ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ
ନୟାଗଡ଼,୯।୧(ଲୋକନାଥ ମିଶ୍ର):ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶରେ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ କୋର୍ଟ ପକ୍ଷରୁ ଓ୍ବାରେଣ୍ଟି ଜାରି ହୋଇଥିଲା। ଚଢ଼ାଉରେ ୬ ଡିଏସପି, ୩ ଇନ୍ସପେକ୍ଟର, ୮ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସାମିଲ ହୋଇଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୨ୟ ମହଲା ବିଶିଷ୍ଟ […] The post ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.
ନୟାଗଡ଼,୯।୧(ଲୋକନାଥ ମିଶ୍ର):ଆୟ ବର୍ହିଭୂତ ସମ୍ପତ୍ତିର ମାଲିକାନା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ପଞ୍ଚାନନ ବେହେରାଙ୍କ ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦେଶରେ ଚଢାଉ କରାଯାଇଛି। ଏନେଇ ଭିଜିଲାନ୍ସ କୋର୍ଟ ପକ୍ଷରୁ ଓ୍ବାରେଣ୍ଟି ଜାରି ହୋଇଥିଲା। ଚଢ଼ାଉରେ ୬ ଡିଏସପି, ୩ ଇନ୍ସପେକ୍ଟର, ୮ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସାମିଲ ହୋଇଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୨ୟ ମହଲା ବିଶିଷ୍ଟ ଭୁବନେଶ୍ୱର ଶୈଳଶ୍ରୀ ବିହାର, ପାଣ୍ଡରାର ୨ଟି ଘର, ନୟାଗଡ଼ର ଓଡ଼ଗାଁ ରାସ୍ତାର ଭଡା ଘର, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ଅଫିସ, କଟକ ଜିଲା ବାଲିଆପଡା, ଖୋର୍ଦ୍ଧାର ଗୋବିନ୍ଦପୁର ଘର ଉପରେ ଚଢ଼ାଉ ଚାଲିଛି।
The post ଏମଭିଆଇଙ୍କ ଘରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.