ଏବର୍ଷ ଶୀତରେ ଥରିବ ଭାରତ; ଆରମ୍ଭ ହୋଇଗଲାଣି ଲା ନିନାର ପ୍ରଭାବ
ନୂଆଦିଲ୍ଲୀ: ଏବର୍ଷ ଶୀତରେ ଥରିବା ଭାରତ। ଯେଉଁଭଳି ଭାବେ ବର୍ଷା ହୋଇଛି ସେହିଭଳି ଭାବେ ଜାଡ଼ ଶୀତ ପଡ଼ିବ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପ୍ଟେମ୍ବର ମାସରେ ଲା ନିନା ସ୍ଥିତି ଆରମ୍ଭ ହେଉଥିବାରୁ ଭୂପୃଷ୍ଠ ତାପମାତ୍ର ତୀବ୍ର ହ୍ରାସ ପାଇବ, ଓ ବର୍ଷାର ପରିମାଣ ବଢ଼ିବଲା ନିନା ହେଉଛି ଏଲ୍ ନିନୋର ବିପରୀତ। ଏଲ୍ ନିନୋରେ ପ୍ରବଳ ଗରମ ହୋଇଥାଏ। ଲା ନିନୋ ପାଇଁ ଆଗକୁ ଜଳବାୟୁରେ ବଡ଼ ପରିବର୍ତ୍ତନ ହେବ। ଭୀଷଣ ଥଣ୍ଡା ଅନୁଭୂତ ହେବ। ଲା ନିନା ପ୍ରଭାବରେ ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖୀୟ ଅଞ୍ଚଳରେ ସମୁଦ୍ରର ପୃଷ୍ଠର ତାପମାତ୍ରା ପ୍ରବଳ ମାତ୍ରାରେ ହ୍ରାସ ପାଏ। ସାଧାରଣତଃ ଏହି ପ୍ରକ୍ରିୟା ୩-୫ ବର୍ଷରେ ଥରେ ହୋଇଥାଏ। ଭାରତୀୟ ପାଣିପାଗ ବିଭାଗ ସେପ୍ଟେମ୍ବର ୨ ତାରିଖରେ କରିଥିବା ଘୋଷଣା ଅନୁସାରେ, ଲା ନିନା ପ୍ରଭାବରେ ଭୟଙ୍କର ଥଣ୍ଡା ଅନୁଭୂତ ହେବ। ସାଧାରଣତ ଲା ନିନା ଏପ୍ରିଲରୁ ଜୁନ୍ ମଧ୍ୟରେ ଆରମ୍ଭ ହୁଏ। ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ମଜବୁତ ହୁଏ। ଏବଂ ଏହା ନଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ। ଏଥିରେ ପୂର୍ବାଞ୍ଚଳରୁ ପ୍ରବଳ ପବନ ପ୍ରବାହ ହୋଇ ସମୁଦ୍ରର ଜଳକୁ ପଶ୍ଚିମ ଦିଗକୁ ଠେଲିଦିଏ, ଯାହାଦ୍ୱାରା ସମୁଦ୍ର ପୃଷ୍ଠ ଥଣ୍ଡା ହୋଇଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରବଳତା ଭିନ୍ନ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି।ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଭଳି ଭାରତର ଉତ୍ତରପୂର୍ବ
ନୂଆଦିଲ୍ଲୀ: ଏବର୍ଷ ଶୀତରେ ଥରିବା ଭାରତ। ଯେଉଁଭଳି ଭାବେ ବର୍ଷା ହୋଇଛି ସେହିଭଳି ଭାବେ ଜାଡ଼ ଶୀତ ପଡ଼ିବ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପ୍ଟେମ୍ବର ମାସରେ ଲା ନିନା ସ୍ଥିତି ଆରମ୍ଭ ହେଉଥିବାରୁ ଭୂପୃଷ୍ଠ ତାପମାତ୍ର ତୀବ୍ର ହ୍ରାସ ପାଇବ, ଓ ବର୍ଷାର ପରିମାଣ ବଢ଼ିବ
ଲା ନିନା ହେଉଛି ଏଲ୍ ନିନୋର ବିପରୀତ। ଏଲ୍ ନିନୋରେ ପ୍ରବଳ ଗରମ ହୋଇଥାଏ। ଲା ନିନୋ ପାଇଁ ଆଗକୁ ଜଳବାୟୁରେ ବଡ଼ ପରିବର୍ତ୍ତନ ହେବ। ଭୀଷଣ ଥଣ୍ଡା ଅନୁଭୂତ ହେବ। ଲା ନିନା ପ୍ରଭାବରେ ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖୀୟ ଅଞ୍ଚଳରେ ସମୁଦ୍ରର ପୃଷ୍ଠର ତାପମାତ୍ରା ପ୍ରବଳ ମାତ୍ରାରେ ହ୍ରାସ ପାଏ। ସାଧାରଣତଃ ଏହି ପ୍ରକ୍ରିୟା ୩-୫ ବର୍ଷରେ ଥରେ ହୋଇଥାଏ।
ଭାରତୀୟ ପାଣିପାଗ ବିଭାଗ ସେପ୍ଟେମ୍ବର ୨ ତାରିଖରେ କରିଥିବା ଘୋଷଣା ଅନୁସାରେ, ଲା ନିନା ପ୍ରଭାବରେ ଭୟଙ୍କର ଥଣ୍ଡା ଅନୁଭୂତ ହେବ।
ସାଧାରଣତ ଲା ନିନା ଏପ୍ରିଲରୁ ଜୁନ୍ ମଧ୍ୟରେ ଆରମ୍ଭ ହୁଏ। ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ମଜବୁତ ହୁଏ। ଏବଂ ଏହା ନଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ। ଏଥିରେ ପୂର୍ବାଞ୍ଚଳରୁ ପ୍ରବଳ ପବନ ପ୍ରବାହ ହୋଇ ସମୁଦ୍ରର ଜଳକୁ ପଶ୍ଚିମ ଦିଗକୁ ଠେଲିଦିଏ, ଯାହାଦ୍ୱାରା ସମୁଦ୍ର ପୃଷ୍ଠ ଥଣ୍ଡା ହୋଇଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରବଳତା ଭିନ୍ନ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି।
ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଭଳି ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୟଙ୍କର ଜାଡ଼ ହେବ। ତାପମାତ୍ରା ୩ ଡିଗ୍ରୀ ସେଲ୍ସିୟରୁ ବି କମ ହୋଇପାରେ। ଏହା ବାଦ ଶୀତଳ ପାଗ ଏବଂ ବର୍ଷା ପରିମାଣ ବଢ଼ିବା ଯୋଗୁ ମିଶ୍ରଣ କୃଷି ଉପରେ ଏହାର ପ୍ରଭାବ ପଡିବ। ବିଶେଷ କରି ଶୀତଦିନିଆ ଫସଲ ଉପରେ ନିର୍ଭର କରୁଥିବା ଅଞ୍ଚଳ ଅଧିକ ପ୍ରଭାବିତ ହେବ।
ଏଥିପାଇଁ ପାଣିପାଗ ବିଭାଗ ଦେଶବାସୀଙ୍କୁ ସତର୍କ କରାଇଛି। ପ୍ରବଳ ଜାଡ଼କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା ସହିତ ଉଷ୍ମତାର ବ୍ୟବସ୍ଥା କରିବାକୁ ବିଭାଗ ସତର୍କ କରାଇଛି। ଏଥିପାଇଁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସାବଧାନତା ପାଇଁ ସରକାର କିଛି ପଦକ୍ଷେପ ନେବା ଦରକାର ବୋଲି ପାଣିପାଗ ବିଭାଗ କହିଛି।