ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମନାମ ଜପରେ ଫାଟିପଡ଼ୁଛି ଗାଁ ଦାଣ୍ଡ
ଦାରିଙ୍ଗବାଡି,୧୧।୧୧(ଅରୁଣସାହୁ): ହାତରେ ସ୍ମାର୍ଟ ଫୋନ୍, ଆଉ ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ଭିଡିଓ। କିଏ କାର୍ଟୁନ ତ କିଏ ଗେମ୍ ଆଉ କିଏ ଫିଲ୍ମ ତ କିଏ କମେଡି ଆଉ କିଏ ସ୍ମାର୍ଟ ଫୋନ ବ୍ୟବହାର କରି ଦେଶ ଦୁନିଆ ଖବର ଜାଣୁଛି ତ ଆଉ କିଏ ପାଠ ପଢୁଛି। ସେଥିରୁ ଏହି ଆଧୁନିକ ସଭ୍ୟତା ଭିତରେ ଏବେ ମଧ୍ୟ ବଞ୍ଚି ରହିଛି ସେ ପାରମ୍ପରିକ ବିଭିନ୍ନ ଚରିତ୍ର ଯେମିତି ରାଧା କୃଷ୍ଣ ତ ରାମ କୃଷ୍ଣ ଆଉ […] The post ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମନାମ ଜପରେ ଫାଟିପଡ଼ୁଛି ଗାଁ ଦାଣ୍ଡ appeared first on Dharitri Odia News.
ଦାରିଙ୍ଗବାଡି,୧୧।୧୧(ଅରୁଣସାହୁ): ହାତରେ ସ୍ମାର୍ଟ ଫୋନ୍, ଆଉ ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ଭିଡିଓ। କିଏ କାର୍ଟୁନ ତ କିଏ ଗେମ୍ ଆଉ କିଏ ଫିଲ୍ମ ତ କିଏ କମେଡି ଆଉ କିଏ ସ୍ମାର୍ଟ ଫୋନ ବ୍ୟବହାର କରି ଦେଶ ଦୁନିଆ ଖବର ଜାଣୁଛି ତ ଆଉ କିଏ ପାଠ ପଢୁଛି। ସେଥିରୁ ଏହି ଆଧୁନିକ ସଭ୍ୟତା ଭିତରେ ଏବେ ମଧ୍ୟ ବଞ୍ଚି ରହିଛି ସେ ପାରମ୍ପରିକ ବିଭିନ୍ନ ଚରିତ୍ର ଯେମିତି ରାଧା କୃଷ୍ଣ ତ ରାମ କୃଷ୍ଣ ଆଉ ହନୁମାନ ବେଶ ହୋଇ ସଂକୀର୍ତ୍ତନ କରିବା।
କନ୍ଧମାଳ ଜିଲାରେ କାର୍ତ୍ତିକ ମାସରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ ଯେଉଁଠି ପୌରାଣିକ ରାମାୟଣ, ମହାଭାରତ ଭଳି ଚରିତ୍ରରେ ନିଜକୁ ସଜ୍ଜିତ କରି ଭକ୍ତିପୂର୍ଣ୍ଣ ଭାବରେ ସଂକୀର୍ତ୍ତନ କରି ଏହି ଧର୍ମମାସ ପାଳନ କରିଥାନ୍ତି।
ବିଶେଷ କରି ପଞ୍ଚକ ପାଞ୍ଚ ଦିନ ଶେଷ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମାରେ ସଂକୀର୍ତ୍ତନମଣ୍ଡଳୀ ଗାଁଗାଁରେ ବୁଲି ରାମ ନାମ ଜପ କରନ୍ତି। ବିଭିନ୍ନ ବେଶରେ ସଜ୍ଜିତ ହୋଇ ଗାଁ ଗାଁ ବୁଲନ୍ତି ଆଉ ନିଜ ଭାଗବତ ଟୁଙ୍ଗିରେ ପୂଜାର୍ଚନା ପାଇଁ ଲୋକଙ୍କଠାରୁ ପୂଜା ସାମଗ୍ରୀ, ଚାଉଳ ଓ ଯିଏ ଯାହା ଦାନ କରନ୍ତି ତାକୁ ସଂଗ୍ରହ କରି ଭାଗବତ ଟୁଙ୍ଗିରେ କାର୍ତ୍ତିକ ପୁର୍ଣ୍ଣିମାରେ ପୂର୍ଣ୍ଣାହୁତି କରାଯାଇଥାଏ।
ସେହିପରି ଭାଗବତ ଟୁଙ୍ଗି ସହ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ମାପଟ୍ଟାଖଣ୍ଡା, ମହାମାୟୀ, ହନୁମାନ, ଠାକୁରାଣୀ ମନ୍ଦିର ଗୁଡିକରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି।
The post ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମନାମ ଜପରେ ଫାଟିପଡ଼ୁଛି ଗାଁ ଦାଣ୍ଡ appeared first on Dharitri Odia News.