ଏବେ ଅଧିକ ଶକ୍ତିଶାଳୀ ହେବ ସେନା: ସ୍ୱଦେଶୀ ରାଇଫଲ୍ ‘ଉଗ୍ରମ’ ଲଞ୍ଚ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମଜଭୁତ କରିବାକୁ ଦିନକୁ ଦିନ ଅତ୍ୟାଧୁନିକ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ତିଆରି ହେଉଛି। କେତେବେଳେ ପାୱାରଫୁଲ ଡ୍ରୋନ୍‌ ତ ଆଉ କେତେବେଳେ ଉଚ୍ଚଆକ୍ରମଣ ସମ୍ପନ୍ନ ଯୁଦ୍ଧ ଜାହାଜ, ପୁଣି କେବେ ଫାଇଟର ଜେଟ୍। ଏବେ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ(ଡିଆର୍‌ଡିଓ)ଏମିତି ଏକ ରାଇଫଲ ତିଆରି କରିଛି ଯାହା ପୂର୍ବର ଇନ୍‌ସାସ୍‌ ରାଇଫଲ ଠାରୁ ଅଧିକ ଶକ୍ତିଶାଳୀ। ଏହି ରାଇଫଲର୍‌ ନାଁ ରହିଛି  ଉଗ୍ରମ। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଅଟୋମେଟିକ୍‌ ସିଙ୍ଗଲ ମୋଡ୍ ସହ ୨୦ ରାଉଣ୍ଡ ଫାୟାର କରିବାରେ କ୍ଷମତା ରହିଛି। ଡିଆର୍‌ଡିଓର ଏକ ଶାଖା ଆର୍ମଡ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶ୍‌ମେଣ୍ଟ(ଏଆର୍‌ଡିଇ) ଓ ହାଇଦ୍ରାବାଦ ସ୍ଥିତ ଘରୋଇ ସଂସ୍ଥା ଡିଭିପା ଡିଫେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି। ମାତ୍ର ୧୦୦ ଦିନରେ ତିଆରି ହୋଇଥିବା ଏହି ଦେଶୀ ବନ୍ଧୁକକୁ ବୁଧବାର ଡିଆର୍‌ଡିଓ ଅନାବରଣ କରିଛି। ଏହାପରେ ଏହି ରାଇଫଲ୍‌ର ବିଭିନ୍ନ ପରୀକ୍ଷା ନିଆଯିବ। ପ୍ରବଳ ଥଣ୍ଡା ଓ ଗରମ ପରିବେଶରେ ଟେଷ୍ଟିଂ କରାଯିବା ସହ ପାଣି ଭିତରେ କିଭଳି ପ୍ରଦର୍ଶନ କରୁଛି ତା ମଧ୍ୟ ପରୀକ୍ଷା କରାଯିବା ବାକି ରହିଛି। ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ ଏବଂ ପୋଲିସ୍ ଫୋର୍ସର ସମସ୍ତ

ଏବେ ଅଧିକ ଶକ୍ତିଶାଳୀ ହେବ ସେନା: ସ୍ୱଦେଶୀ ରାଇଫଲ୍ ‘ଉଗ୍ରମ’ ଲଞ୍ଚ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମଜଭୁତ କରିବାକୁ ଦିନକୁ ଦିନ ଅତ୍ୟାଧୁନିକ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ତିଆରି ହେଉଛି। କେତେବେଳେ ପାୱାରଫୁଲ ଡ୍ରୋନ୍‌ ତ ଆଉ କେତେବେଳେ ଉଚ୍ଚଆକ୍ରମଣ ସମ୍ପନ୍ନ ଯୁଦ୍ଧ ଜାହାଜ, ପୁଣି କେବେ ଫାଇଟର ଜେଟ୍। ଏବେ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ(ଡିଆର୍‌ଡିଓ)ଏମିତି ଏକ ରାଇଫଲ ତିଆରି କରିଛି ଯାହା ପୂର୍ବର ଇନ୍‌ସାସ୍‌ ରାଇଫଲ ଠାରୁ ଅଧିକ ଶକ୍ତିଶାଳୀ। ଏହି ରାଇଫଲର୍‌ ନାଁ ରହିଛି  ଉଗ୍ରମ। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଅଟୋମେଟିକ୍‌ ସିଙ୍ଗଲ ମୋଡ୍ ସହ ୨୦ ରାଉଣ୍ଡ ଫାୟାର କରିବାରେ କ୍ଷମତା ରହିଛି।

ଡିଆର୍‌ଡିଓର ଏକ ଶାଖା ଆର୍ମଡ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିଶ୍‌ମେଣ୍ଟ(ଏଆର୍‌ଡିଇ) ଓ ହାଇଦ୍ରାବାଦ ସ୍ଥିତ ଘରୋଇ ସଂସ୍ଥା ଡିଭିପା ଡିଫେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି। ମାତ୍ର ୧୦୦ ଦିନରେ ତିଆରି ହୋଇଥିବା ଏହି ଦେଶୀ ବନ୍ଧୁକକୁ ବୁଧବାର ଡିଆର୍‌ଡିଓ ଅନାବରଣ କରିଛି। ଏହାପରେ ଏହି ରାଇଫଲ୍‌ର ବିଭିନ୍ନ ପରୀକ୍ଷା ନିଆଯିବ। ପ୍ରବଳ ଥଣ୍ଡା ଓ ଗରମ ପରିବେଶରେ ଟେଷ୍ଟିଂ କରାଯିବା ସହ ପାଣି ଭିତରେ କିଭଳି ପ୍ରଦର୍ଶନ କରୁଛି ତା ମଧ୍ୟ ପରୀକ୍ଷା କରାଯିବା ବାକି ରହିଛି।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ ଏବଂ ପୋଲିସ୍ ଫୋର୍ସର ସମସ୍ତ 'ଅପରେସନ୍'ରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି DRDO ଏହି ରାଇଫଲ୍କୁ ସ୍ୱତନ୍ତ୍ର ଭାବେ ବିକଶିତ କରିଛି। ଏହାର ଟେଷ୍ଟିଂ ସରିବା ପରେ ଏହି ରାଇଫଲକୁ ସେନା, ପାରାମିଲିଟାରୀ ଏବଂ ପୋଲିସ୍ ଫୋର୍ସରେ ସାମିଲ୍ କରିବାକୁ ପ୍ରସ୍ତୁତି ଚାଲିଛି।

ପଢ଼ନ୍ତୁ-ଗୁଜରାଟରେ ୨ଲକ୍ଷ କୋଟି ଟଙ୍କା ନିବେଶ କରିବେ ଗୌତମ ଆଦାନୀ, ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି

ଏହି ରାଇଫଲର ବିଶେଷତ୍ୱ ​​ହେଉଛି ବର୍ତ୍ତମାନ ବ୍ୟବହୃତ ହେଉଥିବା ଇନ୍‌ସାସ୍‌ ରାଇଫଲ ଅପେକ୍ଷା ଏହାର ଅଧିକ ମାରକ କ୍ଷମତା ରହିଛି। ଇନ୍‌ସାସ୍‌ ରାଇଫଲ ୫.୬୨ ମିମି କ୍ୟାଲିବର୍ ରାଉଣ୍ଡ ବ୍ୟବହାର ହେଉଥିବା ବେଳେ ସ୍ୱଦେଶୀ ଉତ୍ପାଦିତ 'ଉଗ୍ରମ' ରାଇଫଲର କ୍ଷମତା ୭.୬୨ ମିଲିମିଟର କ୍ୟାଲିବର୍ ରାଉଣ୍ଡ ରହିଛି।

ବର୍ତ୍ତମାନ ଇନ୍‌ସାସ୍‌ ରାଇଫଲ୍‌ର ବ୍ୟବହାର ସଶସ୍ତ୍ର ବାହିନୀ ଓ ପାରାମିଲିଟାରୀ ଫୋର୍ସର ଯବାନମାନେ ବ୍ୟବହାର କରୁଛନ୍ତି। ହେଲେ ସ୍ୱେଦେଶୀ ଉଗ୍ରମ ରାଇଫଲ୍‌ ଓଜନ ୪ କେଜି ରହିଥିବା ବେଳେ, ଏହାର ଫାଇରିଂ ରେଞ୍ଜ୍ ୫୦୦ ମିଟର କିମ୍ବା ପ୍ରାୟ ୫ ଫୁଟବଲ କ୍ଷେତ୍ର ସହିତ ସମାନ ରହିଛି।

The post ଏବେ ଅଧିକ ଶକ୍ତିଶାଳୀ ହେବ ସେନା: ସ୍ୱଦେଶୀ ରାଇଫଲ୍ ‘ଉଗ୍ରମ’ ଲଞ୍ଚ appeared first on Prameya News7.