ଏଫଏମ ପୀଡ଼ିତାଙ୍କ କିଡନୀ ଓ ଫୁସ୍ ଫୁସ୍ରେ ଗଭୀର ଆଘାତ, ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ବର ଏମ୍ଜସରେ ଚିକିତ୍ସିତ ହେଉଥିବା FM ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା। ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ, ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଥିବା କହିଛନ୍ତି। ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି, ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଥିବା କହିଛନ୍ତି ଅଧିକ୍ଷକ। ଗତକାଲି ଡାଏଲିସିସ୍ ହୋଇଥିଲା, ଆବଶ୍ୟକ ପଡ଼ିଲେ ପୁଣି ହେବ ବୋଲି କୁହାଯାଇଛି। ଆଜି ଟିକିଏ ଜ୍ବର ଆସିଛି, ଆଣ୍ଟିବାୟୋଟିକ୍ସ ଚାଲିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ପ୍ରିନ୍ସିପାଲଙ୍କୁ ଗିରଫ ପାଇଁ ଦାବି କେଲ ସମ୍ପର୍କୀୟ।