ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ ଆଦିତ୍ୟ ଏଲ-୧, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ଏପ୍ରିଲ୍ ୮ରେ ଦୁନିଆର ଅନେକ ଭାଗରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ରହିଛି । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖାରେ ରହିବା ଯୋଗୁଁ ପ୍ରାୟ କିଛି ମିନିଟ୍ ଯାଏ ଅନ୍ଧାର ଖେଳିଯିବ । ଏହି ସମୟରେ ଆଦିତ୍ୟ ଏଲ-୧ ମଧ୍ୟ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ, ଯାହା ପୃଥିବୀ ଏବଂ ସୂର୍ଯ୍ୟର ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଆଦିତ୍ୟ ଏଲ-୧ ମହାକାଶ ଯାନ ୨୦୨୩ରେ ପୃଥିବୀରୁ ଉତକ୍ଷେପଣ କରାଯିବା ପରେ ଚଳିତ ବର୍ଷ ଆରମ୍ଭରେ ଲେଗ୍ରେଞ୍ଜ ପଏଣ୍ଟ ୧ରେ ନିଜ ହେଲୋ କକ୍ଷରେ ପ୍ରବେଶ କରିଥିଲା । ଆଦିତ୍ୟ ଏଲ-୧ର ୬ ଇନଷ୍ଟ୍ରୁମେଣ୍ଟ ସୂର୍ଯ୍ୟର ନୀରିକ୍ଷଣ କରୁଛି, ତେବେ ଏଥିରୁ ଦୁଇଟି ଇନଷ୍ଟ୍ରୁମେଣ୍ଟ ଭିଜିବଲ ଏମିଶନ ଲାଇନ କୋରୋନାଗ୍ରାଫ (VELC) ଏବଂ ସୋଲାର ଅଲ୍ଟ୍ରାଭଏଲଟେ ଇମେଜିଂ ଟେଲିସ୍କୋପ (SUIT) ପ୍ରାଥମିକ ରୂପେ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ ।ଏଥିରେ କୋରୋନାଗ୍ରାଫ ସୂର୍ଯ୍ୟର ଡିସ୍କକୁ ଅବରୋଧ କରିଥାଏ ଏବଂ ସ୍ପେସକ୍ରାଫ୍ଟ ଉପରେ ଏକ କୃତ୍ରିମ ଗ୍ରହଣ କରି ସୂର୍ଯ୍ୟର ବାହାର ପରସ୍ତର କୋରୋନାର ଅଧ୍ୟୟନ କରେ । ଅନ୍ୟପଟେ, SUIT ନିକଟ ପରାବେଙ୍ଗନୀରେ ସୌର ପ୍ରକାଶମଣ୍ଡଳ ଏବଂ କ୍ରୋମୋସ୍ଫିୟରର ଫଟୋ ଉଠାଇଥାଏ ।ପଢନ୍ତୁ: ସୂର୍ଯ୍ୟର ମୃତ୍ୟୁ...ସୂର୍ଯ୍ୟ ପରାଗକୁ ନେଇ ମାୟା ସଭ୍ୟତାର ଲୋକଙ୍କ ଭିନ୍ନ ବିଶ୍ୱାସ, ରାଜାକୁ ଦେବାକୁ ପଡ଼ୁଥିଲା ରକ୍

ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ ଆଦିତ୍ୟ ଏଲ-୧, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: ଏପ୍ରିଲ୍ ୮ରେ ଦୁନିଆର ଅନେକ ଭାଗରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ରହିଛି । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖାରେ ରହିବା ଯୋଗୁଁ ପ୍ରାୟ କିଛି ମିନିଟ୍ ଯାଏ ଅନ୍ଧାର ଖେଳିଯିବ । ଏହି ସମୟରେ ଆଦିତ୍ୟ ଏଲ-୧ ମଧ୍ୟ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ, ଯାହା ପୃଥିବୀ ଏବଂ ସୂର୍ଯ୍ୟର ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଆଦିତ୍ୟ ଏଲ-୧ ମହାକାଶ ଯାନ ୨୦୨୩ରେ ପୃଥିବୀରୁ ଉତକ୍ଷେପଣ କରାଯିବା ପରେ ଚଳିତ ବର୍ଷ ଆରମ୍ଭରେ ଲେଗ୍ରେଞ୍ଜ ପଏଣ୍ଟ ୧ରେ ନିଜ ହେଲୋ କକ୍ଷରେ ପ୍ରବେଶ କରିଥିଲା । ଆଦିତ୍ୟ ଏଲ-୧ର ୬ ଇନଷ୍ଟ୍ରୁମେଣ୍ଟ ସୂର୍ଯ୍ୟର ନୀରିକ୍ଷଣ କରୁଛି, ତେବେ ଏଥିରୁ ଦୁଇଟି ଇନଷ୍ଟ୍ରୁମେଣ୍ଟ ଭିଜିବଲ ଏମିଶନ ଲାଇନ କୋରୋନାଗ୍ରାଫ (VELC) ଏବଂ ସୋଲାର ଅଲ୍ଟ୍ରାଭଏଲଟେ ଇମେଜିଂ ଟେଲିସ୍କୋପ (SUIT) ପ୍ରାଥମିକ ରୂପେ ସୂର୍ଯ୍ୟ ପରାଗ ଉପରେ ନଜର ରଖିବ ।

ଏଥିରେ କୋରୋନାଗ୍ରାଫ ସୂର୍ଯ୍ୟର ଡିସ୍କକୁ ଅବରୋଧ କରିଥାଏ ଏବଂ ସ୍ପେସକ୍ରାଫ୍ଟ ଉପରେ ଏକ କୃତ୍ରିମ ଗ୍ରହଣ କରି ସୂର୍ଯ୍ୟର ବାହାର ପରସ୍ତର କୋରୋନାର ଅଧ୍ୟୟନ କରେ । ଅନ୍ୟପଟେ, SUIT ନିକଟ ପରାବେଙ୍ଗନୀରେ ସୌର ପ୍ରକାଶମଣ୍ଡଳ ଏବଂ କ୍ରୋମୋସ୍ଫିୟରର ଫଟୋ ଉଠାଇଥାଏ ।

ପଢନ୍ତୁ: ସୂର୍ଯ୍ୟର ମୃତ୍ୟୁ...ସୂର୍ଯ୍ୟ ପରାଗକୁ ନେଇ ମାୟା ସଭ୍ୟତାର ଲୋକଙ୍କ ଭିନ୍ନ ବିଶ୍ୱାସ, ରାଜାକୁ ଦେବାକୁ ପଡ଼ୁଥିଲା ରକ୍ତର ବଳି

ଆଦିତ୍ୟ ଏଲ୍-୧ ବିରଳ ପରାଗ ସମୟରେ ସୂର୍ଯ୍ୟକୁ ନୀରିକ୍ଷଣ କରିବାରେ ଏକମାତ୍ର ସ୍ପେସକ୍ରାଫ୍ଟ ନୁହେଁ, ଏପ୍ରିଲ୍ ୪ରେ ସୂର୍ଯ୍ୟର ସବୁଠୁ ନିକଟରେ ପହଞ୍ଚିଥିବା ୟୁରୋପର ସୋଲାର ଅର୍ବିଟରର ଉପକରଣ ମଧ୍ୟ ପରାଗର ନୀରିକ୍ଷଣ କରିବାରେ ସକ୍ରିୟ ହୋଇଯିବ । ପରାଗ ସମୟରେ ସୂର୍ଯ୍ୟର ବାହାର ପରସ୍ତରେ କୋରୋନା ଦୃଶ୍ୟ ହୋଇଥାଏ, କାରଣ ଚନ୍ଦ୍ର ସୌର ଡିସ୍କକୁ ଅବରୋଧ କରେ ଏବଂ ବାହାର ପରସ୍ତକୁ ଚମକୁଥିବା ଦେଖିବାକୁ ମିଳେ, ଯାହାକୁ କିଛି କ୍ଷଣ ପାଇଁ ପୃଥିବୀରେ ଦେଖା ଯାଇଥାଏ । ଅନ୍ୟ ସମୟରେ ସୂର୍ଯ୍ୟର କୋରୋନା ପୃଥିବୀରୁ ଦୃଶ୍ୟମାନ ହୋଇନଥାଏ ।