ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍‌ ଟୋଲ ସଂଗ୍ରହ

ନୂଆଦିଲ୍ଲୀ,୧୧।୨: ଯାତାୟାତରେ ବାଧା ସୃଷ୍ଟି କରୁଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ଜାତୀୟ ରାଜପଥଗୁଡ଼ିକରେ ଜିପିଏସ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଆସନ୍ତା ଏପ୍ରିଲ ସୁଦ୍ଧା ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ସରକାର ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଫାସ୍‌ଟାଗ୍‌ ସହ ଏହି ବ୍ୟବସ୍ଥା ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ ହେବ। ରାସ୍ତାର ଗାଡ଼ି ଭିଡ଼ କମାଇବା […] The post ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍‌ ଟୋଲ ସଂଗ୍ରହ appeared first on Dharitri Odia News.

ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍‌ ଟୋଲ ସଂଗ୍ରହ

ନୂଆଦିଲ୍ଲୀ,୧୧।୨: ଯାତାୟାତରେ ବାଧା ସୃଷ୍ଟି କରୁଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ଜାତୀୟ ରାଜପଥଗୁଡ଼ିକରେ ଜିପିଏସ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।

ଆସନ୍ତା ଏପ୍ରିଲ ସୁଦ୍ଧା ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିପାଇଁ ସରକାର ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଫାସ୍‌ଟାଗ୍‌ ସହ ଏହି ବ୍ୟବସ୍ଥା ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ ହେବ। ରାସ୍ତାର ଗାଡ଼ି ଭିଡ଼ କମାଇବା ଏବଂ ଜାତୀୟ ରାଜପଥରେ ଜଣେ ଗାଡ଼ିଚାଳକ ଯେତିକି ରାସ୍ତା ଅତିକ୍ରମ କରିଛି, ସେହି ଅନୁଯାୟୀ ତାଙ୍କଠାରୁ ଟୋଲ ସଂଗ୍ରହ କରିବା ଜିପିଏସ୍‌ ଆଧାରିତ ଟୋଲ୍‌ ସଂଗ୍ରହ ବ୍ୟବସ୍ଥାର ଲକ୍ଷ୍ୟ।

The post ଏପ୍ରିଲ ସୁଦ୍ଧା ଆରମ୍ଭ ହେବ ଜିପିଏସ୍‌ ଟୋଲ ସଂଗ୍ରହ appeared first on Dharitri Odia News.