ଏନକାଉଣ୍ଟରରେ ନକ୍ସଲ ନିହତ
ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲା ପୋଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ […] The post ଏନକାଉଣ୍ଟରରେ ନକ୍ସଲ ନିହତ appeared first on Dharitri Odia News.
ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲା ପୋଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ। ଆଜି ସକାଳୁ ନକ୍ସଲ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରେସନ ଜାରି ରଖିଛି। ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ଅପେରେଶନ ପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।
The post ଏନକାଉଣ୍ଟରରେ ନକ୍ସଲ ନିହତ appeared first on Dharitri Odia News.