ଏଥର ଡିଜେ, ମଦ, ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜା
ଭୁବନେଶ୍ୱର,୨୫ା୯(ସତ୍ୟଜିତ୍ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି। ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ମେୟର ସୁଲୋଚନା ଦାସ, […] The post ଏଥର ଡିଜେ, ମଦ, ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜା appeared first on Dharitri Odia News.
ଭୁବନେଶ୍ୱର,୨୫ା୯(ସତ୍ୟଜିତ୍ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି। ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ମେୟର ସୁଲୋଚନା ଦାସ, ପୂଜା କମିଟି କର୍ତ୍ତୃପକ୍ଷ ଏବଂ ପୋଲିସ ଅଧିକାରୀ ଆଲୋଚନା କରିଥିଲେ। ପୂଜା କମିଟି କର୍ମକର୍ତ୍ତା ନିଜ ଅଞ୍ଚଳର ସମସ୍ୟା ଜଣାଇବା ସହ ସମାଧାନ କରିବାକୁ ଯୁକ୍ତି ବାଢ଼ିଥିଲେ। ତେବେ ଏଥର ସହରରେ ୧୭୧ଟି ମେଢ଼ ହେବାକୁ ଥିବାବେଳେ ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣି ଉତ୍ସବକୁ ସୁରକ୍ଷିତ ଭାବେ ପାଳିବାକୁ ନିଷ୍ପତ୍ତି ହୋଇଛି। ପୂଜାକୁ ଡିଜେ ମୁକ୍ତ, ମଦ ମୁକ୍ତ, ପ୍ଲାଷ୍ଟିକ୍ ମୁକ୍ତ କରିପାରିବା ପାଇଁ ଗୁରୁତ୍ୱ ଦିଆଯାଇଛି।
ସବୁଠୁ ବଡ଼କଥା ହେଲା, ପୂଜା ବେଳେ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ ବୋଲି ଏକ ଶପଥ ପାଠ ପ୍ରିଣ୍ଟ୍ କରି ପୋଲିସ ସମସ୍ତ କମିଟିକୁ ଦେବ। ପୂଜାକମିଟି କର୍ତ୍ତୃପକ୍ଷ ଉକ୍ତ ପୋଷ୍ଟର୍କୁ ନିଜ ମଣ୍ଡପରେ ଲଗାଇ ସଚେତନ କରାଇବେ। ଏଥିସହ ଏଥର ମା’ଙ୍କୁ ପୁଷ୍ପାଞ୍ଜଳି ଦେବାବେଳେ ମଦ୍ୟପାନ ନ କରିବାକୁ ପୂଜକମାନେ ସମସ୍ତଙ୍କୁ ଶପଥ ପାଠ କରାଇବେ। ଏହାବ୍ୟତୀତ ମେଲୋଡି କାର୍ଯ୍ୟକ୍ରମ ରାତି ୧୦ଟା ପରିବର୍ତ୍ତେ ୧୨ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। କେମିକାଲ, ପ୍ଲାଷ୍ଟିକ୍ ବିନା ମୂର୍ତ୍ତି କରାଯିବ। ରାବଣ ପୋଡି ବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣକୁ ବ୍ୟବହାର ନ କରିବାକୁ ନିବେଦନ କରାଯାଇଛି। ମେଢ଼ରେ ଲାଗିଥିବା ସୁନା ଓ ରୁପା ଅଳଙ୍କାର ସୁରକ୍ଷା ଦୃଷ୍ଟିରୁ ପୂଜାକମିଟିଗୁଡ଼ିକ ସିକ୍ୟୁରିଟି ଗାର୍ଡ ଓ ଭଲ୍ୟୁଣ୍ଟିୟରଙ୍କୁ ନିୟୋଜିତ କରିବେ। ମଣ୍ଡପ ନିକଟରେ ସିସିଟିଭି ଲଗାଯିବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବେ। ଅନ୍ୟପକ୍ଷରେ ପୂଜା ପୂର୍ବରୁ ଡ୍ରେନ୍ ସମସ୍ୟା ଏବଂ ରାସ୍ତା ମରାମତି ସହ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ବିଏମ୍ସି ପକ୍ଷରୁ ପୂଜାକମିଟିକୁ ପ୍ରତିଶ୍ରୁତି ଦିଆଯାଇଛି। ଏସଂକ୍ରାନ୍ତରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ପୂଜାବେଳେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ସବୁ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସହ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯିବ। ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯିବ। ଡିଜେ ମୁକ୍ତ, ମଦ ମୁକ୍ତ, ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜା ପାଇଁ ସମସ୍ତେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡିଜେ ଗାଡିକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନର କହିଛନ୍ତି।
The post ଏଥର ଡିଜେ, ମଦ, ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜା appeared first on Dharitri Odia News.