ଏଥର କୃଷି ବଜେଟ୍‌ ୧୪୮୬୧ କୋଟି । ମୋହନ କହିଲେ ଆଳୁ ପାଇଁ କାହା ଉପରେ ନିର୍ଭର ହେବାକୁ ଚାହୁଁନୁ ।

କନକ ବ୍ୟୁରୋ: ଆଜି ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ା ଆକାରର ସହାୟତା ଦେବାକୁ ଏଥର ବଜେଟ୍‌ରେ ଧ୍ୟାନ ଦେଇଛନ୍ତି ସରକାର ।  ରାଜ୍ୟରେ କୃଷି ଓ କୃଷକଙ୍କୁ ସମୃଦ୍ଧ କରିବାକୁ ସମୃଦ୍ଧ କୃଷକ ଯୋଜନା କାର୍ୟ୍ୟକାରୀ ହେଉଛି । ଧାନଚାଷୀଙ୍କ ଅମଳ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହା ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।  ଏଥର କୃଷି ବଜେଟ ୧୪୮୬୧ କୋଟି ଟଙ୍କାର ରହିଛି । ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ । ଏହି ବଜେଟ୍‌ରେ ସମସ୍ତ ହିତାଧିକାରୀ ବା ଚାଷୀଙ୍କ ସମୃଦ୍ଧି ଉପରେ ଧ୍ୟାନ ଦିଆଯିବ ।  ଏଥର ଇନପୁଟ୍‌ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳର କପା ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଗତ ଆର୍ଥିକ ବର୍ଷମାନଙ୍କରେ ଉଦ୍ୟାନ କୃଷି ଚାହିଦା ବଢିଛି । ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ । ଆଳୁ ଉପରେ ଆମେ ନିର୍ଭର ହେବାକୁ ଚାହୁଁନାହୁଁ । ଏଥିପାଇଁ ରବି ଋତୁରେ ଚାଷୀଙ୍କୁ ୧ ଲକ୍ଷ

ଏଥର କୃଷି ବଜେଟ୍‌ ୧୪୮୬୧ କୋଟି । ମୋହନ କହିଲେ ଆଳୁ ପାଇଁ କାହା ଉପରେ ନିର୍ଭର ହେବାକୁ ଚାହୁଁନୁ ।

କନକ ବ୍ୟୁରୋ: ଆଜି ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ା ଆକାରର ସହାୟତା ଦେବାକୁ ଏଥର ବଜେଟ୍‌ରେ ଧ୍ୟାନ ଦେଇଛନ୍ତି ସରକାର । 

ରାଜ୍ୟରେ କୃଷି ଓ କୃଷକଙ୍କୁ ସମୃଦ୍ଧ କରିବାକୁ ସମୃଦ୍ଧ କୃଷକ ଯୋଜନା କାର୍ୟ୍ୟକାରୀ ହେଉଛି । ଧାନଚାଷୀଙ୍କ ଅମଳ ଧାନ କ୍ବିଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହା ଏବେ ସୁଦ୍ଧା ୧୩ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । 
 
ଏଥର କୃଷି ବଜେଟ ୧୪୮୬୧ କୋଟି ଟଙ୍କାର ରହିଛି । ରାଜ୍ୟରେ ପିଏମ କିଷାନ ଓ ସିଏମ କିଷାନ ମିଶିବା ପରେ ଚାଷୀ ଲାଭ ପାଇବେ । ଏହି ବଜେଟ୍‌ରେ ସମସ୍ତ ହିତାଧିକାରୀ ବା ଚାଷୀଙ୍କ ସମୃଦ୍ଧି ଉପରେ ଧ୍ୟାନ ଦିଆଯିବ ।  ଏଥର ଇନପୁଟ୍‌ ସହାୟତା ପାଇଁ ୨ ହଜାର ୨୦ କୋଟି ପ୍ରସ୍ତାବ ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳର କପା ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଗତ ଆର୍ଥିକ ବର୍ଷମାନଙ୍କରେ ଉଦ୍ୟାନ କୃଷି ଚାହିଦା ବଢିଛି । ବଜେଟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ । ଆଳୁ ଉପରେ ଆମେ ନିର୍ଭର ହେବାକୁ ଚାହୁଁନାହୁଁ । ଏଥିପାଇଁ ରବି ଋତୁରେ ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର ବିହନ ଯୋଗାଇ ଦିଆଯାଇଛି । 

ସେହିଭଳି ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ବଜେଟ କରିଛନ୍ତି ସରକାର । ୨୫୨କୋଟି ଟଙ୍କା ଶୀତଳ ଭଣ୍ଡାର ପାଇଁ ବ୍ୟୟ ବରାଦ କରାଯାଇଛି । ୫୮ ଉପଖଣ୍ଡରେ ନୂତନ ଶୀତଳ ଭଣ୍ଡାର ତିଆରି ହେବ । ଏହି ବ୍ୟୟ ବରାଦରେ ହିଁ ଅଚଳ ପଡ଼ିଥିବା ଶୀତଳ ଭଣ୍ଡାରଗୁଡିକୁ ପୁନଃରୁଦ୍ଧାର କରାଯିବ । OUAT ପାଇଁ ୫୧୧ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।  ଏହି କ୍ରମରେ ଜଳସେଚନ ପାଇଁ ୧୪ ୮୯୫ କୋଟି ବ୍ୟୟ ବରାଦ ରହିଛି ।  କାନପୁର ଡ୍ୟାମ ଓ ସ୍ପିଲୱେ ଚଳିତ ବର୍ଷ କାମ ସରି ୧୩ ହେକ୍ଟର ଜମି ଜଳସେଚିତ କରାଯିବ ।  ମହାନଦୀ ରିଭର ଫ୍ରଣ୍ଟ୍‌ ବିକାଶ କାର୍ୟ୍ୟକ୍ରମ ଜରିଆରେ ସମ୍ବଲପୁର ଓ କଟକରେ ପର୍ୟ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର କରାଯିବ । ହୀରାକୁଦ କେନାଲର ନବୀକରଣ ପାଇଁ ୮୫୦ କୋଟି ଖର୍ଚ୍ଚ ହେଉଛି । 

ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖିଛନ୍ତି ସରକାର । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪୬ କୋଟି ଖର୍ଚ୍ଚ ହେବ । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଦିଗରେ କାମ କରୁଛୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।  ୨୦୩୬ ସୁଦ୍ଧା ବଢିବ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଆରମ୍ଭ କରିବ ଓଡ଼ିଶା । ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ଗୁରୁତ୍ବ ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଲେ ଆମ ସରକାର ମାଛ ଧରା ବନ୍ଦରର ଆଧୁନୀକିକରଣ ହେଉଛି ।