ଏବେ ପରିବେଶ ସଚେତନତା ସୃଷ୍ଟି କରିବ ଗୀତା ପ୍ରେସ୍
ଗୋରଖପୁର ୨୧।୧୦: ଗୀତା ପ୍ରେସ୍ ପତ୍ରିକା ‘କଲ୍ୟାଣ’ର ବାର୍ଷିକ ପ୍ରକାଶ କରନ୍ତି। ୨୦୨୫ ନିମନ୍ତେ ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକ ଏଥର ‘ପରିବେଶ ବିଶେଷାଙ୍କ’ ହେବ। ଗତବର୍ଷ ଗୀତା ପ୍ରେସ୍ ବାର୍ଷିକ କଲ୍ୟାଣ ବିଶେଷାଙ୍କର ୧.୬୦ ଲକ୍ଷ କପି ପ୍ରକାଶନ କରିଥିଲେ। ଏଥର ପରିବେଶ ବିଶେଷାଙ୍କ ହୋଇଥିବାରୁ ୨ ଲକ୍ଷରୁ ଅଧିକ କପି ପ୍ରକାଶନ ନିମନ୍ତେ ଯୋଜନା କରାଯାଉଛି। ଯାହା ଦ୍ୱାରା ଏହା ଅଧିକରୁ ଅଧିକ ପାଠକଙ୍କ ନିକଟକୁ ପହଞ୍ଚିବା ସହ ପରିବେଶ ସଚେତନତା ସୃଷ୍ଟି କରିପାରିବ। ‘କଲ୍ୟାଣ’ ଗୀତା ପ୍ରେସ ଦ୍ୱାରା ପ୍ରକାଶିତ ଏକ ମାସିକ ଧାର୍ମିକ ପତ୍ରିକା। ଏହାର ପ୍ରଥମ ପ୍ରକାଶନ ୧୯୨୬ ମସିହାରେ ହୋଇଥିଲା। ପ୍ରଥମ ଅଙ୍କ ମୁମ୍ବାଇରୁ ପ୍ରକାଶିତ ହୋଇଥିଲା ଯାହା ସାଧାରଣ ଥିଲା। ୧୯୨୭ରେ କଲ୍ୟାଣର ପ୍ରଥମ ବିଶେଷାଙ୍କ ଗୋରଖପୁରରୁ ପ୍ରକାଶିତ ହୋଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଗୀତା ପ୍ରେସ ଗୋରଖପୁର କଲ୍ୟାଣର ବାର୍ଷିକ ବିଶେଷାଙ୍କ ପ୍ରକାଶିତ କରି ଆସୁଛନ୍ତି। ଏହି ବର୍ଷ ପରିବେଶ ଅଙ୍କ ପ୍ରକାଶିତ ହେବ ଯାହା ୯୯ତମ ଅଙ୍କ ହେବ। କଲ୍ୟାଣର ପ୍ରଥମ ସମ୍ପାଦକ ଭାଇଜୀ ହନୁମାନ ପ୍ରସାଦ ପୋଦ୍ଦାର ଓ ଗାନ୍ଧିଜୀଙ୍କ ମଧ୍ୟରେ ଭାବପୂର୍ଣ୍ଣ ସମ୍ପର୍କ ଥିଲା। କଲ୍ୟାଣର ପ୍ରଥମ ଅଙ୍କ ୧୯୨୬ ମସିହାରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଥିଲା। ହନୁମାନ ପ୍ରସାଦ କଲ୍ୟାଣର ଏହି ଅଙ୍କକୁ ଗାନ୍ଧିଜୀଙ୍କୁ ଉପହାରରେ ଦେଇଥ
ଗୋରଖପୁର ୨୧।୧୦: ଗୀତା ପ୍ରେସ୍ ପତ୍ରିକା ‘କଲ୍ୟାଣ’ର ବାର୍ଷିକ ପ୍ରକାଶ କରନ୍ତି। ୨୦୨୫ ନିମନ୍ତେ ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକ ଏଥର ‘ପରିବେଶ ବିଶେଷାଙ୍କ’ ହେବ। ଗତବର୍ଷ ଗୀତା ପ୍ରେସ୍ ବାର୍ଷିକ କଲ୍ୟାଣ ବିଶେଷାଙ୍କର ୧.୬୦ ଲକ୍ଷ କପି ପ୍ରକାଶନ କରିଥିଲେ। ଏଥର ପରିବେଶ ବିଶେଷାଙ୍କ ହୋଇଥିବାରୁ ୨ ଲକ୍ଷରୁ ଅଧିକ କପି ପ୍ରକାଶନ ନିମନ୍ତେ ଯୋଜନା କରାଯାଉଛି। ଯାହା ଦ୍ୱାରା ଏହା ଅଧିକରୁ ଅଧିକ ପାଠକଙ୍କ ନିକଟକୁ ପହଞ୍ଚିବା ସହ ପରିବେଶ ସଚେତନତା ସୃଷ୍ଟି କରିପାରିବ।
‘କଲ୍ୟାଣ’ ଗୀତା ପ୍ରେସ ଦ୍ୱାରା ପ୍ରକାଶିତ ଏକ ମାସିକ ଧାର୍ମିକ ପତ୍ରିକା। ଏହାର ପ୍ରଥମ ପ୍ରକାଶନ ୧୯୨୬ ମସିହାରେ ହୋଇଥିଲା। ପ୍ରଥମ ଅଙ୍କ ମୁମ୍ବାଇରୁ ପ୍ରକାଶିତ ହୋଇଥିଲା ଯାହା ସାଧାରଣ ଥିଲା। ୧୯୨୭ରେ କଲ୍ୟାଣର ପ୍ରଥମ ବିଶେଷାଙ୍କ ଗୋରଖପୁରରୁ ପ୍ରକାଶିତ ହୋଇଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଗୀତା ପ୍ରେସ ଗୋରଖପୁର କଲ୍ୟାଣର ବାର୍ଷିକ ବିଶେଷାଙ୍କ ପ୍ରକାଶିତ କରି ଆସୁଛନ୍ତି। ଏହି ବର୍ଷ ପରିବେଶ ଅଙ୍କ ପ୍ରକାଶିତ ହେବ ଯାହା ୯୯ତମ ଅଙ୍କ ହେବ।

କଲ୍ୟାଣର ପ୍ରଥମ ସମ୍ପାଦକ ଭାଇଜୀ ହନୁମାନ ପ୍ରସାଦ ପୋଦ୍ଦାର ଓ ଗାନ୍ଧିଜୀଙ୍କ ମଧ୍ୟରେ ଭାବପୂର୍ଣ୍ଣ ସମ୍ପର୍କ ଥିଲା। କଲ୍ୟାଣର ପ୍ରଥମ ଅଙ୍କ ୧୯୨୬ ମସିହାରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଗାନ୍ଧିଜୀଙ୍କ ଲେଖା ମଧ୍ୟ ପ୍ରକାଶିତ ହୋଇଥିଲା। ହନୁମାନ ପ୍ରସାଦ କଲ୍ୟାଣର ଏହି ଅଙ୍କକୁ ଗାନ୍ଧିଜୀଙ୍କୁ ଉପହାରରେ ଦେଇଥିଲେ।
ଗାନ୍ଧିଜୀ କେବଳ କଲ୍ୟାଣର ପ୍ରଶଂସା କରିନଥିଲେ ଏହା ମଧ୍ୟ ଆଗ୍ରହ କରିଥିଲେ ଯେ ଏଥିରେ ଅଥବା ଗୀତା ପ୍ରେସରୁ ପ୍ରକାଶିତ ହେଉଥିବା କୌଣସି ପୁସ୍ତକରେ ଯେପରି କୌଣସି ବାହାରର ବିଜ୍ଞାପନ ପ୍ରକାଶନ ନ ହୁଏ। ସେହି ଅନୁସାରେ ଗୀତା ପ୍ରେସ୍ ଆଜି ପର୍ଯ୍ୟନ୍ତ କଲ୍ୟାଣ ଅଥବା ତାଙ୍କ ଦ୍ୱାରା ପ୍ରକାଶିତ କୌଣସି ପୁସ୍ତକରେ ବିଜ୍ଞାପନ ପ୍ରକାଶନ କରନ୍ତି ନାହିଁ। କଲ୍ୟାଣର ବିଭିନ୍ନ ଅଙ୍କରେ ଗାନ୍ଧିଜୀଙ୍କ ଲେଖା ପ୍ରକାଶିତ ହୋଇଥାଏ। ଆଜି ବି ଗାନ୍ଧିଜୀ ହାତ ଲେଖା ପତ୍ର ଗୀତା ପ୍ରେସରେ ସୁରକ୍ଷିତ ଅଛି।