ଏପ୍ରିଲ ପହିଲାରୁ ହେବ UPIରେ ବଡ଼ ପରିବର୍ତ୍ତନ! NPCI ଜାରି କଲା ନୂଆ ଗାଇଡଲାଇନ୍ସ
ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ... The post ଏପ୍ରିଲ ପହିଲାରୁ ହେବ UPIରେ ବଡ଼ ପରିବର୍ତ୍ତନ! NPCI ଜାରି କଲା ନୂଆ ଗାଇଡଲାଇନ୍ସ appeared first on .
ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସ ପାଇଁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି, ଯାହାକି ଏପ୍ରିଲ ୧ରୁ ଲାଗୁ ହେବ । ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା ହେଉଛି ଏନପିସିଆଇର ଏହି ନୂଆ ଗାଇଡଲାଇନ ପଛର ଉଦ୍ଦେଶ୍ୟ । ଏହି ପରିବର୍ତ୍ତନ ଫଳରେ ବ୍ୟାଙ୍କ ଓ ୟୁପିଆଇ ପ୍ରଦାତ୍ତାଙ୍କୁ ପ୍ରତି ସପ୍ତାହରେ ୟୁପିଆଇର ମୋବାଇଲ ନମ୍ବରର ତଥ୍ୟ ଅପଡେଟ କରିବାକୁ ପଡ଼ିବ । ଯାହାଦ୍ବାରା କି ଭୁଲ ଟ୍ରାଞ୍ଜାକସନ ସହ ଜଡ଼ିତ ସମସ୍ୟାକୁ ରୋକାଯାଇ ପାରିବ । ଏଥିସହିତ ୟୁପିଆଇ ଆଇଡି ଆସାଇନ କରିବା ପୂର୍ବରୁ ୟୁଜର୍ସଙ୍କ ଠାରୁ ଅନୁମତି ନେବା ଜରୁରୀ କରାଯାଇଛି ।
ଏନପିସିଆଇର ନୂଆ ଗାଇଡଲାଇନର ଉଦ୍ଦେଶ୍ୟ ହେଉଛି, ୟୁପିଆଇ ଟ୍ରାଞ୍ଜାକସନକୁ ଅଧିକ ସୁରକ୍ଷିତ କରିବା । ଅଧିକାଂଶ ସମୟରେ ମୋବାଇଲ ନମ୍ବର ବଦଳିବା ବା ନୂଆ ଗ୍ରାହକଙ୍କୁ ରି-ଆସାଇନ କରାଯିବା କାରଣରୁ ଭୁଲ ୟୁପିଆଇ ଟ୍ରାଞ୍ଜାକସନର ଆଶଙ୍କା ବଢ଼ିଯାଇଥାଏ । ଏହାକୁ ଧ୍ୟାନରେ ରଖି ମୋବାଇଲ ନମ୍ବରକୁ ନିୟମିତ ଭାବେ ଅପଡେଟ କରିବାକୁ ବ୍ୟାଙ୍କ ଓ ୟୁପିଆଇ ଆପ୍ସକୁ ଏନପିସିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ପୁରୁଣା ମୋବାଇଲ ନମ୍ବର କାରଣରୁ ହେଉଥିବା ତ୍ରୁଟିକୁ ରୋକାଯାଇପାରିବ ଓ ୟୁପିଆଇ ସିଷ୍ଟମ ପୂର୍ବାପେକ୍ଷା ଅଧିକ ସେଫ ଓ ଭରସାଯୋଗ୍ୟ ହୋଇପାରିବ ।
The post ଏପ୍ରିଲ ପହିଲାରୁ ହେବ UPIରେ ବଡ଼ ପରିବର୍ତ୍ତନ! NPCI ଜାରି କଲା ନୂଆ ଗାଇଡଲାଇନ୍ସ appeared first on .