ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ

ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।

ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ

ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ । ଅର୍ଥାତ୍ ୨୦୨୫ ମସିହାରେ ହେବ ଛାତ୍ର ସଂସଦ ନିର୍ବାଚନ । ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜକୁ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିଥିବାବେଳେ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ- ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।