ଏନକ୍ଲୋଜର ଛାଡି ଜଙ୍ଗଲକୁ ଗଲା ‘ଯମୁନା’
ବାରିପଦା : ଶିମିଳିପାଳର ଏନ୍କ୍ଲୋଜର ଭିତରେ ଥିବା ଯମୁନାକୁ ଶନିବାର ଦିନ ଜଙ୍ଗଲ ମଧ୍ୟକୁ ଛଡାଯାଇଛି । ଏବେ ସେ ସୁସ୍ଥ ଅଛି । ତଥାପରି ବନବିଭାଗ ଟିମ୍ ଲଗାତର ଭାବ ଯମୁନା ଉପରେ ନଜର ରଖିଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ଯମୁନା । ଯମୁନା ଉପରେ […]

ବାରିପଦା : ଶିମିଳିପାଳର ଏନ୍କ୍ଲୋଜର ଭିତରେ ଥିବା ଯମୁନାକୁ ଶନିବାର ଦିନ ଜଙ୍ଗଲ ମଧ୍ୟକୁ ଛଡାଯାଇଛି । ଏବେ ସେ ସୁସ୍ଥ ଅଛି । ତଥାପରି ବନବିଭାଗ ଟିମ୍ ଲଗାତର ଭାବ ଯମୁନା ଉପରେ ନଜର ରଖିଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ସକାଳ ୧୦ଟା ବାଘୁଣୀକୁ ଛାଡ଼ିବା ପାଇଁ ସଫ୍ଟ ରିଲିଜ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ସେତେବେଳେ ସେଠାରୁ ବାହାରି ନିଜଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା ଯମୁନା । ଯମୁନା ଉପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ନଜର ରଖିବେ ବୋଲି ଶିମିଳିପାଳ ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ସୂଚନା ନେଇଛନ୍ତି । ଏନକ୍ଲୋଜର ଭିତରେ ଥିବାବେଳେ ୩ ଟି ବାର୍ହା ଶିକାର କରିଥିଲା ଯମୁନା ।
ସୂଚନାନୁସାରେ,ଅକ୍ଟୋବର ୨୮ ତାରିଖରେ ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁ ଶିମିଳିପାଳକୁ ଅଢେଇ ବର୍ଷର ଯମୁନାକୁ ଅଣାଯାଇଥିଲା । ୨୮ତାରିଖ ସକାଳ ୯ଟା ୨୫ମିନିଟ ସମୟରେ ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ ଯମୁନାଗଡ ନିକଟସ୍ଥ କୋର ଏରିଆରେ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଯମୁନାକୁ ରଖାଯାଇଥିଲା । ଶିମିଳିପାଳରେ ବାଘବଂଶ ବୃଦ୍ଧି ସହ ବାଘ ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବାକୁ ବାଘୁଣୀ ଯମୁନାକୁ ମହାରାଷ୍ଟ୍ରରୁ ଅଣାଯାଇଥିଲା । ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ ବୋଲି ନିକଟରେ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି, ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ଏହା କରାଯିବ। ମନ୍ତ୍ରୀ କହିଛନ୍ତି, ଶିମିଳିପାଳରେ ୪୦ଟି ବାଘ ଅଛନ୍ତି । ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ବାଘୁଣୀମାନଙ୍କୁ ଅଣାଯିବ।