ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ଗୁଳିବିନିମୟ ଘଟି ୨ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରେ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ମାଓବାଦୀଙ୍କ ଦ୍ଵାରା ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଆବୁଝମାଡ଼ ଜଙ୍ଗଲ ମାଓବାଦୀଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଗତ କିଛିଦିନ ଧରି ଏହି ଜଙ୍ଗଲରେ ସ୍ଥାନୀୟ ପୁଲିସ ଓ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ଏକ ବଡ଼ ଜଙ୍ଗଲ ହୋଇଥିବାରୁ ମାଓବାଦୀଙ୍କୁ ଆଡ୍ଡା ଜମାଇବାକୁ ସହଜ ହେଉଛି। […]

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ଗୁଳିବିନିମୟ ଘଟି ୨ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରେ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ମାଓବାଦୀଙ୍କ ଦ୍ଵାରା ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ଆବୁଝମାଡ଼ ଜଙ୍ଗଲ ମାଓବାଦୀଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଗତ କିଛିଦିନ ଧରି ଏହି ଜଙ୍ଗଲରେ ସ୍ଥାନୀୟ ପୁଲିସ ଓ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ଏକ ବଡ଼ ଜଙ୍ଗଲ ହୋଇଥିବାରୁ ମାଓବାଦୀଙ୍କୁ ଆଡ୍ଡା ଜମାଇବାକୁ ସହଜ ହେଉଛି। ଜଙ୍ଗଲର ଏକ ସ୍ଥାନରେ କିଛି ମାଓବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ ଏବଂ ଜବାନଙ୍କ ପକ୍ଷରୁ ଗତ ବୁଧବାର କୋମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀମାନଙ୍କ ସହିତ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଯାହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯେଉଁଥିରେ ଦୁଇ ଜଣ ମହିଳା ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି।