ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌ ନେତାଙ୍କ ହୋସ୍‌ ଉଡେଇ ଦେଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟର ସହଜ ବିଜୟ ହେବ ବୋଲି ପ୍ରଦୀପ ଗୁପ୍ତାଙ୍କ ନେତୃତ୍ୱାଧୀନ ଆକ୍ସିସ ମାଇ ଇଣ୍ଡିଆ ପୂର୍ବାନୁମାନ କରିଛି। ମହାରାଷ୍ଟ୍ରରେ ମତଦାନ ଦିନ ବୁଧବାର ଅଧିକାଂଶ ସଂସ୍ଥା ନିଜର ବୁଥ ବାହୁଡା ମତ ପ୍ରକାଶ କରିଥିବା ବେଳେ […] The post ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ! appeared first on Dharitri Odia News.

ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ!

ନୂଆଦିଲ୍ଲୀ,୨୨।୧୧: ରାତି ପାହିଲେ ମହାରାଷ୍ଟ୍ର-ଝାଡଖଣ୍ଡର ଆସିବ ରେଜଲ୍ଟ। ଏନେଇ ଏବେଠାରୁ ନେତାଙ୍କ ଛାତି ଧକ୍‌ ଧକ୍‌ ହେଲାଣି। ସେପଟେ ନୂଆ ନୂଆ ଆସିଥିବା ଏକଜିଟ୍‌ ପୋଲ୍‌ ନେତାଙ୍କ ହୋସ୍‌ ଉଡେଇ ଦେଇଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟର ସହଜ ବିଜୟ ହେବ ବୋଲି ପ୍ରଦୀପ ଗୁପ୍ତାଙ୍କ ନେତୃତ୍ୱାଧୀନ ଆକ୍ସିସ ମାଇ ଇଣ୍ଡିଆ ପୂର୍ବାନୁମାନ କରିଛି। ମହାରାଷ୍ଟ୍ରରେ ମତଦାନ ଦିନ ବୁଧବାର ଅଧିକାଂଶ ସଂସ୍ଥା ନିଜର ବୁଥ ବାହୁଡା ମତ ପ୍ରକାଶ କରିଥିବା ବେଳେ ଗୁପ୍ତା ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିବାକୁ ଗୋଟିଏ ଦିନ ଅଧିକ ସମୟ ନେଇଥିଲେ।

ଆକ୍ସିସ ମାଇ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକଜିିଟ ପୋଲ ଅନୁଯାୟୀ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ମେଣ୍ଟକୁ ୧୭୮ରୁ ୨୦୦ ଆସନ ମିଳିବା ସମ୍ଭାବନା ରହିଛି। ସେପଟେ ଏମଭିଏ ୮୨ରୁ ୧୦୨ ଆସନ ମିଳିପାରେ। ଏହାବ୍ୟତୀତ ମହାୟୁତିକୁ ୪୮ ପ୍ରତିଶତ ଓ ଏମଭିଏକୁ ୩୭ ପ୍ରତିଶତ ଭୋଟ ମିଳିବ ବୋଲି ଏଥିରେ କୁହାଯାଇଛି।

ଅନ୍ୟପକ୍ଷରେ ଟୁଡେଜ ଚାଣକ୍ୟର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତି ଅତି କମ୍‌ରେ ୧୭୫ଟି ଆସନ ଜିତିବ ଏବଂ ଏମଭିଏ ୧୦୦ଟି ଆସନ ପାଇପାରେ। ଅନ୍ୟମାନଙ୍କୁ ପ୍ରାୟ ୧୩ଟି ଆସନ ମିଳିପାରେ ବୋଲି ସର୍ଭେ କହିଛି॥

The post ଏଥର ମହାରାଷ୍ଟ୍ର ଉଡାଇବ ହୋସ୍‌, ଜଣାପଡିଲା ଅସଲ ଖେଳ! appeared first on Dharitri Odia News.