ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି ତାଲିକାରେ ରାଇକିଆକୁ ସାମିଲ କରାଯାଇଛ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ରାଇକିଆ ସହରରେ ସବୁଠି ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଏନ୍‌ଏସି ଗଠନ ପାଇଁ ସମସ୍ତ ଆବଶ୍ୟକତା ପୂରଣ ସହିତ ୨୦୨୧ରେ ସ୍ବତନ୍ତ୍ର ଗ୍ରାମସଭା ଓ ସମିତି ବୈଠକରେ ଅନୁମୋଦନ ହୋଇଥିଲା। ଘୋଷଣା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର […] The post ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ appeared first on Dharitri Odia News.

ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି ତାଲିକାରେ ରାଇକିଆକୁ ସାମିଲ କରାଯାଇଛ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ରାଇକିଆ ସହରରେ ସବୁଠି ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଏନ୍‌ଏସି ଗଠନ ପାଇଁ ସମସ୍ତ ଆବଶ୍ୟକତା ପୂରଣ ସହିତ ୨୦୨୧ରେ ସ୍ବତନ୍ତ୍ର ଗ୍ରାମସଭା ଓ ସମିତି ବୈଠକରେ ଅନୁମୋଦନ ହୋଇଥିଲା। ଘୋଷଣା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଲୋକେ ବାଣ ଫୁଟାଇ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିଲେ। କ୍ରିୟାନୁଷ୍ଠାନ କମିଟି, ନାଗରିକ ମଞ୍ଚ ଓ ବିଭିନ୍ନ ସଙ୍ଗଠନ, ବ୍ୟକ୍ତି ବିଶେଷ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ appeared first on Dharitri Odia News.