ଏବେ କୃଷକଙ୍କ ବଦଳରେ କ୍ଷେତରେ କାମ କରିବ ଏଆଇ ରୋବଟ! ପ୍ରଥମ ଫଟୋ ହେଲା ଭାଇରାଲ
ବର୍ତ୍ତମାନ ଯେତେଶୀଘ୍ର ଦୁନିଆ ବଦଳୁଛି ସେତିକି ଶୀଘ୍ର ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିବାରେ ଲାଗିଛି। ଏବେ ଦୈନନ୍ଦିନ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଇବାରେ ଲାଗୁଛି। ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବଟ ଦୁନିଆରେ ବିପ୍ଳବ ଆଣିଛି। ଏଆଇ ରୋବଟଗୁଡିକ ଏପରି ତିଆରି କରାଯାଉଛି ଯାହା ମଣିଷ ପରି ଯେକୌଣସି କାର୍ଯ୍ୟ କରିପାରିବ। କିନ୍ତୁ ସେମାନଙ୍କ ଯୋଗୁ ମଣିଷ ଚାକିରୀ ହରାଇବ ସେକଥାକୁ ମଧ୍ୟ ଏଡାଇ ହେବନାହିଁ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଏକ […] The post ଏବେ କୃଷକଙ୍କ ବଦଳରେ କ୍ଷେତରେ କାମ କରିବ ଏଆଇ ରୋବଟ! ପ୍ରଥମ ଫଟୋ ହେଲା ଭାଇରାଲ appeared first on Dharitri Odia News.
ବର୍ତ୍ତମାନ ଯେତେଶୀଘ୍ର ଦୁନିଆ ବଦଳୁଛି ସେତିକି ଶୀଘ୍ର ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିବାରେ ଲାଗିଛି। ଏବେ ଦୈନନ୍ଦିନ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଇବାରେ ଲାଗୁଛି। ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବଟ ଦୁନିଆରେ ବିପ୍ଳବ ଆଣିଛି। ଏଆଇ ରୋବଟଗୁଡିକ ଏପରି ତିଆରି କରାଯାଉଛି ଯାହା ମଣିଷ ପରି ଯେକୌଣସି କାର୍ଯ୍ୟ କରିପାରିବ। କିନ୍ତୁ ସେମାନଙ୍କ ଯୋଗୁ ମଣିଷ ଚାକିରୀ ହରାଇବ ସେକଥାକୁ ମଧ୍ୟ ଏଡାଇ ହେବନାହିଁ।
ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଏକ ଏଆଇ ରୋବଟ କ୍ଷେତରେ କାମ କରୁଥିବାର ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ରୋବଟଟି ମଣିଷଠୁ ବହୁତ ଶୀଘ୍ର ଫସଲ କାଟି ଖଳାରେ ଗଦା କରୁଥିବାର ଦେଖିବାକୁ ମିଳୁଛି। ଭିଡିଓ ଦେଖି ଆପଣ ଅନୁମାନ କରିନେବେ ଯେ, କୌଣସି ମଣିଷ ଏତେଶୀଘ୍ର ଆଉ କମ୍ ସମୟରେ ଫସଲ ଅମଳ କରିପାରିବ ନାହିଁ । ଇନଷ୍ଟାଗ୍ରାମରେ ଫାର୍ମିଂ ଡାଟାବେସ ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଛି। କିନ୍ତୁ କୌଣସି କାରଣ ହେତୁ ଇନଷ୍ଟା ଏହି ଭିଡିଓଟିକୁ ହାଇଡ୍ ରଖିଛି।
The post ଏବେ କୃଷକଙ୍କ ବଦଳରେ କ୍ଷେତରେ କାମ କରିବ ଏଆଇ ରୋବଟ! ପ୍ରଥମ ଫଟୋ ହେଲା ଭାଇରାଲ appeared first on Dharitri Odia News.