ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍‌, ଲାଗିଲା ରୋକ୍‌

ଭୁବନେଶ୍ୱର,୧୭।୭: ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ; ଏବେ କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ୍‌ଫୁଡ୍‌ ବା ଫାଷ୍ଟଫୁଡ୍‌। ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କପୁଡ କିମ୍ବା କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଲଗାଯାଇଛି ରୋକ୍‌। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁ ନିୟମ ପାଳନ କରୁ ନ ଥିବାରୁ ଏଭଳି ଏକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଜଙ୍କଫୁଡ୍‌ ଖାଇବା ଦ୍ୱାରା ଛାତ୍ରୀଛାତ୍ର ଭବିଷ୍ୟତରେ […] The post ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍‌, ଲାଗିଲା ରୋକ୍‌ appeared first on Dharitri Odia News.

ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍‌, ଲାଗିଲା ରୋକ୍‌

ଭୁବନେଶ୍ୱର,୧୭।୭: ସରକାରୀ ହେଉ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ କିମ୍ବା ଏହା ଅଧୀନସ୍ଥ ମହାବିଦ୍ୟାଳୟ; ଏବେ କେଉଁଠି ବି ବିକ୍ରି ହୋଇପାରିବନି ଜଙ୍କ୍‌ଫୁଡ୍‌ ବା ଫାଷ୍ଟଫୁଡ୍‌। ଉଚ୍ଚଶିକ୍ଷାନୁଷ୍ଠାନର କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କପୁଡ କିମ୍ବା କୌଣସି ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ଲଗାଯାଇଛି ରୋକ୍‌। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ବେ ଉଚ୍ଚ ଶିକ୍ଷାନୁଷ୍ଠାନଗୁ ନିୟମ ପାଳନ କରୁ ନ ଥିବାରୁ ଏଭଳି ଏକ ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଜଙ୍କଫୁଡ୍‌ ଖାଇବା ଦ୍ୱାରା ଛାତ୍ରୀଛାତ୍ର ଭବିଷ୍ୟତରେ ଡାଇବେଟିସ, ହାଇପର୍ଟେନସନ, ଡାଇସ୍ଲିପିଡେମିଆ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ନ୍ୟାଶନାଲ ଆଡଭୋକେସି ଇନ ପବ୍ଲିକ ଇଣ୍ଟ୍ରେଷ୍ଟ(ଏନଏପିଆଇ)ର ଅନୁରୋଧ କ୍ରମେ ୟୁଜିସି ଏଭଳି ନିଷ୍ପତ୍ତି ନେଇଛି।

ୟୁଜିସି ପକ୍ଷରୁ କୁହାଯାଇଛି ଯେ ଆଇସିଏମଆରର ୨୦୨୦-୨୩ ରିପୋର୍ଟ ଅନୁଯାୟୀ ସାରା ଦେଶରେ ଏବେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ପ୍ରତି ୪ଜଣରୁ ଜଣଙ୍କଠାରେ ଡାଇବେଟିସ/ପ୍ରି-ଡାଇବେଟିସ ପରି ଲକ୍ଷଣ ଦେଖିବାକୁ ମିଳୁଛି। ତେଣୁ ଶିକ୍ଷାନୁଷ୍ଠାନ କ୍ୟାଣ୍ଟିନରୁ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡିକରେ ଚିପ୍ସ ଜାତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିସହ ମଲାଇ ଗୋଲା, ସମସ୍ତ ପ୍ରକାର ମୃଦ୍ୟୁ ପାନୀୟ, ମିଠା ଜାତୀୟ ପଦାର୍ଥ(ରସଗୋଲା, ଗୋଲାପ ଜାମୁ, ଜିଲାପି, ବୁନ୍ଦି), ପିଜା, ବର୍ଗର, ଗୁପଚୁପ, ଦହିବରା ଆଳୁଦମ, ମଇଦାରୁ ପ୍ରସ୍ତୁତ ପିଠା ଓ ବିସ୍କୁଟ, ପେଟିସ, ଜାମ ଏବଂ ଜେଲି ପରି ଖାଦ୍ୟକୁ ବାରଣ କରାଯାଇଛି। ଏହାବ୍ୟତୀତ ମିଠା ଏବଂ ଲବଣଯୁକ୍ତ ଖାଦ୍ୟ ଯେପରି ପିଲାଙ୍କୁ ଦିଆ ନ ଯିବ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

The post ଏଣିକି କଲେଜ କ୍ୟାଣ୍ଟିନ କିମ୍ବା ହଷ୍ଟେଲରେ ମିଳିବନି ଜଙ୍କଫୁଡ୍‌, ଲାଗିଲା ରୋକ୍‌ appeared first on Dharitri Odia News.