ଏନ୍‌ଡିଏରୁ ଓହରିଲେ ପଶୁପତି ପାରସ:ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୧୫।୪:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆର୍‌ଏଲ୍‌ଜେପି) ଓହରିଯାଇଥିବା ଏହାର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଘୋଷଣା କରିଛନ୍ତି। ଦଳିତ ପାର୍ଟି ହୋଇଥିବାରୁ ଆର୍‌ଏଲ୍‌ଜେପି ଅନ୍ୟାୟର ସମ୍ମୁଖୀନ ହୋଇଥିଲା। ବିହାରରେ ଏନ୍‌ଡିଏର ବୈଠକଗୁଡ଼ିକରେ ଭାଜପା ଏବଂ ଜେଡିୟୁ ରାଜ୍ୟ ମୁଖ୍ୟମାନେ ତାଙ୍କ ଦଳର ନାଁ ନେଉ ନ ଥିଲେ ବୋଲି ପାରସ କହିଛନ୍ତି। ୨୦୧୪ରୁ ଏନ୍‌ଡିଏ ସହ ରହିଆସିଥିବା ପାରସ୍‌ ଏବେଠାରୁ ସବୁ ସମ୍ପର୍କ ତୁଟାଇଥିବା […] The post ଏନ୍‌ଡିଏରୁ ଓହରିଲେ ପଶୁପତି ପାରସ:ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.

ଏନ୍‌ଡିଏରୁ ଓହରିଲେ ପଶୁପତି ପାରସ:ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୧୫।୪:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆର୍‌ଏଲ୍‌ଜେପି) ଓହରିଯାଇଥିବା ଏହାର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଘୋଷଣା କରିଛନ୍ତି। ଦଳିତ ପାର୍ଟି ହୋଇଥିବାରୁ ଆର୍‌ଏଲ୍‌ଜେପି ଅନ୍ୟାୟର ସମ୍ମୁଖୀନ ହୋଇଥିଲା। ବିହାରରେ ଏନ୍‌ଡିଏର ବୈଠକଗୁଡ଼ିକରେ ଭାଜପା ଏବଂ ଜେଡିୟୁ ରାଜ୍ୟ ମୁଖ୍ୟମାନେ ତାଙ୍କ ଦଳର ନାଁ ନେଉ ନ ଥିଲେ ବୋଲି ପାରସ କହିଛନ୍ତି। ୨୦୧୪ରୁ ଏନ୍‌ଡିଏ ସହ ରହିଆସିଥିବା ପାରସ୍‌ ଏବେଠାରୁ ସବୁ ସମ୍ପର୍କ ତୁଟାଇଥିବା ଆମ୍ବେଡ୍‌କର ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି। ସୂଚନାଯୋଗ୍ୟ, ରାମବିଳାସ ପାଶ୍ୱାନଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ବିଭାଜନ ପରେ ୨୦୨୧ରେ ଆର୍‌ଏଲ୍‌ଜେପି ଗଠନ ହୋଇଥିଲା। ଗତବର୍ଷ ଏନ୍‌ଡିଏର ସହଯୋଗୀ ଭାବେ ପୁତୁରା ଚିରାଗ ପାଶ୍ୱାନଙ୍କ ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି (ରାମ ବିଳାସ)କୁ ୫ଟି ଆସନରେ ଲଢ଼ିବା ପାଇଁ ସୁଯୋଗ ଦିଆଯିବା ପରେ ପାରସ୍‌ କ୍ୟାବିନେଟ ମନ୍ତ୍ରୀ ପଦ ଛାଡ଼ିଥିଲେ।

The post ଏନ୍‌ଡିଏରୁ ଓହରିଲେ ପଶୁପତି ପାରସ:ଆଣିଲେ ସାଂଘାତିକ ଅଭିଯୋଗ appeared first on Dharitri Odia News.