ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସତ୍ୟପାଠରେ ଦାଖଲ କରିଛନ୍ତି। ସତ୍ୟପାଠରେ ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମୋଟ ସମ୍ପତ୍ତି ବିଷୟରେ ଜଣାପଡିଛି। ସତ୍ୟପାଠରେ ତାଙ୍କ ସ୍ତ୍ରୀ ମୃଦୁଳା ଠାକୁର ତାଙ୍କ ଠାରୁ ଧନୀ ବୋଲି ଜଣାପଡିଛି। ଧର୍ମେନ୍ଦ୍ର ୧ କୋଟି ୩୯ ଲକ୍ଷ […] The post ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ… appeared first on Dharitri Odia News.

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସତ୍ୟପାଠରେ ଦାଖଲ କରିଛନ୍ତି। ସତ୍ୟପାଠରେ ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ମୋଟ ସମ୍ପତ୍ତି ବିଷୟରେ ଜଣାପଡିଛି। ସତ୍ୟପାଠରେ ତାଙ୍କ ସ୍ତ୍ରୀ ମୃଦୁଳା ଠାକୁର ତାଙ୍କ ଠାରୁ ଧନୀ ବୋଲି ଜଣାପଡିଛି।

ଧର୍ମେନ୍ଦ୍ର ୧ କୋଟି ୩୯ ଲକ୍ଷ ୫୩ ହଜାର ଅସ୍ଥାବର ଓ ୯୨ ଲକ୍ଷ ୫୦ ହଜାର ସ୍ଥାବର ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ରହିଛି। ସେହିପରି ୧୩ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ମଧ୍ୟ ରହିଛି। ୨୦୧୧ ମସିହାରେ କିଣାଯାଇଥିବା ୧୦ ଲକ୍ଷ ଟଙ୍କାର ଏକ ଗାଡି ରହିଛି। ସେ ୩୨ ଲକ୍ଷ ୭୯ ହଜାର ୮୬୧ ଟଙ୍କାର ଋଣ ମଧ୍ୟ କରିଛନ୍ତି। ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କ ପାଖରେ ନଗଦ ୪୦ ହଜାର ଟଙ୍କା ରହିଥିବା ଜଣାପଡିଛି। ତାଙ୍କ ପାଖରେ ୩୫ ଲକ୍ଷ ମୂଲ୍ୟର ଅଳଙ୍କାର, ୬୭ଲକ୍ଷ ୭୭ ହଜାର ଟଙ୍କାର ଗାଡି, ୨ କୋଟି ୯୫ ଲକ୍ଷ ୪୮ ହଜାର ୫୭୫ ଟଙ୍କାର ସମ୍ପତ୍ତି ରହିଛି। ଏହି କ୍ରମରେ ୧ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବାବେଳେ ୨୦ ଲକ୍ଷ ୫୭ ହଜାର ୯୨୦ ଟଙ୍କାର ଋଣ କରିଛନ୍ତି। ୨୦୨୨-୨୩ରେ ଧର୍ମେନ୍ଦ୍ରଙ୍କ ଆୟ ୧୨ ଲକ୍ଷ ୭୪ ହଜାର ୮୩୫ ଟଙ୍କା ଥିବାବେଳେ ମୃଦୁଳାଙ୍କ ବାର୍ଷିକ ଆୟ ୪୯ ଲକ୍ଷ ୯୨ ହଜାର ଟଙ୍କା ରହିଛି।

The post ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ… appeared first on Dharitri Odia News.