ଏନ୍ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ: ପାଓ୍ବାରଙ୍କ ଦଳକୁ ଯିବା ନେଇ ଚର୍ଚ୍ଚା
ମୁମ୍ବାଇ,୭ା୬:ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀର କେତେଜଣ ବିଧାୟକ ଶରଦ ପାଓ୍ବାରଙ୍କ କ୍ୟାମ୍ପ୍କୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଅଜିତ ଏନ୍ସିପି ବିଧାୟକମାନଙ୍କର ଜରୁରୀ ବୈଠକ ଡାକିଥିବାବେଳେ ସେଥିରେ ୫ ଜଣ ବିଧାୟକ ଅନୁପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବୈଠକରେ ଯୋଗ ଦେଇ ନ ଥିବା ବିଧାୟକମାନେ […] The post ଏନ୍ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ: ପାଓ୍ବାରଙ୍କ ଦଳକୁ ଯିବା ନେଇ ଚର୍ଚ୍ଚା appeared first on Dharitri Odia News.
ମୁମ୍ବାଇ,୭ା୬:ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀର କେତେଜଣ ବିଧାୟକ ଶରଦ ପାଓ୍ବାରଙ୍କ କ୍ୟାମ୍ପ୍କୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଅଜିତ ଏନ୍ସିପି ବିଧାୟକମାନଙ୍କର ଜରୁରୀ ବୈଠକ ଡାକିଥିବାବେଳେ ସେଥିରେ ୫ ଜଣ ବିଧାୟକ ଅନୁପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବୈଠକରେ ଯୋଗ ଦେଇ ନ ଥିବା ବିଧାୟକମାନେ ହେଲେ ଧର୍ମାରାଓ ବାବା ଆତ୍ରାମ୍, ନରହରି ଜିର୍ଓ୍ବାଲ, ସୁନୀଲ ଟିଙ୍ଗ୍ରେ, ରାଜେନ୍ଦ୍ର ଶିଙ୍ଗାନେ ଏବଂ ଆନ୍ନା ବନ୍ସୋଡ୍। ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ବିଚାରବିମର୍ଶ ଲାଗି ଏହି ବୈଠକ ଡକାଯାଇଥିଲା। ତେବେ ଦଳରେ ଫାଟ ସୃଷ୍ଟି ହୋଇଥିବା ଏବଂ କେତେଜଣ ବିଧାୟକ ଶରଦ ପାଓ୍ବାର କ୍ୟାମ୍ପ୍ ସହ ଯୋଗାଯୋଗ ରଖିଥିବା ଖବର ପ୍ରକାଶ ପାଇବା ପରେ ଅଜିତ ଦଳୀୟ ବିଧାୟକମାନଙ୍କ ଜରୁରୀ ବୈଠକ ଡାକିଥିବା କୁହାଯାଉଛି।
The post ଏନ୍ସିପି ବୈଠକରେ ଅଜିତ ଗୋଷ୍ଠୀର ୫ ବିଧାୟକ ଅନୁପସ୍ଥିତ: ପାଓ୍ବାରଙ୍କ ଦଳକୁ ଯିବା ନେଇ ଚର୍ଚ୍ଚା appeared first on Dharitri Odia News.