ଏଥର ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ଫେଲ୍‌ । ବଡ଼ ଘୋଷଣା କଲା ଶିକ୍ଷା ମନ୍ତ୍ରାଳୟ ।

କନକ ବ୍ୟୁରୋ: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହେବ ଫେଲ ସିଷ୍ଟମ।  କେନ୍ଦ୍ର ସରକାର ନୋ-ଡିଟେନସନ୍ ପଲିସିକୁ ଉଚ୍ଛେଦ କରିଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିସ୍କାର କରିପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । ଏହି ଦୁଇ ଶ୍ରେଣୀର ବାର୍ଷିକ ପରିକ୍ଷାରେ ଫେଲ ହେଲେ ଦୁଇ ମାସ ମଧ୍ୟରେ ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ । ସେଥିରେ କୃତାକାର୍ଯ୍ୟ ନହେଲେ ସେମାନଙ୍କୁ ପୁଣି ଥରେ ସମାନ ଶ୍ରେଣୀରେ ପଢ଼ିବାକୁ ହେବ । କିନ୍ତୁ କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିପାରିବନି ସ୍କୁଲ । ପାସ୍‌ ହୋଇନଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଶିକ୍ଷା ଅଧିକାର ଆଇନ ୨୦୦୯ରେ ସଂଶୋଧନ କରି ଏନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୨୦୧୦ରେ ଏଥିରେ 'ନୋ ଡିଟେନସନ୍‌ ପଲିସି' ଯୋଡ଼ା ଯାଇଥିଲା । ସଂଶୋଧନ ପରେ ଏ ସମ୍ପର୍କିତ ବିଜ୍ଞପ୍ତିରେ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶମାନା ଜାରି ହୋଇଛି । ସୂଚନା ମୁତାବକ, ସବୁ କେନ୍ଦ୍ରୀୟ ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନକ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଯେହେତୁ ପ୍ରାଥମିକ ଶିକ୍ଷା ରାଜ୍ୟ ସରକାରଙ୍କ ବିଷୟ କିନ୍ତୁ ଏବେ ସୁଦ୍ଧା ୧୬ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି । କିନ୍ତୁ ହରିଆଣା ଓ ପୁଡୁଚେରୀ ଏହ

ଏଥର ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ଫେଲ୍‌ । ବଡ଼ ଘୋଷଣା କଲା ଶିକ୍ଷା ମନ୍ତ୍ରାଳୟ ।

କନକ ବ୍ୟୁରୋ: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହେବ ଫେଲ ସିଷ୍ଟମ।  କେନ୍ଦ୍ର ସରକାର ନୋ-ଡିଟେନସନ୍ ପଲିସିକୁ ଉଚ୍ଛେଦ କରିଛନ୍ତି । କିନ୍ତୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିସ୍କାର କରିପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । ଏହି ଦୁଇ ଶ୍ରେଣୀର ବାର୍ଷିକ ପରିକ୍ଷାରେ ଫେଲ ହେଲେ ଦୁଇ ମାସ ମଧ୍ୟରେ ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ । ସେଥିରେ କୃତାକାର୍ଯ୍ୟ ନହେଲେ ସେମାନଙ୍କୁ ପୁଣି ଥରେ ସମାନ ଶ୍ରେଣୀରେ ପଢ଼ିବାକୁ ହେବ । କିନ୍ତୁ କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିପାରିବନି ସ୍କୁଲ । ପାସ୍‌ ହୋଇନଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ଅଗ୍ରାଧିକାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଶିକ୍ଷା ଅଧିକାର ଆଇନ ୨୦୦୯ରେ ସଂଶୋଧନ କରି ଏନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୨୦୧୦ରେ ଏଥିରେ 'ନୋ ଡିଟେନସନ୍‌ ପଲିସି' ଯୋଡ଼ା ଯାଇଥିଲା । ସଂଶୋଧନ ପରେ ଏ ସମ୍ପର୍କିତ ବିଜ୍ଞପ୍ତିରେ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶମାନା ଜାରି ହୋଇଛି । ସୂଚନା ମୁତାବକ, ସବୁ କେନ୍ଦ୍ରୀୟ ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନକ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଯେହେତୁ ପ୍ରାଥମିକ ଶିକ୍ଷା ରାଜ୍ୟ ସରକାରଙ୍କ ବିଷୟ କିନ୍ତୁ ଏବେ ସୁଦ୍ଧା ୧୬ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ ହୋଇସାରିଛି । କିନ୍ତୁ ହରିଆଣା ଓ ପୁଡୁଚେରୀ ଏହା ଲାଗୁ କରିବାକୁ ନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । କିନ୍ତୁ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।