ଏବେ MIର ହିରୋ ହୋଇ ନାହାନ୍ତି ରୋହିତ ଶର୍ମା ! ଦଳରେ ଚାଲିଛି କି ବିବାଦ ?

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଆଇପିଏଲ୍‌ର ୨୦ତମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଖେଳି ପାରନ୍ତି। ମୁମ୍ବାଇର ଏହି ବରିଷ୍ଠ ଖେଳାଳି ଗତ ମ୍ୟାଚ୍‌ ଖେଳି ନ ଥିଲେ। କିନ୍ତୁ ଏବେ ଚୂଡ଼ାନ୍ତ ଏକାଦଶକୁ ରୋହିତ ଫେରି ପାରନ୍ତି। କିନ୍ତୁ ଏହା ସ୍ପଷ୍ଟ ଯେ, ଦଳରେ ଏବେ ରୋହିତଙ୍କ ପୂର୍ବପରି ଆଉ ସ୍ଥିତି ନାହିଁ। ଆଉ ଏହାର ପ୍ରମାଣ ଖୋଦ୍ ଦଳ ହିଁ ଦେଇ ସାରିଛି।ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ୫ ଥର ଆଇପିଏଲ୍ ଟାଇଟଲ୍ ଜିତିଛି। ଦଳ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ୍‌ରେ ଚାମ୍ପିଅନ ହୋଇଥିଲା। କିନ୍ତୁ ଏହା ପରେ ୨୦୨୪ରେ ମୁମ୍ବାଇ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଫଳରେ ଏବେ ରୋହିତଙ୍କ ଦଳରେ ସେମିତି ପୂର୍ବପରି ସ୍ଥିତି ମଜବୁତ ନାହିଁ। ରୋହିତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। କୁହାଯାଇଥିଲା ଯେ, ଆହତ କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳିନି। Also read: IPL ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇଯଦି ମୁମ୍ବାଇ ଇଣ୍ଡିଆନ୍ସର ଏକ୍ସ ହ୍ୟାଣ୍ଡେଲକୁ ଦେଖିବେ ସେଥିରେ ରୋହିତଙ୍କୁ ନେଇ ବହୁତ କମ ପୋଷ୍

ଏବେ MIର ହିରୋ ହୋଇ ନାହାନ୍ତି ରୋହିତ ଶର୍ମା ! ଦଳରେ ଚାଲିଛି କି ବିବାଦ ?

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଜି ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଆଇପିଏଲ୍‌ର ୨୦ତମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଖେଳି ପାରନ୍ତି। ମୁମ୍ବାଇର ଏହି ବରିଷ୍ଠ ଖେଳାଳି ଗତ ମ୍ୟାଚ୍‌ ଖେଳି ନ ଥିଲେ। କିନ୍ତୁ ଏବେ ଚୂଡ଼ାନ୍ତ ଏକାଦଶକୁ ରୋହିତ ଫେରି ପାରନ୍ତି। କିନ୍ତୁ ଏହା ସ୍ପଷ୍ଟ ଯେ, ଦଳରେ ଏବେ ରୋହିତଙ୍କ ପୂର୍ବପରି ଆଉ ସ୍ଥିତି ନାହିଁ। ଆଉ ଏହାର ପ୍ରମାଣ ଖୋଦ୍ ଦଳ ହିଁ ଦେଇ ସାରିଛି।

ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ୫ ଥର ଆଇପିଏଲ୍ ଟାଇଟଲ୍ ଜିତିଛି। ଦଳ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଆଇପିଏଲ୍‌ରେ ଚାମ୍ପିଅନ ହୋଇଥିଲା। କିନ୍ତୁ ଏହା ପରେ ୨୦୨୪ରେ ମୁମ୍ବାଇ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଫଳରେ ଏବେ ରୋହିତଙ୍କ ଦଳରେ ସେମିତି ପୂର୍ବପରି ସ୍ଥିତି ମଜବୁତ ନାହିଁ। ରୋହିତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା। କୁହାଯାଇଥିଲା ଯେ, ଆହତ କାରଣରୁ ତାଙ୍କୁ ଦଳରେ ସ୍ଥାନ ମିଳିନି। 

Also read: IPL ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇ

ଯଦି ମୁମ୍ବାଇ ଇଣ୍ଡିଆନ୍ସର ଏକ୍ସ ହ୍ୟାଣ୍ଡେଲକୁ ଦେଖିବେ ସେଥିରେ ରୋହିତଙ୍କୁ ନେଇ ବହୁତ କମ ପୋଷ୍ଟ ସେୟାର କରାଯାଉଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅଧିକ ପୋଷ୍ଟ ଦେଖିବାକୁ ମିଳୁଛି। ରୋହିତଙ୍କୁ ଅଧିନାୟକ ପଦରୁ ହଟାଯିବା ନେଇ ଖୁବ୍ ବିବାଦ ହୋଇଥିଲା। ଏହାକୁ ନେଇ ଖୁବ୍ ବିବାଦ ଦେଖା ଦେଇଥିଲା। ଏହାର ନକରାତ୍ମକ ପ୍ରଭାବ ଦଳ ଉପରେ ପଡ଼ିଥିଲା। ଏବେ ପୁଣି ଥରେ ଦଳରେ ବିବାଦ  ଥିବା ସଙ୍କେତ ମିଳିଛି। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ରୋହିତଙ୍କୁ ମଇଦାନରେ ଜାହିର ଖାନଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ସେଥିରେ ରୋହିତ ଜାହିରଙ୍କୁ କହୁଛନ୍ତି ଯେ, ଯାହା କରିବାର ଥିଲା ତାହା କଲି। କିନ୍ତୁ ପରେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। 




ମୁମ୍ବାଇ ଇଣ୍ଡିଆନ୍ସର ଡ୍ରେସିଂ ରୁମରେ ବର୍ତ୍ତମାନ କଣ ମାହୋଲ ରହିଛି ଏହାକୁ ନେଇ କୌଣସି ପ୍ରକାରର ଆନୁଷ୍ଠାନିକ ସୂଚନା ନାହିଁ। ମାତ୍ର ଏବେ ଦଳର ସଂପୂର୍ଣ୍ଣ ଦାୟିତ୍ଵ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି। ରୋହିତ ଶର୍ମାଙ୍କ କଥାକୁ ସେତେ ଗୁରୁତ୍ଵ ମିଳୁ ନ ଥିବା କୁହାଯାଉଛି।