୟମ

SIM କାର୍ଡ ସହ ଜଡ଼ିତ ବିଭିନ୍ନ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଟେଲିକମ୍ ରେଗୁଲାଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନଂ ସଂଶୋଧନ) ସହିତ ଜଡିତ ନୂତନ ନିୟମ ଲାଗୁ କରିଛନ୍ତି। ଆସନ୍ତା ଜୁଲାଇ ୧, ୨୦୨୪ରୁ ଏହି ନିୟମ ଲାଗୁ ହେବ। 

ନୂଆ ନିୟମ ଅନୁସାରେ, ମୋବାଇଲ୍ ନଂ ବଦଳାଇବା ବା ସିମ୍ କାର୍ଡ ପୋର୍ଟେବିଲିଟି ପାଇଁ ଏଣିକି ଆଉ ୧୦ ଦିନ ସମୟ ଲାଗିବନି। ସାତ ଦିନ ମଧ୍ୟରେ ସିମ୍ କାର୍ଡ ପୋର୍ଟେବଲ୍ ହୋଇଯିବ। କିନ୍ତୁ ଫୋନ୍ ଚୋରି ହୋଇଗଲେ ଏଣିକି ଆଉ ତୁରନ୍ତ ନୂଆ ସିମ୍ କାର୍ଡ କରିପାରିବେନି। 

ଟ୍ରାଇ ଆଣିଥିବା ନୂଆ ଲିୟମ ଲାଗୁ ହେବା ପରେ, ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଏ, ତେବେ ନୂଆ ସିମ୍ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଏଫଆଇଆର୍ କପି ଦେବା ପରେ ତୁରନ୍ତ ନୂଆ ସିମ୍ ମିଳି ଯାଉଥିଲା। କିନ୍ତୁ ଜୁଲାଇ ୧ ପରେ ନୂଆ ସିମ୍ କାର୍ଡ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡ଼ିବ।

ଏହା ବ୍ୟତୀତ ଯେଉଁମାନେ ନିକଟରେ ସିମ୍ କାର୍ଡ ଅଦଳବଦଳ କରିଛନ୍ତି ସେମାନଙ୍କୁ ମଧ୍ୟ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ। ସିମ୍ ସ୍ୱାଇପିଙ୍ଗ୍ ଠକେଇ(SIM Swapping Fraud)କୁ ରୋକିବା ପାଇଁ ଏପରି ନିୟମ ଅଣାଯାଇଥିବା ଟ୍ରାଇ କହିଛି।