ଏପ୍ରିଲ ୧୫ରୁ ରାଜ୍ୟର ସବୁ ବ୍ଲକରେ କଂଗ୍ରେସର ମଶାଲ ଶୋଭାଯାତ୍ରା…

ଭୁବନେଶ୍ବର : ନିଆରା ପ୍ରତିବାଦ କରିବ କଂଗ୍ରେସ। ୧୫ ତାରିଖରେ ସବୁ ବ୍ଲକରେ ମଶାଲ ଶୋଭାଯାତ୍ରା କରିବ କଂଗ୍ରେସ। ନାରୀ ନିର୍ଯାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବାନ ଦେଇଛନ୍ତି । ନାରୀ ସୁରକ୍ଷା ନେଇ ଗାଁ ଗାଁରେ ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି କରିବ କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା […]

ଏପ୍ରିଲ ୧୫ରୁ ରାଜ୍ୟର ସବୁ ବ୍ଲକରେ କଂଗ୍ରେସର ମଶାଲ ଶୋଭାଯାତ୍ରା…
bhaktadas

ଭୁବନେଶ୍ବର : ନିଆରା ପ୍ରତିବାଦ କରିବ କଂଗ୍ରେସ। ୧୫ ତାରିଖରେ ସବୁ ବ୍ଲକରେ ମଶାଲ ଶୋଭାଯାତ୍ରା କରିବ କଂଗ୍ରେସ। ନାରୀ ନିର୍ଯାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବାନ ଦେଇଛନ୍ତି । ନାରୀ ସୁରକ୍ଷା ନେଇ ଗାଁ ଗାଁରେ ସନ୍ଧ୍ୟାରେ କ୍ୟାଣ୍ଡେଲ ରାଲି କରିବ କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବା ସହ ପର୍ଯ୍ୟବେକ୍ଷକ ମାନେ ୫ ଦିନ ଜିଲ୍ଲାରେ ରହିବେ । ୨୧  ତାରିଖ ଦିନ ସମସ୍ତ ଜିଲ୍ଲାରେ କଂଗ୍ରେସ ବିଶାଳ ଶୋଭାଯାତ୍ରା କରିବ । ମହିଳାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉନାହାନ୍ତି ବୋଲି କହିଛି କଂଗ୍ରେସ । କେବଳ ଭୋଟ୍ ସମୟରେ ମହିଳାଙ୍କ କଥା କହୁଛନ୍ତି । କିନ୍ତୁ ରାଜ୍ୟରେ ଏକ ଛୋଟ ଝିଅକୁ ମଧ୍ୟ ସୁରକ୍ଷା ଦେଇ ହେଉନାହିଁ ବୋଲି କହିଛି କଂଗ୍ରେସ । ନାରୀଙ୍କୁ ନ୍ୟାୟ ଦେବା ତ ଦୂରର କଥା, ଏକ ହାଉସ କମିଟି ଗଠନ ମଧ୍ୟ ହେଲାନି ବୋଲି ଦଳି କହିଛି । ଏସବୁ ବିରୋଧରେ ବ୍ଲକରେ ମଶାଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ କହିଛି ।