ଏତେ ବେପରୁଆ ବିଇଏମ୍‌ସି ! ଖତ ଖାଉଛି ଶତାଧିକ ଟ୍ରାଇ ସାଇକେଲ

କନକ ବ୍ୟୁରୋ : ରାଜ୍ୟରେ ସରକାର ବଦଳିବା ପରେ ପୂର୍ବ ସରକାରର ଦୁର୍ନୀତି ଓ ଖାମଖିଆଲି ନୀତି ଧୀରେଧୀରେ ପଦାରେ ପଡ଼ିବାରେ ଲାଗିଛି । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ । ବ୍ରହ୍ମପୁରରେ ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କାର ଟ୍ରାଇ ସାଇକେଲ ପଡ଼ିପଡ଼ି ଖତ ଖାଉଛି । ବ୍ରହ୍ମପୁର ମହାନଗର ନିଗମର ପିଛା ଛାଡୁନି ଅଭିଯୋଗ ପରେ ଅଭିଯୋଗ । ନିଗମର ସ୍ୱାସ୍ଥ୍ୟ ବିଭାଗରୁ ଫାଇଲ ଚୋରିର ତଦନ୍ତ ଚାଲିଥିବା ବେଳେ ଆଉ ଏକ ଘଟଣା ନଜରକୁ ଆସିଛି । ନିଗମ ସମ୍ମିଳନୀ କକ୍ଷ ପଛ ପଟେ ପଡ଼ିପଡ଼ି ଖତ ଖାଉଛି ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କାର ଶତାଧିକ ଟ୍ରାଇ ସାଇକେଲ । ହିତାଧିକାରୀଙ୍କୁ ସାଇକେଲ ଦିଆଯାଉ ନଥିବା ବେଳେ କର୍ପୋରେଟର ଏହାର ବ୍ୟବହାର ନେଇ ପ୍ରଶ୍ନ ଉଠାଇ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଭୀମ ଭୋଇ ସାମର୍ଥ୍ୟ ଅଭିଯାନରେ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କାର ଟ୍ରାଇ ସାଇକେଲ ଯୋଗାଉଛନ୍ତି । ଆଉ ବ୍ରହ୍ମପୁର ମହାନଗର ନିଗମରେ ଏସବୁ ଟ୍ରାଇ ସାଇକେଲ ଖତ ଖାଇବା ଘଟଣାରୁ ଦୁର୍ନୀତିର ଗନ୍ଧ ଆସୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଜାଣିବା ପରେ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଥିବା  ମହାନଗର ନିଗମ ଡେପୁଟି କମିଶନର କହିଛନ୍ତି । ଲୋକଙ୍କ ଟିକସ ପଇସାରେ ସରକାର ଟ୍ରାଇ ସାଇକେଲ କିଣୁ

ଏତେ ବେପରୁଆ ବିଇଏମ୍‌ସି ! ଖତ ଖାଉଛି ଶତାଧିକ ଟ୍ରାଇ ସାଇକେଲ

କନକ ବ୍ୟୁରୋ : ରାଜ୍ୟରେ ସରକାର ବଦଳିବା ପରେ ପୂର୍ବ ସରକାରର ଦୁର୍ନୀତି ଓ ଖାମଖିଆଲି ନୀତି ଧୀରେଧୀରେ ପଦାରେ ପଡ଼ିବାରେ ଲାଗିଛି । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ । ବ୍ରହ୍ମପୁରରେ ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କାର ଟ୍ରାଇ ସାଇକେଲ ପଡ଼ିପଡ଼ି ଖତ ଖାଉଛି ।

ବ୍ରହ୍ମପୁର ମହାନଗର ନିଗମର ପିଛା ଛାଡୁନି ଅଭିଯୋଗ ପରେ ଅଭିଯୋଗ । ନିଗମର ସ୍ୱାସ୍ଥ୍ୟ ବିଭାଗରୁ ଫାଇଲ ଚୋରିର ତଦନ୍ତ ଚାଲିଥିବା ବେଳେ ଆଉ ଏକ ଘଟଣା ନଜରକୁ ଆସିଛି । ନିଗମ ସମ୍ମିଳନୀ କକ୍ଷ ପଛ ପଟେ ପଡ଼ିପଡ଼ି ଖତ ଖାଉଛି ଭିନ୍ନକ୍ଷମଙ୍କ ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କାର ଶତାଧିକ ଟ୍ରାଇ ସାଇକେଲ । ହିତାଧିକାରୀଙ୍କୁ ସାଇକେଲ ଦିଆଯାଉ ନଥିବା ବେଳେ କର୍ପୋରେଟର ଏହାର ବ୍ୟବହାର ନେଇ ପ୍ରଶ୍ନ ଉଠାଇ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

ଭୀମ ଭୋଇ ସାମର୍ଥ୍ୟ ଅଭିଯାନରେ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କାର ଟ୍ରାଇ ସାଇକେଲ ଯୋଗାଉଛନ୍ତି । ଆଉ ବ୍ରହ୍ମପୁର ମହାନଗର ନିଗମରେ ଏସବୁ ଟ୍ରାଇ ସାଇକେଲ ଖତ ଖାଇବା ଘଟଣାରୁ ଦୁର୍ନୀତିର ଗନ୍ଧ ଆସୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଜାଣିବା ପରେ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଥିବା  ମହାନଗର ନିଗମ ଡେପୁଟି କମିଶନର କହିଛନ୍ତି ।

ଲୋକଙ୍କ ଟିକସ ପଇସାରେ ସରକାର ଟ୍ରାଇ ସାଇକେଲ କିଣୁଛନ୍ତି । କିନ୍ତୁ ବ୍ରହ୍ମପୁରରେ ସେସବୁକୁ କାହିଁକି ଏଭଳି ନଷ୍ଟ କରାଯାଉଛି, ଏହା ପଛରେ ଦୁର୍ନୀତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ।