ଏପ୍ରିଲ ସୁଦ୍ଧା ସରିବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା, ହଟିବ ସାଂଗଠନିକ ସଂପାଦକ ପଦ
ଭୁବନେଶ୍ଵର: ଚଳିତ ଏପ୍ରିଲ ମାସ ଶେଷ ସୁଦ୍ଧା ସରିବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ଏଥର ବିଜେଡି ତା’ର ସଂଗଠନକୁ ନୂଆ ଢ଼ାଞ୍ଚାରେ କରିବାକୁ ଯାଉଛି । ଏଥର ଦଳରେ ସାଂଗଠନିକ ସମ୍ପାଦକ ପଦବୀ ହଟାଇବାକୁ ଯୋଜନା କରିଛି ଦଳ । ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦବୀକୁ ହଟାଇ ପଲିଟିକାଲ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହୋଇଛି । ଯେଉଁଥିରେ ଦଳର ବରିଷ୍ଠ ଏବଂ ଯୁବ ନେତୃତ୍ବମାନେ ସଦସ୍ୟ ରହିବେ । ନିଜେ ସଭାପତି ଏହାର ଅଧ୍ୟକ୍ଷ ରହିବେ ବୋଲି କୁହାଯାଇଛି । Also read: ଥମିବାର ନାଁ ନେଉନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀବଦଳିବ ବିଜେଡିର ସାଙ୍ଗଠନିକ ଢ଼ାଞ୍ଚା । ହଟିବ ସଙ୍ଗଠନ ସମ୍ପାଦକ ପଦବୀ । ନୂଆ ରୂପ ପାଇବ ବିଜେଡି ସଙ୍ଗଠନ। ଏପ୍ରିଲ ମାସ ଶେଷ ସୁଦ୍ଧା ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ଏଥର ବିଜେଡି ତାର ସାଙ୍ଗଠନିକ ପୁନର୍ବିନ୍ୟାସ ନୂଆ ଢ଼ାଞ୍ଚାରେ କରିବାକୁ ଯାଉଛି। ୨୦୧୯ରେ ବିଜେଡି ସାଙ୍ଗଠନିକ ନିର୍ବାଚନ ସମୟରେ ବିଜେପି ଡାଞ୍ଚାରେ ଦୁଇଟି ନୂଆ ପଦବୀ ସୃଷ୍ଟି କରିଥିଲା। ସଙ୍ଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ। ଏବେ ଦୁଇ ପଦବୀକୁ ହଟାଇ ପଲଟିକାଲ ଆଫେୟାର୍ସ କମିଟି କରିବାକୁ ଯାଉଛି ଦଳ । ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ବ ମାନେ ଏହାର ସଦସ୍ୟ ରହିବେ । ନିଜେ ସଭାପତି ଏହାର ଅଧ୍ୟକ୍ଷ ରହିବେ।
ଭୁବନେଶ୍ଵର: ଚଳିତ ଏପ୍ରିଲ ମାସ ଶେଷ ସୁଦ୍ଧା ସରିବ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା । ଏଥର ବିଜେଡି ତା’ର ସଂଗଠନକୁ ନୂଆ ଢ଼ାଞ୍ଚାରେ କରିବାକୁ ଯାଉଛି । ଏଥର ଦଳରେ ସାଂଗଠନିକ ସମ୍ପାଦକ ପଦବୀ ହଟାଇବାକୁ ଯୋଜନା କରିଛି ଦଳ । ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦବୀକୁ ହଟାଇ ପଲିଟିକାଲ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହୋଇଛି । ଯେଉଁଥିରେ ଦଳର ବରିଷ୍ଠ ଏବଂ ଯୁବ ନେତୃତ୍ବମାନେ ସଦସ୍ୟ ରହିବେ । ନିଜେ ସଭାପତି ଏହାର ଅଧ୍ୟକ୍ଷ ରହିବେ ବୋଲି କୁହାଯାଇଛି ।
Also read: ଥମିବାର ନାଁ ନେଉନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ
ବଦଳିବ ବିଜେଡିର ସାଙ୍ଗଠନିକ ଢ଼ାଞ୍ଚା । ହଟିବ ସଙ୍ଗଠନ ସମ୍ପାଦକ ପଦବୀ । ନୂଆ ରୂପ ପାଇବ ବିଜେଡି ସଙ୍ଗଠନ। ଏପ୍ରିଲ ମାସ ଶେଷ ସୁଦ୍ଧା ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ଏଥର ବିଜେଡି ତାର ସାଙ୍ଗଠନିକ ପୁନର୍ବିନ୍ୟାସ ନୂଆ ଢ଼ାଞ୍ଚାରେ କରିବାକୁ ଯାଉଛି। ୨୦୧୯ରେ ବିଜେଡି ସାଙ୍ଗଠନିକ ନିର୍ବାଚନ ସମୟରେ ବିଜେପି ଡାଞ୍ଚାରେ ଦୁଇଟି ନୂଆ ପଦବୀ ସୃଷ୍ଟି କରିଥିଲା। ସଙ୍ଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ। ଏବେ ଦୁଇ ପଦବୀକୁ ହଟାଇ ପଲଟିକାଲ ଆଫେୟାର୍ସ କମିଟି କରିବାକୁ ଯାଉଛି ଦଳ । ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ବ ମାନେ ଏହାର ସଦସ୍ୟ ରହିବେ । ନିଜେ ସଭାପତି ଏହାର ଅଧ୍ୟକ୍ଷ ରହିବେ। ୨୦୨୪ ନିର୍ବାଚନରେ ହାରିବା ପରେ ଦଳରେ ଯେଉଁ ସ୍ଥିତି ଉପୁଜୁଛି ତାକୁ ଆଖି ଆଗରେ ରଖି ଦଳ ଆଗକୁ କିଭଳି ମଜଭୂତ ହେବ ସେଥିପାଇଁ ବିଜେଡି ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।
ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ସେହି ଅନୁସାରେ ଏପ୍ରିଲ ୧୩ ତାରିଖ ସୁଦ୍ଧା ଜିଲ୍ଲା ସଭାପତିମାନେ ନାମଙ୍କନ ପତ୍ର ଦାଖଲ କରିବେ । ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ହେବ। ତା ପରେ ରାଜ୍ୟ ସଭାପତି ନିର୍ବାଚନ ସରିବ । ଏହା ପରେ ସଭାପତି ସଙ୍ଗଠନରେ କାହାକୁ ନେବେ ନିଷ୍ପତି ନେବେ । ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ବିଜେଡି ନିଜର ଅସ୍ତିତ୍ବ ରଖିବା ପାଇଁ ଦଳର ସଂଗଠନ ଢାଞ୍ଚା ବଦଳାଇବା ଦରକାର ।
୨୦୧୯ରେ ବିଜେଡିର ସାଂଗଠନିକ ନିର୍ବାଚନ ଶେଷ ଥର ପାଇଁ ହୋଇଥିଲା । ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ହୋଇନଥିଲା । ସାଙ୍ଗଠନିକ ନିର୍ବାଚନ ପାଇଁ ଆଉ ଗୋଟିଏ ବର୍ଷ ସମୟ ମାଗିଥିଲା ବିଜେଡି।