ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ, କାହିଁକି ଏମିତି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷକରି ଧନ, ପଦୋନ୍ନତି, ବ୍ୟବସାୟ, ଚାକିରି, ପରିବାର ଏବଂ ବୈବାହିକ ଜୀବନ ସହ ଜଡ଼ିତ ସମସ୍ୟା ଓ ତାର ସମାଧାନକୁ ନେଇ ନୀତିଶାସ୍ତ୍ରରେ ଚାଣକ୍ୟ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏକ ଶ୍ଲୋକରେ ଚାଣକ୍ୟ […] The post ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ, କାହିଁକି ଏମିତି କହିଛନ୍ତି ଚାଣକ୍ୟ appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶେଷକରି ଧନ, ପଦୋନ୍ନତି, ବ୍ୟବସାୟ, ଚାକିରି, ପରିବାର ଏବଂ ବୈବାହିକ ଜୀବନ ସହ ଜଡ଼ିତ ସମସ୍ୟା ଓ ତାର ସମାଧାନକୁ ନେଇ ନୀତିଶାସ୍ତ୍ରରେ ଚାଣକ୍ୟ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏକ ଶ୍ଲୋକରେ ଚାଣକ୍ୟ ପୁଅଙ୍କ ସଦ୍ଗୁଣ ଏବଂ ଦୁର୍ଗୁଣ ବିଷୟରେ କହିଛନ୍ତି।
-ଚାଣକ୍ୟ କୁହନ୍ତି ଶହେ ବୁଦ୍ଧିମାନ ପୁଅ ଅପେକ୍ଷା ଜଣେ ଯୋଗ୍ୟ ତଥା ବୁଦ୍ଧିମାନ ପୁଅ ଭଲ। ଏଭଳି ସନ୍ତାନ ପିତାମାତାଙ୍କୁ ସୁଖ ଦିଅନ୍ତି ଏବଂ ତାଙ୍କର ଦୁଃଖକୁ ନିଜ ଦୁଃଖ ବୋଲି ଭାବନ୍ତି।
-ଦୁର୍ଗୁଣ ବିଷୟରେ ଚାଣକ୍ୟ କୁହନ୍ତି, ଯଦି ପୁଅର ଖରାପ ଅଭ୍ୟାସ ରହିଛି ଅଥବା ସେ ଅଜ୍ଞ ତେବେ ଏଭଳି ପୁଅ ବଞ୍ଚିରହିବା ଅପେକ୍ଷା ମରିଯିବା ଭଲ। ଏଭଳି ପୁଅର ମୃତ୍ୟୁରେ ପିତାମାତା କିଛି ସମୟ ପାଇଁ ଦୁଃଖ ପାଇପାରନ୍ତି। ହେଲେ ଯଦି ପୁଅ ଦୀର୍ଘଦିନ ଧରି ଜୀବିତ ରୁହେ ତେବେ ସେମାନେ ସାରାଜୀବନ ଦୁଃଖୀ ହେବେ।
-ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି, କ୍ଷୀର ଦେଉ ନ ଥିବା ତଥା ବାଛୁରୀ ଜନ୍ମ କରୁ ନ ଥିବା ଗାଈର ମୂଲ୍ୟ ନ ଥାଏ। ସେହିଭଳି ମୁର୍ଖ ନଚେତ ମା’ବାପାଙ୍କ ପ୍ରତି ଶ୍ରଦ୍ଧାଭାବ, ସମ୍ମାନ ନ ଥିବା ପୁଅ/ସନ୍ତାନର କୌଣସି ଲାଭ ନାହିଁ।
The post ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ, କାହିଁକି ଏମିତି କହିଛନ୍ତି ଚାଣକ୍ୟ appeared first on Dharitri Odia News.