ଏଥିପାଇଁ ‘I Love You’: ଟ୍ରମ୍ପ ବିଜୟୀ ଭାଷଣରେ ଏଲନ ମସ୍କ

ସେ ମସ୍କଙ୍କୁ ଜଣେ ଅଦ୍ଭୁତ ବ୍ୟକ୍ତି ବୋଲି କହିବା ସହ ପ୍ରଚାର ବେଳେ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି।

ଏଥିପାଇଁ ‘I Love You’: ଟ୍ରମ୍ପ ବିଜୟୀ ଭାଷଣରେ ଏଲନ ମସ୍କ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବାକୁ ଯାଉଥିବା ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଆଜି ବଡ଼ ବୟାନ ଦେଇଛନ୍ତି। ବିଧିବଦ୍ଧ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ରେଜଲ୍ଟ ଘୋଷଣା ହେବା ଆଗରୁ ଟ୍ରମ୍ପ ହିଁ ବିଜୟୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି। ମ୍ୟାଜିକ ନମ୍ବର ୨୭୦ ଅତିକ୍ରମ କରିବା କ୍ଷଣି ଟ୍ରମ୍ପ ନିଜ ସମର୍ଥକମାନଙ୍କୁ ଟ୍ରମ୍ପ ଟାୱାରରେ ବିଜୟୀ ଭାଷଣ ଦେଇଛନ୍ତି।

ଏହି ଭାଷଣ ସମୟରେ ସେ ଟେସଲା ତଥା ଏକ୍ସର ମୁଖ୍ୟ ଏଲନ ମସ୍କଙ୍କ ନାଁ ନେଇଛନ୍ତି। ଟ୍ରମ୍ପ ଙ୍କ ପ୍ରଚାରରେ ମସ୍କ ଲାଗି ପଡ଼ିବା ସହ ତାଙ୍କ ବିଜୟ କାମନା କରିଥିଲେ। ଏଥିପାଇଁ ଟ୍ରମ୍ପ ଆଜି ଆମେରିକା ବାସୀଙ୍କ ସହ ଟ୍ରମ୍ପଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ସେ ମସ୍କଙ୍କୁ ଜଣେ ଅଦ୍ଭୁତ ବ୍ୟକ୍ତି ବୋଲି କହିବା ସହ ପ୍ରଚାର ବେଳେ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି। ଟ୍ରମ୍ପ କହିଛନ୍ତି, “ଆମକୁ ଗୋଟିଏ ନୂଆ ଷ୍ଟାର ମିଳିଛି। ଗୋଟି ଷ୍ଟାର ଜନ୍ମ ନେଇଛନ୍ତି: ଏଲନ।

ସେ ଜଣେ ଅଦ୍ଭୁତ ବ୍ୟକ୍ତି। ଆମେ ଆଜି ରାତିରେ ଏକାଠି ବସିଥିଲୁ। ଆପଣମାନେ ଜାଣିଛନ୍ତି ଯେ ସେ ଦୁଇ ସପ୍ତାହ ଫିଲାଡେଲଫିଆରେ ବିତାଇଥିଲେ। ସେହିପରି ପେନସଲଭାନିଆରର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରଚାର କରିଥିଲେ। କେବଳ ଏଲନ ଏମିତି କରିପାରିବେ। ଏଥିପାଇଁ ଆଇ ଲଭ ୟୁ ଏଲନ।”