ଏପ୍ରିଲ ପହିଲାରୁ ଏହି ବ୍ୟାଙ୍କ ବନ୍ଦ କରିଦେବ ବ୍ୟାଙ୍କିଂ ଓ ୟୁପିଆଇ ସେବା, ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୩: ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ବା ଆପଣ ୟୁପିଆଇ ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । କାରଣ ଆସନ୍ତା ମାସରୁ ବ୍ୟାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି। ୧ ଏପ୍ରିଲରୁ ବ୍ୟାଙ୍କ ଆକାଉଣ୍ଟ, ଗୁଗଲ ପେ , ଫୋନପେ ଓ ପେଟିଏମ ଭଳି ୟୁପିଆଇ ଆପ ସହ ଜଡ଼ିତ ଆକାଉଣ୍ଟକୁ ବନ୍ଦ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ବ୍ୟାଙ୍କ ଇନକ୍ଟାଭ ନମ୍ବରଗୁଡିକୁ ୩୧ […] The post ଏପ୍ରିଲ ପହିଲାରୁ ଏହି ବ୍ୟାଙ୍କ ବନ୍ଦ କରିଦେବ ବ୍ୟାଙ୍କିଂ ଓ ୟୁପିଆଇ ସେବା, ଜାଣନ୍ତୁ… appeared first on Dharitri Odia News.

ଏପ୍ରିଲ ପହିଲାରୁ ଏହି ବ୍ୟାଙ୍କ ବନ୍ଦ କରିଦେବ ବ୍ୟାଙ୍କିଂ ଓ ୟୁପିଆଇ ସେବା, ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୩: ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ବା ଆପଣ ୟୁପିଆଇ ୟୁଜର୍ସ ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । କାରଣ ଆସନ୍ତା ମାସରୁ ବ୍ୟାଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି। ୧ ଏପ୍ରିଲରୁ ବ୍ୟାଙ୍କ ଆକାଉଣ୍ଟ, ଗୁଗଲ ପେ , ଫୋନପେ ଓ ପେଟିଏମ ଭଳି ୟୁପିଆଇ ଆପ ସହ ଜଡ଼ିତ ଆକାଉଣ୍ଟକୁ ବନ୍ଦ ହେବାକୁ ଯାଉଛି।

ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ବ୍ୟାଙ୍କ ଇନକ୍ଟାଭ ନମ୍ବରଗୁଡିକୁ ୩୧ ମାର୍ଚ୍ଚ ଯାଏ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ଇନଆକ୍ଟିଭ ବା ରିସାଇକିଲ କରାଯାଇ ଥିବା ମୋବାଇଲ ନମ୍ବରରେ ହେବାକୁ ଥିବା ସମସ୍ୟାର ସମାଧାନ କରିବା। ଇନଆକ୍ଟିଭ ବା ରିସାଇକିଲ କରାଯାଇ ଥିବା ମୋବାଇଲ ନମୱର ନେଣଦେଣରେ ସମସ୍ୟା ସୃଷ୍ଟି ହୋଇଥାଏ।

କହି ରଖୁଛୁ କି , ଯଦି କୌଣସି ନମୱରର ବ୍ୟବହାର ୯୦ ଦିନ ଯାଏ ଭଏସ କଲ, ଏସଏମଏସ ବା ଡାଟା ପାଇଁ କରାଯାଇ ନଥାଏ ତ, ସେ ଇନଆକ୍ଟିଭ ହୋଇ ଯାଏ। ଏମିତି ନମୱର ପୁଣି ଥରେ ନୂଆ ୟୁଜର୍ସଙ୍କୁ ଦିଆଯାଇ ଥାଏ। ଏଥିରେ ଯେବେ ଏହି ନମ୍ବର ଆପଣଙ୍କ ବ୍ୟାଙ୍କ ଓ ଅନ୍ୟ ଫାଇନେନ୍ସିଆଲ ସେବା ସହ ଜଡ଼ିତ ଥାଏ ତ ଏଥିରେ ସମସ୍ୟା ସବୁ ହୋଇପାରେ।

୧ଅପ୍ରେଲ ପରେ କୌଣସି ବି ଇନଆକ୍ଟିଭ ବା ରିସାଇକିଲ କରାଯାଇ ଥିବା ନମ୍ବର ବ୍ୟାଙ୍କର ସିଷ୍ଟମରୁ ତୁରନ୍ତୁ ହଟେଇ ଦିଆଯିବ। ଯଦି ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ବା ୟୁପିଆଇ ଆଇଡି ଆକ୍ଟିଭ ରଖିବାକୁ ଚାହାନ୍ତି , ତ ଏହାକୁ ତୁରନ୍ତ ରିଚାର୍ଜ କରନ୍ତୁ।

 

The post ଏପ୍ରିଲ ପହିଲାରୁ ଏହି ବ୍ୟାଙ୍କ ବନ୍ଦ କରିଦେବ ବ୍ୟାଙ୍କିଂ ଓ ୟୁପିଆଇ ସେବା, ଜାଣନ୍ତୁ… appeared first on Dharitri Odia News.